କରୋନା (କୋଭିଡ୍-୧୯)କୁ ପ୍ରତିହତ ପାଇଁ ଆକ୍ସନ ମୁଡ୍ ରେ ପ୍ରଶାସନ ।

  1. ଯାଜପୁର  : ସାରା ବିଶ୍ବକୁ ଗ୍ରାସ କରିଛି କରୋନା । ଏହା ପ୍ରଥମେ ଉତ୍ପତ୍ତି କ୍ଷେତ୍ର ଚାଇନାରେ ତାଣ୍ଡବଲୀଳା ରଚାଇ ହଜାର ହଜାର ଜନତାଙ୍କୁ ମୃତ୍ୟୁ ମୁଖକୁ ଠେଲିଥିଲା । ଏହାପରେ ଧିରେ ଧିରେ ଅନ୍ୟ ଦେଶମାନଙ୍କୁ ବ୍ଯାପିବାରେ ଲାଗିଛି । ବର୍ତ୍ତମାନ ଏହା ସମଗ୍ର ବିଶ୍ବର ୧୮୮ଟି ଦେଶକୁ ନିଜ କବ୍ଜାକୁ ନେଇଛି । ଗତ କିଛିଦିନ ହେବ ଭାରତରେ ମଧ୍ୟ ଏହି ଭୂତାଣୁ ଚିହ୍ନଟ ହେବାପରେ , କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାର ଏଥିପ୍ରତି ସତର୍କତା ଅବଲମ୍ବନ କରିଛନ୍ତି । ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ୫ଟି ଜିଲ୍ଲାର ୮ଟି ସହରକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।ଯେଉଁଥିରେ ଯାଜପୁର ଜିଲ୍ଲା ସାମିଲ୍ ଥିବାରୁ ଯାଜପୁର ପ୍ରଶାସନ ପାଇଁ ଏକ ଚ୍ଯାଲେଞ୍ଜ ପାଲଟିଛି । କିନ୍ତୁ ଯାଜପୁର ପ୍ରଶାସନ ମଧ୍ୟ ଏହାର ମୁକାବିଲା ପାଇଁ ସଜାଗ ଥିବା ପରିଲକ୍ଷିତ ହୋଇଛି । ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଉଚ୍ଚ ପଦାଧିକାରୀ ଓ ପୋଲିସ ଦିନ ରାତି ଜିଲ୍ଲା ସାରା ପଇଁତରା ଦେଉଥିବା ନଜରକୁ ଆସୁଛି । ଏ ନେଇ ପୋଲିସ ପ୍ରଶାସନ ଅଧିକ ସଜାଗ ରହିଛି । ସଖାଳୁ ଆରମ୍ଭ କରି ଅଧରାତି ପର୍ଯ୍ୟନ୍ତ ପେଟ୍ରୋଲିଂ କୁ କଡାକଡି କରାଯାଇଛି । ନିଜେ ଥାନା ଅଧିକାରୀମାନେ ଉକ୍ତ ପେଟ୍ରୋଲିଂ ରେ ସାମିଲ୍ ହୋଇ ଜନସାଧାରଣଙ୍କୁ ସଚେତନ କରିବା ସହ ଅତ୍ଯାବଶ୍ଯକ ସାମଗ୍ରୀ ଭିନ୍ନ ଖୋଲା କରିଥିବା ଅନ୍ୟ ଦୋକାନୀ ମାନଙ୍କୁ ତାଗିଦ୍ ମଧ୍ୟ କରୁଛନ୍ତି । ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନା ପକ୍ଷରୁ ମଧ୍ୟ ପଦକ୍ଷେପମାନ ନିଆଯାଇଛି । କିଛି  ଶ୍ରମିକମାନଙ୍କୁ ଘରେ ରହି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ସବୁ ନିୟମକୁ ପ୍ରାୟ ସମସ୍ତ ଜନସାଧାରଣ ପାଳନ କରୁଥିବା ପରିଲକ୍ଷିତ ହୋଇଛି । ଏହି ନିୟମ ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ପରାମର୍ଶ ଦିଆଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles