ଆଜି ମାଁଙ୍କର ବ୍ରହ୍ମଚାରିଣୀ ବେଶ ।

- Advertisement -

ଯାଜପୁର: ପାର୍ବଣ ତଥା ଶକ୍ତି ପୀଠ ମାନଙ୍କରେ ମାଁଙ୍କର ଶୋଡଷ ଉପଚାର ପୂଜାର ଆଜି ଦ୍ୱିତୀୟ ଦିନ । ଏହି କ୍ରମରେ ଆଜି ଯାଜପୁରର ଅଧୀଷ୍ଠାତ୍ରି ଦେବୀ ମାଁ ବୀରଜା ଭକ୍ତ ମାନଙ୍କୁ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଉଛନ୍ତି । ପୌରାଣିକ ତଥ୍ୟ ଅନୁଯାୟୀ ଆଜି ଦିନଟିର ମହତ୍ତ୍ବ ଅଧିକ । ପୂରାଣ ଅନୁଯାୟୀ ଆଜିର ଦିନରେ ମାଁ ବୀରଜାଙ୍କ ପାଦ ତଳେ ଗୁଆ ବସାଇ ଭକ୍ତମାନେ ମାନସିକ କରିଥାନ୍ତି ।ଏଥିପାଇଁ ଆଜି ସଖାଳୁ ମନ୍ଦିରରେ ଭକ୍ତ ମାନଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସନାତନ ଧର୍ମର ସମସ୍ତ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତ ନବରାତ୍ରୀର ନଅ ଦିନ ମାଁଙ୍କ ଗର୍ଭଗୃହକୁ ପ୍ରବେଶ କରି ମାଁଙ୍କ ପାଦ ସ୍ପର୍ଶର ସୁଯୋଗ ପାଇଥାନ୍ତି । ଏହି ସମୟରେ ମାଁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ଅପରାହ୍ନରେ ମାଁ ବୀରଜାଙ୍କ ଚଳନ୍ତି ପ୍ରତିମା ଏହି ରଥରେ ମନ୍ଦିର ଚତୁର୍ପାଶ୍ବରେ ପ୍ରଦକ୍ଷିଣ କରନ୍ତି । କିମ୍ବଦନ୍ତୀ କହେ ମାଁ ବୀରଜାଙ୍କ ରଥର ସାରଥୀ ହେଉଛନ୍ତି ସ୍ବୟଂ ବ୍ରହ୍ମା । ଏହି ରଥଯାତ୍ରା ଦେଖିବାକୁ ଓଡିଶାର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles