ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରି ରଚିଲେ ନୂଆ ଇତିହାସ ।

- Advertisement -

କୋରାପୁଟ: ରାଜ୍ୟ ତମାମ୍ ଚାଲିଥିବା ଲକଡାଉନ୍ କୁ ୨୧ଦିନ ପୁରିବା ଆଗରୁ ରାଜ୍ୟ ସରକାର ଏହାକୁ ଅପ୍ରେଲ ୩୦ ଓ କେନ୍ଦ୍ର ସରକାର ମେ ମାସ ୩ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ଏହି କରୋନା ଯୁଦ୍ଧରେ କିପରି ଭାରତ ବିଜୟୀ ହେବ ସେ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମାନି ସାଧାରଣ ଜନତା,ବିଭିନ୍ନ ଶିଳ୍ପସଂସ୍ଥା ତଥା ସରକାରୀ ଓ ବେସରକାରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ କର୍ମକ୍ଷେତ୍ରକୁ ନଯାଇ ଘରେ ରହି କାମ କରୁଛନ୍ତି । କିନ୍ତୁ ପୌରପରିଷଦର ସଫେଇ କର୍ମଚାରୀ ମାନେ ନିଜ ନିଜର ଘର ପରିବାର,ପିଲାଛୁଆଙ୍କୁ ଛାଡି ସହରାଞ୍ଚଳ ଓ ବିଭିନ୍ନ ବସ୍ତିକୁ ଆବର୍ଜନା ମୁକ୍ତ କରିବାରେ ଲାଗିପଡିଛନ୍ତି । ପୌରପରିଷଦର ସାହି,ବସ୍ତିରେ ଥିବା ନାଳନର୍ଦ୍ଦମା,ରାସ୍ତାଘାଟ ଗୁଡିକୁ ସଫା କରିବାରେ ଲାଗିପଡିଛନ୍ତି । ଏହି ପରିପ୍ରେକ୍ଷୀରେ କିଏ ରନ୍ଧାଖାଦ୍ୟ ବାଣ୍ଟୁଥିବା ବେଳେ କେହି ଶୁଖିଲାଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳୁଛି ।କିନ୍ତୁ ଏପରି ସମୟରେ ସଫେଇ କର୍ମଚାରୀମାନଙ୍କ ମନୋବଳ ବଢାଇବାକୁ ଏକ ପ୍ରୟାସ ନଜରକୁ ଆସିଛି । ସେହି ସଫେଇ କର୍ମଚାରୀଙ୍କ ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରି ଭିନ୍ନ ଏକ ଇତିହାସ ରଚିଛନ୍ତି ସେମିଳିଗୁଡା ଅଞ୍ଚଳର କିଛି ସ୍ବେଛାସେବୀ ଓ ଯୁବନେତା । ପୌରପରିଷଦର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ଚନ୍ଦନଟୀକା ଲଗାଇ ଫୁଲମାଳ ସହ ବସ୍ତ୍ର,ରନ୍ଧାଖାଦ୍ୟ ପୁଡିଆ,ହ୍ୟାଣ୍ଡଗ୍ଲୋବସ୍,ମାସ୍କ,ସାବୁନ ଏବଂ ସାନିଟାଇଜର୍ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ନେତା ଇଶ୍ୱର ଆଲ୍ଲାଡ, ଅଶୋକ କୁମାର ପ୍ରଧାନ, ପ୍ରଭାତ ସୁତାର, କେ.ସମେଶ୍ଵର ରାଓ, ସ୍ବେଛାସେବୀ କୈଳାସ ଚନ୍ଦ୍ର ଲେଙ୍କା, ଇଭାରାଣୀ ପଟ୍ଟନାୟକ,ସିଷ୍ଟର ଶିନଥିଆ, ବସନ୍ତ କୁମାର ସ୍ୱାଇଁ, ଏ.ନାଗରାଜୁ, ଶଙ୍କର୍ ଜେନ୍, ଘନଶ୍ୟାମ ବରାଡ, ଶଙ୍କର ମହାପାତ୍ର, ବିଦ୍ୟାଧର ପରିଡା,ଜୟ ବାଡତ୍ୟା,ସୁଶାନ୍ତ କୁମାର ସାହୁ,ତ୍ରିନାଥ ସ୍ୱାଇଁ ଏବଂ ସେମିଲିଗୁଡା ସ୍ବେଛାସେବୀ ସଂଗଠନର ସଭାପତି ବାସୁଦେବ ବରାଡ, ଉପଦେଷ୍ଟା ଶଶଧର ରାଉତ,ସମ୍ପାଦକ କୃତିବାସ ପ୍ରଧାନ ଓ କୋଷାଧକ୍ଷ ବି. ନାଗେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କାର୍ଯ୍ୟ ସମ୍ପାଦନ କରିଥିଲେ । ଏପରି ଏକ ଅଭିନବ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।ଏହା ଫଳରେ ସଫେଇ କର୍ମଚାରୀମାନେ ଅଧିକ ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ବୃଦ୍ଧି ହେବ ବୋଲି ସଂଗଠନ ପକ୍ଷରୁ ସଭାପତି ବାସୁଦେବ ବରାଡ ମତ ବ୍ଯକ୍ତ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles