ରାଜ୍ୟରେ ଆସନ୍ତାକାଲି ଠାରୁ ଅନଲାଇନରେ ମିଳିବ ମଦ

- Advertisement -

ଭୁବନେଶ୍ୱର : ରାଜ୍ୟ ସରକାର ମଦକୁ ନେଇ ବଡ଼ ଘୋଷଣା। ଆସନ୍ତାକାଲି ଠାରୁ ଅନଲାଇନରେ ମିଳିବ ମଦ । ଆଜି ଏନେଇ ସରକାର ଅନୁମତି ପ୍ରଦାନ କରିଛନ୍ତି । କଣ୍ଟେନମେଣ୍ଟ ଜୋନ ଛାଡି ଆଉ ସବୁ ଜୋନରେ ଅନଲାଇନରେ ମଦ ମିଳିବ । ଏହାସହ ମଦ ଉପରେ କୋଭିଡ଼ ଫି’ ଲଗାଯାଇଛି । କୋଭିଡ଼ ଫି ୫୦% ଲଗାଯାଇଥିବାରୁ ମଦ ଦାମ ଦେଢ଼ଗୁଣା ହୋଇଯିବ । ଏମଆରପି ଉପରେ ହିଁ ଏହି ଫି’ ଲାଗୁ ହେବ । କୋଭିଡ଼ ଫି’ ବାବଦକୁ ମିଳିବାକୁ ଥିବା ଅର୍ଥ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରାଯିବ । କେବଳ ବିଦେଶୀ ମଦ ଓ ବିୟର ଉପରେ କୋଭିଡ଼ ଦର ଲାଗୁ କରାଯାଇଛି । ଏହା ସକାଳ ୭ଟାରୁ ଦିନ ୧ଟା ମଧ୍ୟରେ ଅନ୍‌ଲାଇନ୍ ଅର୍ଡର ନିଆଯିବ । ପରେ ସନ୍ଧ୍ୟା ୬ଟା ମଧ୍ୟରେ ଡେଲିଭରି କରାଯିବ। ଦେଶରେ ଲକ୍ ଡାଉନ ଆରମ୍ଭ ହେବା ପରେ ମଦ ଦୋକାନ ସବୁ ବନ୍ଦ ଥିଲା। ଫଳରେ ରାଜ୍ୟରେ ଅନେକ ଜାଗାରେ ଚୋରା ମଦ ବିକ୍ରି ହେଉଥିବାର ଅନେକ ନଜିର ଅଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles