ନିଜ ଭିଟାମାଟିରେ ହଟ୍ଟହଟ୍ଟା ହେଲେ ଆନ୍ଧ୍ର ଫେରନ୍ତା ।

- Advertisement -

ଟି.ଏମ୍ .ସି. ପରିବର୍ତ୍ତେ ରହିଲେ ପଶୁ ଚିକିତ୍ସାଳୟରେ  ।

  1. କୋରାପୁଟ : ଇତିମଧ୍ୟରେ କରୋନା ସମ୍ବନ୍ଧୀୟ ଲକଡାଉନ୍ ୩୭ଦିନ ପୁରି ଯାଇଛି । ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକ, ବିଦ୍ୟାର୍ଥ ତଥା ଚିକିତ୍ସା ପାଇଁ ଯାଇଥିବା ବ୍ଯକ୍ତି ମାନଙ୍କୁ ରାଜ୍ୟ ସରକାର ଫେରାଇ ଆଣିବା ପାଇଁ ବ୍ଯବସ୍ଥା କରୁଛନ୍ତି ।ଏହି ସମୟରେ ପରିବାର ପୋଷଣ ପାଇଁ ଆନ୍ଧ୍ରପ୍ରଦେଶ କୁ କାମ କରିବାକୁ ଯାଇ ଫେରିଥିବା ଦୁଇ ବ୍ଯକ୍ତିଙ୍କୁ ନିଜ ଗ୍ରାମରେ ବିରୋଧର ସମ୍ମୁଖୀନ ହେବାକୁ ପଡିଛି ।ମିଳିଥିବା ସୂଚନା ମୁତାବକ ସେମିଲିଗୁଡା ବ୍ଲକର ପରଜା ମୂଥାଇ ଗ୍ରାମର ଜନୈକ ଦୁଇ ବୃଦ୍ଧ ବ୍ୟକ୍ତି ଯଥା କ୍ରମେ ୬୦ ଓ ୬୫ ବର୍ଷ । ଦୁହେଁ ଦୀର୍ଘ ଦିନରୁ ଆନ୍ଧ୍ର ପ୍ରଦେଶ ରାଜ୍ୟ ସାଲୁର୍ ନିକଟ ତନମ ଗ୍ରାମରେ କଦଳୀ ବଗିଚାରେ କାମ କରୁଥିଲେ । କରୋନା  ଲକଡାଉନ୍ ଅବଧି ବୃଦ୍ଧି ଯୋଗୁଁ  ବିଭିନ୍ନ  ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୁହେଁ ନିଜ ଗ୍ରାମକୁ ଗତ କିଛିଦିନ ହେବ ଫେରିବା ପରେ ଦୁଇ ବୃଦ୍ଧଙ୍କୁ ନୂଆଗୁଡା ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ଵାରେଣ୍ଟିିନ୍ ରେ ରଖା ଯାଇଥିଲା । ଏହାକୁ ନେଇ ଗ୍ରାମ ବାସି ବିରୋଧ କରି  ଆସୁଥିଲେ ।କିିନ୍ତୁ ଆଜି ଏହି ବିରୋଧ ଉଗ୍ର ରୂପ ଧାରଣ  କରିଛି । ଗ୍ରାମବାସୀ ଗତ କାଲି ରାତିସାରା  ଉକ୍ତ କେନ୍ଦ୍ରଟିକୁ ତାଲା ପକାଇବା ସହ ବ୍ଯକ୍ତି ଦ୍ବୟଙ୍କୁ  କୌଣସି ଖାଦ୍ୟ ଦେଇନଥିଲେ l ଗ୍ରାମବାସୀଙ୍କୁ ଉକ୍ତ ଗ୍ରାମର ସରପଞ୍ଚ ବୁଝାଇବା ସତ୍ତ୍ବେ କୌଣସି ସମାଧାନ ନହେବାରୁ ସେ ବ୍ଲକ ବିଡ଼ିଓଙ୍କୁ ଜଣାଇ ଥିଲେ । ଖବର ପାଇ ସେମିଲିଗୁଡା ବିଡ଼ିଓ ସବ୍ୟସାଚୀ ବେହେରା, ତହସିଲଦାର ଶରତ ମାଝୀ ଏବଂ ନନ୍ଦପୁର ଥାନା ଅଧିକାରୀ କପିଳେଶ୍ଵର ବେହେରା ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ବୁୁୁୁଝାସୁଝା କରିଥିଲେ ।ଏପରି ପରିସ୍ଥିତିରେ ସମସ୍ତେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।କିନ୍ତୁ ଗ୍ରାମବାସୀ ଦୁଇ ବୃଦ୍ଧଙ୍କୁ ଗ୍ରାମରୁ ବାହାର କରିବାକୁ ଜିଦ୍ ଧରି ବସିିି ରହିଥିଲେ  । ଶେଷରେ କୌଣସି ସମାଧାନର ସୂତ୍ର ନ ମିଳିବାରୁ ପ୍ରଶାସନ ଉକ୍ତ ବ୍ଯକ୍ତି ଦ୍ବୟଙ୍କୁ ଗ୍ରାମର ପଶୁ ଚିକିତ୍ସାଳୟର  ଅଫିସକୁ ସ୍ଥାନାନ୍ତର କରାଇଥିବା ଜଣାପଡିଛି l ଏଠାରେ ପ୍ରଶ୍ନ ଉଠୁଛି, ପ୍ରଶାସନ କୁ କଣ ଅନ୍ୟ କୌଣସି ସ୍ଥାନ ମିଳିଲା ନାହିଁ ବ୍ଯକ୍ତି ଦ୍ବୟଙ୍କୁ ଥଇଥାନ କରିବାକୁ ? ଏନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles