କେମିତି ଚାଲିଛି ସ୍ବାସ୍ଥ୍ୟ ସେବା ! ଅର୍ଥ ଅଭାବରୁ ଅଧାବାଟରେ ହଟହଟା ରୋଗୀ ।

- Advertisement -

ଯାଜପୁର : ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାନ କରୁଛନ୍ତି । ରୋଜଗାର ଠାରୁ ଗୃହ ନିର୍ମାଣ,ପାନୀୟ ଜଳ ଠୁ ନେଇ ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ । କିନ୍ତୁ ଯୋଜନା କେବଳ କାଗଜ କଲମରେ ସିମିତ ଥିବା ଭଳି ମନେ ହେଉଛି । ଆଜି ଯାଜପୁର ଜିଲ୍ଲାର ମୂଖ୍ୟ ଚିକିତ୍ସାଳୟରେ ଏକ ଅଭାବନିୟ ଘଟଣା ନଜରକୁ ଆସିଛିି ।ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଲେମ୍ବୋ ଗ୍ରାମର ଚେମା ଦେହୁରୀ (୬୬) ଓ ତାଙ୍କ ସ୍ତ୍ରୀ ଅହଲ୍ଯା ଦେହୁରୀ (୫୫) ଦୁହେଁ ସ୍ବାସ୍ଥ୍ୟଗତ ସମସ୍ଯାରୁ ଗତ ମାର୍ଚ୍ଚ ୨୦ ତାରିଖରେ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଜିଲ୍ଲାରେ କରୋନା ଭୟ ହେତୁ ଡାକ୍ତର ଦୁହିଁଙ୍କୁ ଗତ ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟାରେ ମେଡିକାଲ ରୁ ଡିସଚାର୍ଜ କରିଥିଲେ ।ଘରକୁ ଫେରିବା ପାଇଁ କୌଣସି ଗାଡି ନ ମିଳିବାରୁ ନିଜ ପୁଅ ସହିତ ମେଡିକାଲ ରେ ରାତି କଟାଇଥିଲେ ।ଜିଲ୍ଲାରେ କରୋନା ପାଇଁ ସମସ୍ତ ଯାନବାହନ ବନ୍ଦ ଥିବାରୁ ସଖାଳୁ ମାତ୍ରାଧିକ ଅର୍ଥ ଦେଇ ଗୋଟିଏ ଅଟୋ ଭଡା କରି ନିଜ ଘରକୁ ଫେରିଥିଲେ । କିନ୍ତୁ ଗରିବ ଶ୍ରେଣୀର ହୋଇଥିବା ହେତୁ ପାଖରେ ଥିବା ଅର୍ଥ ମୁତାବକ ଯାଜପୁର ରୋଡ ପର୍ଯ୍ୟନ୍ତ ଆସିଥିଲେ ।ସେଠାରେ ପହଞ୍ଚି ଗାଡି ମଟର ବନ୍ଦ ସହ ଦୋକାନ ବଜାର ବନ୍ଦ ଥିବାରୁ ରେଳ ଷ୍ଟେସନ ଫାଟକ ସମ୍ମୁଖରେ ଆଶ୍ରୟ ନେଇଥିଲେ ।ବିଡମ୍ବନାର ବିଷୟ ଏହା ଯେ ସରକାର ବିଭିନ୍ନ ସମୟରେ ନିମ୍ନ ଶ୍ରେଣୀର ଲୋକଙ୍କ ସୁବିଧା ପାଇଁ ବହୁ ଯୋଜନା ମାନ କରୁଛନ୍ତି ।କିନ୍ତୁ ସେହି ଯୋଜନା ସବୁ ଫେଲ୍ ମାରିଗଲା ପରି ପ୍ରତୀୟମାନ ହୁଏ ।ସରକାର ରୋଗୀମାନଙ୍କୁ ମେଡିକାଲ ନେବା ପାଇଁ ବିଭିନ୍ନ ନାମରେ ଆମ୍ବ୍ଯୁଲାନ୍ସ ଚଳାଇଛନ୍ତି , କିନ୍ତୁ ଗରିବ ଲୋକଟିଏ ଡିସଚାର୍ଜ ହେବାପରେ ହଟହଟା ହେଉଥିବା ବହୁ ସମୟରେ ପରିଲକ୍ଷିତ ହୁଏ ।ଏଠାରେ ଆହୁରି ଏକ ବିଡମ୍ବନାର ବିଷୟ ଯେ ଡିସଚାର୍ଜ ପୂର୍ବରୁ ଉକ୍ତ ରୋଗୀଙ୍କ ହାତରେ ଲାଗିଥିବା ସାଲାଇନ୍ ଛୁଞ୍ଚିଟି କଢାଯାଇ ନଥିଲା ।ଏଥିରୁ ଜଣାପଡ଼ୁଛି କିପରି ଚାଲିଛି ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ।ଏ ସମ୍ପର୍କରେ ସି.ଡି.ଏମ୍.ଓ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ଏ ସମ୍ପର୍କରେ କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି ।ଏବଂ ଅନୁସନ୍ଧାନ କରି ଉଚିତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୫ଟି ଚାଲିଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ହୀନତା ପଦାରେ ପକାଇଛି  ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles