- Advertisement -
ଭୁବନେଶ୍ୱର : ବିଧାନସଭାରେ ଉଠିଲା ଜାଲ ଦସ୍ତଖତ କରି ପ୍ରକଳ୍ପ ହାତେଇବା ପ୍ରସଙ୍ଗ। ନିଜେ ବିଧାୟକ ଗଣେଶ ରାମ ଖୁଣ୍ଟିଆ ଏ ପ୍ରସଙ୍ଗ ଉଠାଇଲେ। ନିଜର ଦସ୍ତଖତକୁ ଜାଲ କରି ଜିଲ୍ଲା ପ୍ଲାନିଂ ଅଫିସରୁ ପ୍ରକଳ୍ପ ହାତେଇବା ପାଇଁ ଉଦ୍ୟମ କରିଥିଲେ। ଜିଲା ପ୍ରଶାସନ ପାଖରେ ମେ ମାସରୁ ବାରମ୍ବାର ଅଭିଯୋଗ ପରେ ବି କାହା ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହୋଇନି। ଯାହାକୁ ନେଇ ଉଦବେଗ ପ୍ରକାଶ କଲେ ବିଧାୟକ।