ମୋଦିଙ୍କ ଭାଷଣ ପ୍ରଚାର ସର୍ବସ୍ବ-ନିରଞ୍ଜନ ପଟ୍ଟନାୟକ

- Advertisement -

ଭୁବନେଶ୍ୱର- ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ମହାଶୟ ଆତ୍ମନିର୍ଭର ଭାରତ ଉପରେ ବହୁ ସମୟ ଧରି ପ୍ରବଚନ ଦେଲେ । ଉକ୍ତ ପ୍ରବଚନ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ ୫ ମିନିଟ୍‌ରେ ସାରିଥାନ୍ତେ । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଥିଲେ ୨ ମିନିଟ୍‌ରେ ସାରିଥାନ୍ତେ । ତେବେ ପ୍ରଶ୍ନହେଲା ଯେ ବର୍ତମାନ ଲୋକଙ୍କୁ ରେଳ ଟିକେଟ୍ ଦିଆଯାଇପାରିଲା ନାହିଁ, ଖାଇବାକୁ ଦିଆଗଲା ନାହିଁ, ଶ୍ରମିକମାନେ ଆସି ପାରିଲେ ନାହିଁ, ଶ୍ରମିକମାନେ ନଆସିପାରି ଆତ୍ମହତ୍ୟା କଲେଣି । ସେଥିପାଇଁ କୌଣସି ବନ୍ଦୋବସ୍ତ ହେଲାନାହିଁ । ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଏ ୨୦ ଲକ୍ଷ କୋଟି ଟଙ୍କା ଆସିବ କେଉଁଠୁ ନା ବଜେଟ୍ ପଇସାରୁ କାଟିକି କରିବେ, ଯଦି ବଜେଟ୍ ପଇସାରୁ ନକାଟିବେ ତେବେ ଅଧିକ ଟ୍ୟାକ୍ସ ପକେଇବେ କି? ସେ ଯାହା ହେଉନା କାହିଁକି ଯେଉଁ ଭୋକାଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଯାହା ଦେଶବାସୀଙ୍କୁ କହିଛନ୍ତି ସେ ନୂଆ କଥା କିଛି ନୁହେଁ । ଜାତିର ପିତା ମହାତ୍ମା ଗାନ୍ଧୀ ଏହି ପଥ ଆଗରୁ ଦେଖାଇଥିଲେ । ଏହିକଥାଟି, ପ୍ରଚାର କରିବା ପୂର୍ବରୁ ଆମେ ନିଜେ ଆମ ଉତ୍ପାଦିତ ପଦାର୍ଥର ବ୍ୟବହାର କରିବାର ବ୍ୟବସ୍ଥା କରାଯିବା ଉଚିତ୍ । ଆମ ଉତ୍ପାଦିତ ପଦାର୍ଥ ବ୍ୟବହାର କଲାବେଳେ ଆମ ପଦାର୍ଥର କ୍ୱାଲିଟି ଓ ପ୍ରାଇସ୍ ଯଦି ଅନ୍ୟ ଦେଶ ତୁଳନାରେ ଭଲ ନହେବ ତେବେ ବିଦେଶରୁ ଆସୁଥିବା ଜିନିଷ ସହିତ ସମକକ୍ଷ ହୋଇପାରିବ ନାହିଁ । ଏ କ୍ଷେତ୍ରରେ ପ୍ରଥମେ ବିଦେଶୀ ଜିନିଷର ଆମଦାନୀକୁ ବନ୍ଦ କରିବେ କି? ଯଦି ବିଦେଶୀ ଜିନିଷକୁ ବନ୍ଦ କରିବେ ତେବେ ଆମ ଦେଶରେ ଲୋକମାନେ ଆମ ଜିନିଷ ବ୍ୟବହାର କରିବାକୁ ସୁଯୋଗ ପାଇବେ । ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବୋଧେ ଏ ବିଷୟରେ ମନ ସ୍ଥିର କରିନାହାନ୍ତି । ପ୍ରଚାର ଦୃଷ୍ଟିରୁ ଏହା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ଯଦି ଏହାର ବାସ୍ତବତାର ରୂପରେଖ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଥାନ୍ତେ ତେବେ କିଛି ଜଣାପଡିଥାନ୍ତା । ତଥାପି ଆମେ ଅପେକ୍ଷା କରିବା ଅର୍ଥମନ୍ତ୍ରୀ ପ୍ୟାକେଜ୍ କଥା କ’ଣ କହୁଛନ୍ତି ଏବଂ ପ୍ୟାକେଜ୍ ଆସିଲା ପରେ ତା’ର ପ୍ରତିକ୍ରିୟା କ’ଣ ପ୍ରକାଶ ପାଇବ । ପ୍ରକୃତରେ ଭାରତବାସୀଙ୍କ ପାଇଁ ଏହି ପ୍ରକ୍ରିୟା ସହାୟକ ହେବ ନା ନାହିଁ? ବର୍ତମାନ ଏହା ଏକ ସ୍ୱପ୍ନ ମାତ୍ର । ଏ ସ୍ୱପ୍ନକୁ କିପରି ସାକାର କରାଯିବ କେନ୍ଦ୍ର ସରକାର ବିଚାର କରିବେ । କିନ୍ତୁ ଆଜି ଦିନରେ ଯେଉଁ ପରିସ୍ଥିତି ସେ ପରିସ୍ଥିତିରେ ଗରିବ, ଶ୍ରମିକ, ଚାଷୀ ବା ମଧ୍ୟବିତ ପରିବାରଙ୍କୁ ଯେପରି ସହାୟତା ହେବ ସେହିପରି କୌଣସି କାର୍ଯ୍ୟକ୍ରମ କେନ୍ଦ୍ର ସରକାର ବା ରାଜ୍ୟ ସରକାରଙ୍କୁ ଏ ପର୍ଯ୍ୟନ୍ତ ଦେଖାଗଲା ନାହିଁ । ଏହା ପରିସ୍ଥିତିକୁ ଆସ୍ତେ ଆସ୍ତେ ଆହୁରି ଜଟିଳ କରୁଛି ବୋଲି ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles