କରୋନା ସନ୍ଦେହରେ , ଘରୋଇ କ୍ବାରେଣ୍ଟାଇନ୍ ରେ ବ୍ଯକ୍ତି ।

- Advertisement -

ଯାଜପୁର : ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଅଞ୍ଚଳରୁ ଏକ କରୋନା ସନ୍ଦିଗ୍ଧ ଚିହ୍ନଟର ବହୁଦିନର ବ୍ଯବଧାନ ପରେ ଆଜି ପୁଣି ଦୁଇଟି ମାମଲା ପାଦକୁ ଆସିଛି । କିନ୍ତୁ ସେହି ଦୁଇ ବ୍ଯକ୍ତି ଆକ୍ରାନ୍ତ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପ୍ରଥମଟି ଯାଜପୁର ବ୍ଲକ୍ ଅଧିନସ୍ଥ ସାନ ତ୍ରିଲୋଚନପୁରର । ବ୍ଯକ୍ତି ଜଣକ ଗତ ୨୯ତାରିଖରୁ ଆଜି ପର୍ଯ୍ୟନ୍ତ ନିନିଜଆଡୁ ସଂଗରୋଧରେ ରହିଆସୁଛନ୍ତି ।ମାର୍କଣ୍ଡପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ଦ୍ବାରା ଚିକିତ୍ସିତ ବ୍ଯକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ବ୍ଯକ୍ତି ଜଣକୁ କଟକ ସ୍ଥିତ କୋଭିଡ୍ ହସ୍ପିଟାଲ୍ କୁ ପଠାଇବା ପାଇଁ ବ୍ଯବସ୍ଥା ହେଉଥିବା ସୂଚନା ମିଳିଛି । ସେହିପରି ବ୍ୟାସନଗର ଅଞ୍ଚଳରୁ ଆଉ ଜଣେ ବ୍ୟକ୍ତି ଯେ,ପ୍ରାୟ ଏକ ମାସ ପୂର୍ବରୁ ଦିଲ୍ଲୀରୁ ଫେରିଥିଲେ । ଜର,ଥଣ୍ଡା,କାଶ ଅନୁଭବ କରିବାରୁ ସରକାରଙ୍କ ସହାୟତା ନଂ୧୦୪ କୁ ଜଣାଇଥିଲେ । ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସଂପୃକ୍ତ ଅଧିକାରୀ ସ୍ଥାନୀୟ ମୁନସିପାଲଟିର ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ।ସ୍ବାସ୍ଥ୍ୟ ବିଭାଗ ଟିମ୍ ବ୍ଯକ୍ତିଙ୍କ ଘରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରି ପରିକ୍ଷା ପାଇଁ ପଠାଇଛନ୍ତି ।ତା ସହିତ ସେ ରହୁଥିବା ଘରର ଆଖପାଖ କିଛି ଘର ଲୋକଙ୍କୁ ବାହାରକୁ ନ ବାହାରିବାରୁ ନିର୍ଦ୍ଦେଶ ଦେଇଛନ୍ତି ।ଏଥିସହ ଲୋକଙ୍କ ସୁବିଧା ପାଇଁ କୌଣସି ସାମଗ୍ରୀର ଆବଶ୍ୟକ ହେଲେ ଘରେ ପହଞ୍ଚାଇବା ପାଇଁ ମୁନସିପାଲଟି ପକ୍ଷରୁ ବ୍ଯବସ୍ଥା ମଧ୍ୟ କରାଯାଇଛି ।ଏ ନେଇ ସ୍ଥାନୀୟ ଜନସାଧାରଣ ଭୟଭିତ ନ ହୋଇ ଯଥା ସମ୍ଭବ ଘରେ ରହିବାକୁ ଓ ସଉଦା ଦୋକାନ,ଏବଂ ପରିବା କିଣିବା ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles