ନବୀନଙ୍କ ବଡ ଘୋଷଣା :ତିନିମାସ ଫାଇନ ଆଦାୟ କୋହଳ…

- Advertisement -

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ତିନିମାସ ଯାଏଁ ଟ୍ରାଫିକ ଆଦାୟ କୋହଳ l କଡାକଡ଼ି ହେବନି ଫାଇନ ଆଦାୟ l ଭୁବନେଶ୍ୱରର ରାଜମହଲ ଛକରେ ଲଙ୍କାକାଣ୍ଡ ହେବା ପରେ ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର l ହେଲେ ବେପରୁଆ ଗାଡି ଚାଳକ ନକରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ସରକାର l
ନୂଆ ମଟର ଯାନ ଆଇନ ଯୋଗୁଁ ଲୋକମାନେ ବହୁତ ହଇରାଣ ହେବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି l ବିଭିନ୍ନ ମହଲରେ ବିରୋଧ ହେବା ପରେ ରାଜ୍ୟ ସରକାର ଏପରି ବଡ ଘୋଷଣା କରିଛନ୍ତି l ତିନିମାସ ମଧ୍ୟରେ ଲୋକମାନେ ସବୁ କାଗଜ ପତ୍ର ଠିକ କରିବା ପାଇଁ ଟାଇମ ପାଇବେ l ମୁଖ୍ୟମନ୍ତ୍ରୀ ଙ୍କ ଏପରି ବଡ ଘୋଷଣାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles