ରାଜନୀତିର ଚାଣକ୍ଯ,ସାଜିଛନ୍ତି ଚାଟଶାଳୀ ଶିକ୍ଷକ ।

- Advertisement -

ଯାଜପୁର : ଅଶି ଦଶକରେ ରାଜନୀତି କ୍ଷେତ୍ରରେ ଚାଣକ୍ଯ ବୋଲାଉଥିବା ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ସାଜିଛନ୍ତି ଘରୋଇ ଶିକ୍ଷକ ।ଦିନ ଥିଲା ରାଜନୀତି କ୍ଷେତ୍ରରେ ବିଭିନ୍ନ ସମୟରେ ବହୁ ଯୁବକ ଯୁବତୀ ମାନଙ୍କୁ ରାଜନୀତିର ପାଠ ପଢାଉଥିଲେ ।ଆଜି କିନ୍ତୁ ଚିତ୍ର କିଛି ଭିନ୍ନ ।କରୋନା ଲକଡାଉନ୍ ଯୋଗୁଁ ସମସ୍ତେ ଘରେ ରହୁଛନ୍ତି ।ଏହି ସମୟରେ ଶ୍ରୀ ଘଡାଇ ନିଜ ଘରେ ରହି ସାଜିଛନ୍ତି ଟିଉସନ୍ ମାଷ୍ଟ୍ର ।ନିଜ ନବବିବାହିତା ପୁତ୍ରବଧୂକୁ ପଢାଉଛନ୍ତି ବର୍ଣ୍ଣବୋଧ ।ଏଠାରେ ଉଲ୍ଲେଖ କରାଯାଇପାରେ ଏଇ କିଛି ଦିନ ତଳେ ପ୍ରୀତିରଞ୍ଜନ ଘଡାଇ, ବଙ୍ଗିୟ ଅଭିନେତ୍ରୀ ଝିଲିକିଙ୍କୁ ବିବାହ କରିଥିଲେ ।ଯେହେତୁ ସେ ବଙ୍ଗଳା ଝିଅ ତେଣୁ ଓଡିଆ ଭାଷା ଶିକ୍ଷା ପାଇଁ ସେ ଚେଷ୍ଟା କରୁଛନ୍ତି ।ତେଣୁ ବାହାରକୁ ନ ଯାଇ ଘରେ ନିଜ ଶଶୁରଙ୍କୁ କରିଛନ୍ତି ଗୁରୁ । ଏପରି ଏକ ଫଟୋ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ଯେଉଁଥିରେ ବିଜେଡିର ଉପ ସଭାପତି ବର୍ଣ୍ଣବୋଧ ପଢାଉଛନ୍ତି ନିଜ ବୋହୁକୁ ।ଯାହାକୁ ନିଜେ ଝିଲିକି ନିଜ ଫେସବୁକ୍ ରେ ସେୟାର କରିଛନ୍ତି ।
ଅଜୟ ସାହୁ (ବିଗ୍ ନିଉଜ୍ ଓଡିଶା)

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles