ବରିଷ୍ଠ ଅଧିକାରୀ ମାନଙ୍କୁ ଘେରିଲେ ଶତାଧିକ କର୍ମଚାରୀ

- Advertisement -

କଳିଙ୍ଗନଗର: କଳିଙ୍ଗନଗର ସ୍ଥିତ ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ଯୋଗ ନୀଳାଚଳ ଇସ୍ପାତ ନିଗମରେ କିଛିମାସ ହେବ ଚାଲିଥିବା ଅଚଳାବସ୍ଥାକୁ ବିରୋଧ କରି ଆଜି ଶତାଧିକ କର୍ମଚାରୀ କାରଖାନାର ପ୍ରଶାସନିକ ଅଧିକାରୀଙ୍କୁ ଘେରିଥିଲେ । ବିଭିନ୍ନ ସମସ୍ୟାର ଆଳ ଦେଖାଇ କାରଖାନା କର୍ତ୍ତୃପକ୍ଷ ଶ୍ରମିକ ମାରଣ ନୀତି ଚଳାଇଥିଲେ ।ସେହି କାରଣରୁ କର୍ମଚାରୀମାନେ ଦୁଇ ମାସର ଦରମା ପାଇ ନାହାନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପରିଚାଳନା ଗତ ତୃଟି କରଣରୁ କାରଖାନା ବହୁ କ୍ଷତିଗ୍ରସ୍ତ ହେଉଛି । ଯେଉଁଠାରେ ଘରୋଇ ଶିଳ୍ପସଂସ୍ଥା ଦିନକୁଦିନ ଉନ୍ନତି କରୁଥିବା ସ୍ଥଳେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବୋଲାଉଥିବା ନୀଳାଚଳ ନିମ୍ନଗାମୀ ହେବାରେ ଲାଗିଛି । ବର୍ତ୍ତମାନ ପାର୍ବଣର ସମୟରେ ଦୁଇ ମାସର ଦରମା ନ ପାଇ କର୍ମଚାରୀ ମହଲରେ ଏକ ପ୍ରକାର ଅଶୋନ୍ତଷ ଦୀର୍ଘ ଦିନ ଧରି ଲାଗିରହିଥିଲା । ବିଭିନ୍ନ ସମସ୍ୟାରେ ଅତିଷ୍ଠ ଥିବା କର୍ମଚାରୀଙ୍କ ଧର୍ଯ୍ଯର ବନ୍ଧ ଆଜି ଭାଙ୍ଗିଯାଇଥିଲା । ଶେଷରେ କର୍ମଚାରୀମାନେ ଦଳଗତ ହୋଇ ପ୍ରଶାସନିକ ଅଧିକାରୀଙ୍କୁ ଘେରି ନିଜର ଦାବି ଉପସ୍ଥାପନ କରିଥିଲେ । କର୍ମଚାରୀମାନେ ତାଙ୍କ ନ୍ୟାର୍ଯ୍ୟ ଦାବି ସହ ଧାରଣା ଦେଇଥିଲେ । କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଧାରଣାରେ ବସିଥିବା ବେଳେ,କାରଖାନା ଅଧିକାରୀ ପୁଲିସ୍ ର ସହାୟତା ଲୋଡିଥିଲେ । ପୋଲିସର ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜକିଶୋର ଦୋରାଙ୍କ ସମେତ କଳିଙ୍ଗନଗର ଥାନା ଅଧିକାରୀ ଓ ସହକର୍ମୀ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କର୍ମଚାରୀଙ୍କ ଅନୁରୋଧ କ୍ରମେ ଶ୍ରୀ ଦୋରା କାରଖାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ କାରଖାନାର ଉପ-ମହାପ୍ରବନ୍ଧକ ଏସ୍.ବି.ଜଗଦଲେ, ଅର୍ଥ ବିଭାଗର ନିର୍ଦ୍ଦେଶକ ଏସ୍ .ଭି.ସାହି ଓ କାରଖାନାର ବରିଷ୍ଠ ଅଧିକାରୀଙ୍କ ସହ ନିଜେ ଶ୍ରୀ ଦୋରା ମିଳିତ ଭାବେ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । କର୍ମଚାରୀଙ୍କ ଦାବିଥିଲା ୧.ଦୀର୍ଘ ଦିନରୁ ବନ୍ଦ ଥିବା ବ୍ଲାଷ୍ଟ୍ ଫରନେସ୍ କୁ ଯଥାଶୀଘ୍ର ଚାଲୁ କରିବା ।୨.ନିର୍ଦ୍ଧାରିତ ସମୟରେ କର୍ମଚାରୀଙ୍କ ଦରମା ପ୍ରଦାନ ।୩.ବକେୟା ଥିବା ୨ମାସର ଦରମା,ମେଡିକାଲ ଟଙ୍କା,ଟିଉସନ୍ ଫି,ଦୁର୍ଗାପୂଜା ବୋନସ୍ ପ୍ରଦାନ ଇତ୍ୟାଦି । କର୍ମଚାରୀଙ୍କ ଯଥୋଚିତ ଦାବିକୁ ଶେଷରେ କର୍ତ୍ତୃପକ୍ଷ ମାନିବାକୁ ବାଧ୍ୟ ହୋଇଥିଲେ ଓ ଯଥାଶୀଘ୍ର କାରଖାନା କାର୍ଯ୍ୟକ୍ଷମ ହେବାର ପ୍ରତିଶୃତି ଦେବାପରେ କର୍ମଚାରୀମାନେ ଧାରଣ ପ୍ରତ୍ଯାହୃତ କରିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles