ରୋଟାରୀ କ୍ଲବ୍ ଓ ଆମ ପୋଲିସ ମିଶି ପାଳିଲେ ଗାନ୍ଧୀ ଜୟନ୍ତୀ

- Advertisement -

ବ୍ୟାସନଗର : ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ ଓ ଆମ ପୋଲିସ ମିଳିତ ଭାବେ ପାଳନ କରିଛନ୍ତି ।ସଖାଳୁ ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ ର ସଭାପତି ଅଭୟ ପତି ଓ ଯାଜପୁର ରୋଡ ଥାନାର ଅଧିକାରୀ ଅନିଲ୍ କୁମାର ମହାନ୍ତିଙ୍କ ସମେତ ଥାନାର ବହୁ କର୍ମଚାରୀ ଯୋଗଦାନ କରିଥିଲେ ।ସ୍ଥାନୀୟ ନିଉମାର୍କେଟ୍ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିଥିଲେ ।ଏହି ଅବସରରେ ଶ୍ରୀ ପତି ଜନସାଧାରଣଙ୍କୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ଯାଗ୍ ବ୍ଯବହାର ବନ୍ଦ କରିବାକୁ ଅନୁରୋଧ କରିଥିଲେ ।ତତ୍ ସହିତ ପରିବେଶ ତଥା ନିଜ ଘରର ଚତୁର୍ପାଶ୍ବ ସଫା ଓ ସ୍ବଚ୍ଛ ରଖିବାକୁ ପରାମର୍ଶ ଦେଇଥିଲେ ।ସେହିପରି ଶ୍ରୀ ମହାନ୍ତି ସଡକ ସୁରକ୍ଷା ସମ୍ପର୍କରେ ଉପସ୍ଥିତ ବ୍ଯକ୍ତିଙ୍କୁ ବୁଝାଇଥିଲେ ।ଗାଡି ଚାଳନା ସମୟରେ ଗାଡି ତଥା ନିଜର ବୈଧ କାଗଜପତ୍ର ପାଖରେ ରଖିବା,ହେଲମେଟ୍ ପିନ୍ଧିବା,ସିଟ୍ ବେଲ୍ଟ ବାନ୍ଧିବା ଇତ୍ୟାଦି ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ ।ଏହି ଅବସରରେ ରୋଟାରୀ କ୍ଲବ୍ ର ସମସ୍ତ ସଦସ୍ୟଙ୍କ ସମେତ ବହୁ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles