ରଙ୍ଗ ଲାଗିଲା ପୂର୍ବରୁ ମନ ହେଲା ରଙ୍ଗୀନ..

- Advertisement -

ଭୁବନେଶ୍ୱର : ହୋଲି । ଆନନ୍ଦ, ଉଲ୍ଲାସ,ପ୍ରେମ, ଭାଇଚାରା ଓ ସଦଭାବନାର ପର୍ବ । ରଙ୍ଗର ରଙ୍ଗୀନରେ ସଭିଁଏ ମସଗୁଲ । କାହିଁ କେଉଁ କାଳରୁ ପରମ୍ପରା ଅନୁସାରେ ଭାରତ ବର୍ଷରେ ରଙ୍ଗ ପର୍ବ ହୋଲି ଓ ଦୋଳପୂର୍ଣ୍ଣିମା ପାଳନ କରାଯାଇଛି । ୩୬୫ ଦିନରୁ ଏହି ଗୋଟିଏ ସମସ୍ତଙ୍କୁ ପ୍ରେମ ବନ୍ଧନରେ ବାନ୍ଧିଦିଏ । ଭଗବାନ , ଭକ୍ତ ଠାରୁ ଆରମ୍ଭ କରି ମାନବସମାଜ ଏହି ଦିନ ସମସ୍ତେ ପ୍ରେମ ବନ୍ଧନରେ ବାନ୍ଧି ହୋଇଯାଆନ୍ତି । ପୁରାଣରେ ଅଛି ଭଗବାନ କୃଷ୍ଣ ତାଙ୍କର ପ୍ରିୟତମା ରାଧାଙ୍କୁ ଏହି ଦିନ ପ୍ରେମ ନିବେଦନ କରିଥିଲେ । ଯେଉଁଥି ପାଇଁ ପ୍ରେମର ପ୍ରତୀକ ଭାବେ ଅନେକ ମାସଟିଏ ଧରି ବିଭିନ୍ନି ସ୍ଥାନରେ ରଙ୍ଗର ପର୍ବ ହୋଲି ପାଳନ ହୁଏ । କେବଳ ଭାରତ ବର୍ଷରେ ନୁହେଁ, ବିଦେଶରେ ମଧ୍ୟ ହୋଲିପର୍ବ ପାଳନ କରାଯାଏ । ଅାମେରିକାର ହ୍ୱାଇଟ ହାଉସରେ ବି ହୋଲି ପର୍ବ ପାଳନ କରାଯାଏ । ହୋଲି ହେଲା ଏକ ଅଦିନିଆ ପ୍ରେମର ପର୍ବ । କେବଳ ପ୍ରେମିକା ଓ ପ୍ରେମିକ ନୁହନ୍ତି, ପୁରା ସମାଜ ଏହି  ଦିନ ପ୍ରେମରେ ଉବୁଟୁବୁ ହୁଏ । ଭୋଜିଭାତ, ନାଚ ଗୀତ, ଭାଙ୍ଗ,ଗଞେ୍ଜଇ, ମଦିରା ପାନ ସହ ଦହିବରା ଅାଳୁଦମ, ଦହିପାଣି, ଅାଦି ଦିନ ତମାମ ନିଜ ନିଜ ଢଙ୍ଗରେ ସଭିଁଏ ରଙ୍ଗ ପର୍ବକୁ ଉପଭୋଗ କରନ୍ତି । ଏହି ଦିନ ନଥାଏ ଧନୀ, ଗରିବ, ଜାତି ଅଜାତି, ସାନ ବଡ଼ ଓ ପୁରୁଷ-ନାରୀ ପାର୍ଥକ୍ୟ । ଅାଉ ଥାଏ କେବଳ ପ୍ରେମ ହିଁ ପ୍ରେମ । ସେଥି ପାଇଁ ବର୍ଷର ୩୬୪ ଦିନ ଦୋଳପପୂର୍ଣିମା ପାଳନ ହେବା ଅାବଶ୍ୟକ ବୋଲି ଅନେକ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତି ।
ହୋଲି ପର୍ବ କାହା ପାଇଁ କେମିତି ତାହା ତ ଭିନ୍ନ କଥା । ହେଲେ ମୋ ପାଇଁ ତ ଟିକେ ନିଆରା । ଅାନନ୍ଦରେ ରହିବାକୁ ଭଲ ପାଉ ଥିବା ଛୋଟିଅା ମଣିଷଟିଏ ମୁଁ । ସବୁଦିନ ଠାରୁ ହୋଲି ପର୍ବ ମୋ ମନରେ ଅାଣେ ଅନେକ ଅାନନ୍ଦ । ସକାଳ ହେବା କ୍ଷଣି ଦେହରେ ରଙ୍ଗ ଲାଗିବା ପୂର୍ବରୁ ଅବା କିଏ ହୋଲିର ଅଭିନନ୍ଦନ ଜଣାଇବା ପୂର୍ବରୁ ମୁଁ ରଙ୍ଗୀନ ହୋଇଯାଏ । କେମିତି ରଙ୍ଗୀନ ହୁଏ ତାହା ଅାଜିଯାଏ ମୁଁ ବୁଝିପାରେ ନାହିଁ । ଅାକାଶରେ ଉଡ଼ିବା ବେଳେ ପକ୍ଷୀ ତାର ଉଚ୍ଚତା ଯେମିତି  ନପାରେ  ଯେମିତି ପାଣିର ଗଭୀରତା ମାପିପାରେନପାରେ l ଠିକ ସେହିପରି ରଙ୍ଗର ପର୍ବ ହୋଲିରେ ମୁଁ କେମିତି ରଙ୍ଗ ଲାଗିବା ପୂର୍ବରୁ ରଙ୍ଗୀନ ହୋଇଯାଏ ତାହା ଜାଣେ ନାହିଁ । କେବଳ ଏମିତି ଜାଣେ ଏହି ଦିନ ଏକ ନିଆରା ସ୍ୱାଦ ଆଣେ ମୋ ପାଇଁ । ଘର ଓ ଆତ୍ମିୟତା ଙ୍କ ଠାରୁ ଦୂରରେ ରହି ଏହି ଦିନ ଯେ ସଭିଁଏ ମତେ ନିଜ ଆତ୍ମିୟତା ଓ ଭଲ ପାଇବାରେ ବାନ୍ଧି ଦିଅନ୍ତି ତାହା ମୁଁ ଅନୁଭବ କରେ ରାଜଧାନୀରେ । ଗୋଟେ କଥା ବିଚିତ୍ର ମୋ ପାଇଁ ଯେ ଦୁନିଅାରେ ଯେଉଁଦିନ ରଙ୍ଗର ପର୍ବ ହୋଲି ପାଳନ କରାଯାଏ ମୋ ସହର ଯାଜପୁରରେ କିନ୍ତୁ ଦିନକ ପୂର୍ବରୁ ରଙ୍ଗ ଖେଳ ହୁଏ । ମୁଁ ନିଜକୁ ଭାଗ୍ୟବାନ ଭାବେ ଯେ ମୁଁ ପୁରାତନ ରାଜଧାନୀରୁ ସ୍କୁଲ,କଲେଜ ସାରି ଏବେ ମୋ କର୍ମଭୂମି ସାଜିଛି ନୂଅା ରାଜଧାନୀ । ଯାହା କଟକ ପରି ହଜାର ବର୍ଷର ସହର ହୋଇନପାରେ, ହେଲେ କମ ବୟସର ଏହି ସହରରେ ଖୁବକମ ଲୋକଙ୍କ ପାଇଁ ମୁଁ ଅାନନ୍ଦରେ ଏଠାରେ ରହୁଛି । ତାହା ଭିତରେ ମୋ ବାପା-ମାଅା ଓ ପରିବାର ତା ଛାଡ଼ା ଅାଉ କିଛି ମତେ ଭଲପାଉଥବା ମୋ ସାଙ୍ଗସାଥ,ବଡ଼ ଭାଇ, ଅାମୀୟ ମାନେ । ତେବେ ରଙ୍ଗ ଲାଗିଲା ପୂର୍ବରୁ ମନ କିପରି ରଙ୍ଗୀନ ହୋଇଯାଇଛି ତାହା ରାଜଧାନୀରେ ରହି ମୁଁ ଅନୁଭବ କରିଛି । ହୋଲିର ଦିନକୁ ପୂର୍ବରୁ ଯେଉଁଠାରେ ମୋର ଜନ୍ମ ସେଠାରୁ ହୋଲିର ଶୁଭେଚ୍ଛା ଓ ଅଭିନନ୍ଦନ ବାତ୍ତାର୍ ଅାସିବା ପିଲାଦିନ ସହରରୁ ମୋ ସହରରୁ ଆସିଥିବା ଫଟୋ ଓ ଭାବନା ହିଁ ମୋତେ ରଙ୍ଗୀନ କରିଛି । ମନେ ପଡ଼େ ପିଲାଦିନର ହୋଲି ଖେଳରେ ବାପା-ମାଅା ବଡ଼ଭାଇ ଓ ଉଉଣୀ ରଙ୍ଗ ନଖେଳିବାକୁ ପରାମର୍ଶ । ଦେହରେ ତେଲ ମାରି , କେଉଁ ବୁଜୁଳାରେ ବନ୍ଧା ଯାଇଥବା ଚିରା ଜମାଓ ପ୍ୟାଣ୍ଟ କଥା । କାରଣ ହୋଲି ଖେଳିବା ପାଇଁ ହେଲେ ଏସବୁର ଅାବଶ୍ୟକ ଅତ୍ୟନ୍ତ ଅାବଶ୍ୟକ । ମାତ୍ର ୫ଟଙ୍କାରେ ରଙ୍ଗ କିଣି ଓ ଅାଉ ୫ଟଙ୍କାରେ ପାନ , ଝାଟ ଖାଇ ଗ୍ରୀଷ୍ମଅାରମ୍ଭ ଖରାରେ ରଙ୍ଗ ଦେହରେ ବୁଲିବା ଓ ଦିନକୁ ଅଦିନିଅାର ଭୂତ ରୂପନେବା ସତରେ କେତେ ନିଅାରା । ତା ସାଙ୍ଗକୁ ଇଚ୍ଛା ନଥିଲେ ବି  ୧୨ଟା ଭିତରେ ଘରେ ଅାସି ପହଞ୍ଚି ଗାଧେଇବା ବଡ଼ କଷ୍ଟ । କାରଣ ଅାମେ ଛୋଟପିଲାମାନେ ସିନା ଘରକୁ ଅାସିଲେ ବାପା,ଦାଦା ତାଙ୍କ ସାଙ୍ଗ ମାନଙ୍କ ସହ ରଙ୍ଗ ଖେଳିବେ । ରଙ୍ଗ ଖେଳିବାର ଅସଲ ମଜା ଅାସେ ଯେତେବେଳେ ଗାଧେଇବା ଅାରମ୍ଭ ହୁଏ । ମୁଣ୍ଡଫଟା ରଙ୍ଗ ଦେହ ଓ ମୁଣ୍ଡରୁ ନଛାଡ଼ିବା ଓ ଦେହକୁ ଗାମୁଛା ଓ ନିମ୍ବ ନିମ୍ଵଛେଲିରେ ଘଷିଘଷିୀ ବେଦମ ହେବାର ମଜା ଟିକେ ନିଅାରା । କେବଳ ଏତିକି ନୁହେଁ, ସବୁ ସରିବା ପରେ ଘରେ ଯେମିତି ମୁଁ ଅାଉ ଥରେ ରଙ୍ଗ ନଖେଳେ ସେଥଲାଗି ଅାଗପଟୁ କବାଟ ଦେଇଦେବା କଥା ଅାଜି ବି ମନେ ପଡ଼େ । ଏତେସବୁ ଘଟଣା କେବଳ ଏହି ହୋଲି ପର୍ବରେ ହିଁ ଘଟିଥାଏ । ଯାହା ଅାଜି ମନେ ପଡ଼ିଲେ ବିନା ରଙ୍ଗରେ ମନ ରଙ୍ଗୀନ ହୋଇଯାଏ । ବାସ…….

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles