ସୀମା ବିବାଦ ପ୍ରସଙ୍ଗରେ ସର୍ବ ଦଳୀୟ ବୈଠକ ଡାକିବାକୁ ବିଜେପିର ଦାବି

- Advertisement -

ସୀମା ବିବାଦରେ ସର୍ବଦଳୀୟ କମିଟି କରିବାକୁ ବିଜେପିର ଦାବି।।।।

ଝାଡ଼ଖଣ୍ଡ ଛତିଶଗଡ଼ ଆନ୍ଧ୍ରପ୍ରଦେଶ ସହିତ ରହିଛି ଓଡ଼ିଶାର ସିମାବିବାଦ। କୋରାପୁଟରେ 21 ଗଜପତି ରେ 16 ଗାଁ ସହିତ ବିବାଦ ରହିଛି। ଯେହେତୁ ସେଠି କୌଣସି ବିକାଶ ହେଉନି ସେଥିପାଇଁ ସେମାନେ ପଡୋଶୀ ରାଜ୍ୟ ଆଡକୁ ଢଳୁଛନ୍ତି। ଦୀର୍ଘ ବର୍ଷ ଧରି ବିବାଦ ଥିଲେ ମଧ୍ୟ ଏକ ପ୍ରତିଶତ ବି ସମାଧାନ ହୋଇନି। ତେଣୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନ କଲେ ବିବାଦର ସମାଧାନ ହେବନି। ବିବୃତି ରଖିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ।

ସୀମା ବିବାଦ ପ୍ରସଙ୍ଗରେ ବିବୃତି ରଖି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟା। ଆବଶ୍ୟକ ପଦକ୍ଷେପ ନେଉ ନ ଥିବାରୁ ପଡୋଶୀ ରାଜ୍ୟ ଦାଦାଗିରି କରୁଛି। ମନ୍ତ୍ରୀ କିଛି ବୁଝୁନାହାନ୍ତି କିମ୍ବା ସୀମା ବିବାଦ ଭିତରକୁ ପସୁନାହାନ୍ତି। ସୀମାରେ ଥିବା ଲୋକଙ୍କ ପ୍ରତି ସରକାର ଙ୍କ ନିଘା ନାହିଁ। ଗୋଟେ ପଟେ ସ୍ଥାଣୁତା ଅନ୍ୟପଟେ ସେମାନେ ଆକର୍ଷଣୀୟ ଯୋଜନା କରୁଛନ୍ତି। ବାଲେଶ୍ୱର ଭଦ୍ରକରେ ଅନୁପ୍ରବେଶକରି ପ୍ରବେଶ କରୁଛନ୍ତି। ତେଣୁ ଏ ପ୍ରସଙ୍ଗର ସମାଧାନ ପାଇଁ ସର୍ବଦଳୀୟ କମିଟି ଗଠନ କରି ସମସ୍ୟା ର ସମାଧାନ କରିବାକୁ ଦାବି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହା ପ୍ରସ୍ତାବ ଦେଇଛନ୍ତି ତାକୁ କାର୍ଯ୍ୟକାରୀ କରିବାକୁ ଦାବି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles