ଭୁବନେଶ୍ବର, କଟକ,ଭଦ୍ରକ ପରେ ଆଜିଠୁ ଯାଜପୁର ପାଳି ।

- Advertisement -

ଯାଜପୁର : ଓଡିଶାରେ କରୋନା ମହାମାରୀ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି । କିଛିଦିନ ତଳେ ୩ରେ ସିମିତ ଥିବା ଆକ୍ରାନ୍ତ ଙ୍କ ସଂଖ୍ୟା ଗତକାଲି ହଠାତ୍ ବଢି ଯାଇ ୨୦ ଛୁଇଁଛି । ପୂର୍ବରୁ ପ୍ରକାଶିତ ନିଜାମୁଦିନ୍ ଠାରେ ଆୟୋଜିତ ହୋଇଥିବା ସଂଖ୍ୟାଲଘୁ ସଂପ୍ରଦାୟର ଧର୍ମୀୟ ସଭାରେ ଓଡିଶା ପ୍ରାୟ ଜିଲ୍ଲାରୁ କିଛି ସଂଖ୍ୟାଲଘୁ ଯୋଗଦାନ କରିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଅଞ୍ଚଳର କିଛି ଲୋକ ସେଠାରେ ଯୋଗ ଦେଇଥିଲେ । ଗତକାଲି ବ୍ରହ୍ମବରଦା ଅଞ୍ଚଳରୁ ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅଶ୍ବିନି ହସପିଟାଲ୍ କୁ ପଠାଇ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର ଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଦାସ ଏକ ବିହିତ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ବର ,କଟକ ଓ ଭଦ୍ରକ ଭଳି ଆଜି ରାତି ୮ଟା ଠାରୁ ୪୮ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଏହାର ଆଖପାଖ ସମସ୍ତ ଅଞ୍ଚଳକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ,ଏପରି ଏକ ଘଡିସନ୍ଧି ମୁହୁର୍ତ୍ତରେ ସମସ୍ତେ ନିୟମକୁ ମାନି ଚଳିବାକୁ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନିୟମ ଖିଲାଫ୍ କାରିଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପୋଲିସ୍ ପ୍ରଶାସନକୁ କୁହାଯାଇଛି  ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles