କୋରାପୁଟ ଜିଲ୍ଲାରେ ଲକଡାଉନ୍ କୁ ନେଇ ପ୍ରଶାସନ ସଜାଗ ।

- Advertisement -

କୋରାପୁଟ : କେନ୍ଦ୍ର ଏବଂରାଜ୍ୟ ସରକାରଙ୍କ ନିର୍ଦେଶରେ ସାରା ଦେଶ ଓ ରାଜ୍ୟରେ ଲକ ଡାଉନ କରାଯାଇଥିବା ବେଳେ ଜନସାଧାରଣଙ୍କୁ ଘର ଭିତରେ ରହିବା ସହ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ମନା କରାଯାଇଛି l ସୁନାବେଡା ଓ ସେମିଲିଗୁଡା ସହରରେ ଥିବା ସମସ୍ତ ଛକ ଗୁଡିକରେ ପୋଲିସ ପକ୍ଷରୁ ଜନସାଧାରଣଙ୍କ ଗତିଵିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ପୋଲିସ ପେଟ୍ରୋଲିଂ କୁ କଡାକଡି କରାଯାଇଛି ତା ସହିତ ଲୋକମାନଙ୍କୁ କରୋନା ଭୁତାଣୁ ସମ୍ପର୍କରେ ସତର୍କ ଏବଂ ସଚେତନତା କରାଯାଇଅଛି l ଏହି ମହାମାରୀ ଠାରୁ ରକ୍ଷା ପାଇବା ପାଇ ଘରେ ରହିବା କୁହାଯାଇଛି l କିନ୍ତୁ ସକାଳ ସମୟରେ ମାଛ, ମାଂସ ଓ ପରିବା ଦୋକାନରେ ଗହଳି ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି l ଆଳୁ ପିଆଜ ଭଳି ଅତ୍ୟାଵଶ୍ୟକ ଜିନିଷକୁ କଳାବଜାର କରି କୁତ୍ରିମ ଅଭାବ କରି ଦରଦାମ ବଢାଇବାକୁ ଚେଷ୍ଟା କରୁଥିବା ନଜରକୁ ଆସୁଛି ।ଏ ନେଇ ଜିଲ୍ଲା ପ୍ରଶାସନ କୁ ଅବଗତ କରିବା ପରେ ବ୍ୟବସାୟୀଙ୍କ ଉପରେ ନଜର ରଖାଯିବ ବୋଲି ସାଧାରଣ ପ୍ରଶାସନ ତରଫରୁ ସୂଚନା ମିଳିଛି l ଏଠାରେ ଥିବା ମିଗ୍ ବିମାନ କାରଖାନା କର୍ତ୍ତୃପକ୍ଷ ମଧ୍ୟ ଲକଡାଉନ୍ ନିର୍ଦ୍ଦେଶକୁ ପାଳନ କରିଛନ୍ତି । ଏହି ଅବସରରେ ଆଗାମୀ ମାର୍ଚ୍ଚ ମାସ ୩୧ତାରିଖ ପର୍ଯ୍ୟନ୍ତ କାରଖାନାକୁ ବନ୍ଦ କରିଦେଇଛନ୍ତି । ତା ସହିତ କାରଖାନାର ଟାଉନସିପ୍ ପରିସର ମଧ୍ୟକୁ ଥିବା ଦୁଇଟି ପ୍ରବେଶ ପଥରୁ ଗୋଟିଏକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ବାହାର ବ୍ଯକ୍ତି ଯେପରି ପ୍ରବେଶ କରି ନପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ରଖାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles