ନିଆଁ ଗିଳିଦେଲା ତିନି ବଖରା ।

- Advertisement -

ବ୍ୟାସନଗର  : କୋରାଇ ଥାନା ଅଧିନସ୍ଥ ବରଗଡ ପଞ୍ଚାୟତର ନୁଆଗଡ ଗ୍ରାମରେ ଘଟିଯାଇଛି ଏକ ଅଗ୍ନିକାଣ୍ଡ । ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ସାଢେ ଦୁଇଟା ସମୟରେ ହଠାତ୍ ବାବନ ପାତ୍ରଙ୍କ ଘର ଚାଳରୁ ପ୍ରଚୁର ଧୂଆଁ ବାହାରିବା ଗ୍ରାମବାସୀଙ୍କ ନଜରକୁ ଆସିଥିଲା । କୌଣସି କାରଣ ବଶତଃ ବାବନଙ୍କ ଘରେ ନିଆଁ ଲାଗି ଯାଇଥିଲା । ସଙ୍ଗେ ସଙ୍ଗେ ନିକଟସ୍ଥ ଦମକଳ କେନ୍ଦ୍ରକୁ ସହାୟତା ପାଇଁ ଫୋନ୍ କରିଥିଲେ ଗ୍ରାମବାସୀ । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦମକଳ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତିନି ବଖରା ଘର ଜଳିଯାଇଥିଲା । ପ୍ରକାଶ ଥାଉକି ବାବନ ପାତ୍ର ଅଗ୍ନିଶମ କେନ୍ଦ୍ର ଛକରେ ଏକ ସାଇକେଲ ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି । ବର୍ତ୍ତମାନ ସମୟରେ କରୋନା ପାଇଁ ସବୁ ଆଡେ ଲକଡାଉନ୍ ପରିସ୍ଥିତିରେ ଦୋକାନ ବଜାର ବନ୍ଦ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏପରି ଏକ ବିପତ୍ତି ତାଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି । ଏପରି ସ୍ଥଳେ ପ୍ରଶାସନ ପକ୍ଷରୁ ସାହାଯ୍ୟ ପାଇଁ ସାଧାରଣରେ ଦାବି ହେଉଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles