ଓଡ଼ିଶାର ଦରଦୀ ବନ୍ଧୁ…

- Advertisement -

ଭୁବନେଶ୍ୱର : ଏବେ ସାରା ବିଶ୍ୱ କରୋନାକୁ ନେଇ ତ୍ରାହି ତ୍ରାହି ଡାକୁଛି । ହେଲେ ଓଡ଼ିଶା ବେଶ ଦୃଢ଼ତାର ଏହାର ମୁକାବିଲା କରୁଛି।ସେଥିପାଇଁ ଚାରିଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସଂଶା ହେଉଛି। ଗତକାଲି ଏକ ତାମିଲ ମାଗାଜିନ୍ ନବୀନଙ୍କୁ କରୋନା ମୁକାବିଲାର ଚାଣକ୍ୟ ବୋଲି ଅଭିହିତ କରିଛି। ଗତକାଲି ମୁଖ୍ୟମନ୍ତ୍ରୀ ଅର୍ଥ ନୀତି ନୁହେଁ ଜୀବନ ମୂଲ୍ୟବାନ ବୋଲି କହିଛନ୍ତି। ଯେଉଁଥିପାଇଁ କି ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ଲକ୍ ଡାଉନକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିଛି। ଗରିବ ଲୋକମାନେ ଯେପରି ଭୋକିଲା ନ ରହିବେ ସେଥିପାଇଁ ବିଜେଡି କର୍ମୀମାନଙ୍କୁ ନବୀନ ଆହ୍ୱାନ କରିଛନ୍ତି। ଯାହାର ସମସ୍ତ ଭାର ନେଇଛନ୍ତି ବିଜେଡି ସଙ୍ଗଠକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)। ବିଜେଡି ନେତାଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି । ଏହାସହ ଦଳୀୟ ନେତାଙ୍କ ସହ ଘନଘନ ବୈଠକ କରି ରାଜ୍ୟରେ କରୋନାକୁ ସମୀକ୍ଷା କରିଛନ୍ତି । ପୁରା ରାଜ୍ୟରେ ବିଜେଡି ନେତାମାନେ କିପରି ଏହି ମହାମାରୀ ସମୟରେ ଲୋକଙ୍କ ସେବା କରୁଛନ୍ତି ତାକୁ ପୁଙ୍ଖାନୁପୁଙ୍ଖ ଭାବରେ ତଦାରଖ କରୁଛନ୍ତି। ମାଲକାନଗିରିରୁ ମୟୁରଭଞ୍ଜ , କୋରାପୁଟ ରୁ ଗଜପତି ଓ ଭବନେଶ୍ୱର ରୁ ବାଲେଶ୍ଵର ଯାଏଁ । ସବୁଜାଗାରେ ନବୀନଙ୍କ ଦେଇଥିବା ଦାୟିତ୍ୱକୁ ସମୀକ୍ଷା କରିଛନ୍ତି ସଙ୍ଗଠକ ସମ୍ପାଦକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ,5 T ସଚିବ ଭିକେ ପାଣ୍ଡିଆନଙ୍କ ପରିଶ୍ରମ ଓ କରୋନା ମୁଖପାତ୍ର ସୁବ୍ରତ ବାଗଚିଙ୍କ ଦୂରଦୃଷ୍ଟିକୁ ତୃଣମୂଳ ସ୍ତରରେ ସଫଳ କରିବା ପାଇଁ ପଣ କରିଛନ୍ତି ପ୍ରଣବ । ଯେଉଁଥିପାଇଁ ପ୍ରତ୍ୟେକ ବିଜେଡି କର୍ମୀ ଏବେ ଜଣେ ଜଣେ କରୋନା ଯୋଦ୍ଧା ପାଲଟିଛନ୍ତି। ଏହି କାର୍ଯ୍ୟକୁ ବବି ବେଶ ଚତୁରତାର ସହ ତ୍ୱରାନ୍ୱିତ କରୁଛନ୍ତି । ସେଥିପାଇଁ ତ ଏବେ ସାରା ଦେଶ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିବା ସହ ଅନୁକରଣ ମଧ୍ୟ କରୁଛି। ସାରା ଦୁନିଆ କହୁଛି କରୋନାର ଦରଦୀ ବନ୍ଧୁଙ୍କୁ ସତ ସଲାମ । ଯାହାକି ନବୀନଙ୍କ ବଡ଼ପଣର ପରିଚୟ । ଯେକି ଓଡ଼ିଶାକୁ ନିଜ ପରିବାର ଭାବନ୍ତି ଓ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ପରିବାର ସଦସ୍ୟ କୁହନ୍ତି। ସେଥିପାଇଁ ତ ପରିବାର ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ନବୀନ ପ୍ରୟାସ କରୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସୁବିଧା ଯୋଗାଉଛନ୍ତି।ସେଥିପାଇଁ ଦୁଇ ଦିନ ତଳେ ସେ ପରାମର୍ଶ ଦେଇଥିଲେ କି କୌଣସି ପରିବାର ଭୋକରେ ନରହିବ ସେଥପ୍ରତି ବିଜେଡି କର୍ମୀମାନେ ନଜର ଦେବା ଆବଶ୍ୟକ । ଯାହାର ଦାୟିତ୍ୱ ନେଇଛନ୍ତି ପ୍ରଣବ । ପ୍ରଣବଙ୍କ ସହ ଦଳର ଅନ୍ୟ ବିଧାୟକମାନେ ମଧ୍ୟ ଏହି କାମରେ ସାହାଯ୍ୟ କରୁଛନ୍ତି। ଯାହାକି ଅନ୍ୟ ଦଳ ପାଇଁ ଏକ ଉଦାହରଣ ।ସେଥିପାଇଁ ଏବେ ବିରୋଧୀ ମଧ୍ୟ ସରକାରଙ୍କୁ ପ୍ରସଂଶା କରୁଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles