ନବୀନ ସବୁଠୁ ଧନୀ, ତୁଷାରକାନ୍ତି ଗରିବ…

- Advertisement -

ଭୁବନେଶ୍ୱର :ଭୁବନେଶ୍ୱର : ସର୍ବ ସାଧାରଣ ହୋଇଛଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କ ସମ୍ପତ୍ତି ତାଲିକା । ତାଲିକାର ଶୀର୍ଷରେ ନବୀନ ଥିବା ବେଳେ ସବୁଠୁ ଗରିବ ମନ୍ତ୍ରୀ ହୋଇଛନ୍ତି ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ମୁ୍‌ଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ୨୦୧୮-୧୯ ଆର୍ଥକ ବର୍ଷର ସର୍ମ୍ପତତି ତାଲିକା ଜାରୀ କରଯାଇଛି । ମୁଖ୍ୟମନ୍ତରୀ ନବୀନ ପଟ୍ଟନାୟକ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ନବୀନଙ୍କ ସର୍ମ୍ପର୍ତ୍ତି ପରିମାଣ ୧୫କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ନବୀନଙ୍କ ସର୍ମ୍ପତ୍ତିର ପରିମାଣ ପ୍ରାୟ ୪୯: ୨୪ କୋଯି ଟଙ୍କା ଥିବାବେଳେ ୨୦୧୯ର ମାର୍ଚ୍ଚ ଶେଷ ସୁଦ୍ଧା ଏହା ୬୩: ୬୪ କୋଟି ଟଙ୍କା ବୃଦ୍ଧି ପାଇଛି । ଦ୍ୱିତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ସ୍ୱାସ୍ଥ୍ର‌୍ୟମନ୍ତ୍ରୀ ନବ ଦାସ । ନବଙ୍କ ପାଖରେ ପ୍ରାୟ ୩୨ଲକ୍ଷ ନଗଦ, ଏକକୋଟି ଟଙ୍କା ବ୍ୟାଙ୍କ ଜମା, ଦୁଇକୋଟି ଟଙ୍କାରୁ ଅଧିକ ଫିକ୍ସଡ଼ ଡ଼ିପାଜିଯ ରହିଛି । ସେହିପରି ପଂଚାୟତ ରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସର୍ମ୍ପତ୍ତି ୪କୋଟି ବୃଦ୍ଧି ପାଇଛି । ପ୍ରତାପଙ୍କ ସମ୍ପର୍ତ୍ତି ୧୦କୋଟି ଟଙ୍କା ହେବ । କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମ୍ପର୍ତ୍ତି ୬୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ତେବେ ସବୁଠାରୁ ଗରିବ ମନ୍ତ୍ରୀ ହେଉଛନ୍ତି ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ତାଙ୍କର ସମ୍ପତ୍ତି; ପରିମାଣ ୨୫.୬୦ ଲକ୍ଷ ଟଙ୍କା ଥିବାବେଳେ ଭୁବନେଶ୍ୱରର ଚନ୍ଦକା ଅଂଚଳରେ ତାଙ୍କର ୪୮୦୦ ବର୍ଗ ଫୁଟରର ଜମି ରହିଛି । ୫ଲକ୍ଷ ଟଙ୍କାର କାର ଓ ୯୦ ଗ୍ରାମ ସୁନା ରହିଥିବା ଦର୍ଶାଇଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles