ସ୍ଵାଧୀନ କୁମାର ଦାଶଙ୍କୁ ଡକ୍ଟରେଟ ଉପାଧି
ଭୁବନେଶ୍ବର ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସମାଜ ର ବିଭିନ୍ନ ବିଭାଗରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି, | ଏହି ପରିପ୍ରେକ୍ଷୀରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ କବି ସ୍ଵାଧୀନ କୁମାର ଦାଶ ଙ୍କୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଅଛି, ଏହି ଅବସରରେ ଅତିଥି ଭାବେ ଆମେରିକା ର ଡଃ ଇଗନ୍ନିଶ ହେନେରିକ୍, ଡଃ ଗିରୀଶ ଲାଲ୍ୱାନି ଓ ଡଃ ନିରଞ୍ଜନା ମୁଖାର୍ଜୀ ଯୋଗଦାନ କରିଥିଲେ,,,ସ୍ଵାଧୀନ ଦାଶ ବହୁ ପୁସ୍ତକ, ସ୍ତମ୍ଭ ଓ କବିତା ରଚନା କରି ବିଭିନ୍ନ ସଙ୍ଗଠନରୁ ପୁରସ୍କାର ଲାଭ କରିଛନ୍ତି | ସ୍ଵାଧୀନ ଦାଶ ବିଞ୍ଝାରପୁର ଅଞ୍ଚଳ ର ବିଶିଷ୍ଟ ବ୍ୟବସାୟି ସତ୍ୟାନନ୍ଦ ଦାଶ ଓ ଶାନ୍ତିଲତା ଦାଶ ଙ୍କ ପୁତ୍ର ଅଟନ୍ତି..ପିଲାବେଳୁ ସମାଜ ସେବା ଓ ସାହିତ୍ୟ ପ୍ରତି ରୁଚି ରଖିଥିବା ସ୍ଵାଧୀନ ନିଜ ପ୍ରଚେଷ୍ଟା ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଓ ସାହିତ୍ୟ ଆଲୋଚନା କରିଆସୁଛନ୍ତି,,ତାଙ୍କର ଏହି ସଫଳତା ପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ , ବରିଷ୍ଠ ସାମ୍ବାଦିକ ଚିନ୍ମୟ ମହାପାତ୍ର ଓ ଅନ୍ୟାନ୍ୟ ବିଶିଷ୍ଟ କବି ,ସାହିତ୍ୟିକ ,ବୁଦ୍ଧିଜୀବୀ ମହଲରୁ ପ୍ରସଂଶା ପ୍ରଦାନ କରାଯାଇଛି | ଆଗାମୀ ଦିନରେ ସାହିତ୍ୟ କୁ ଯୁବ ବର୍ଗଙ୍କ ଦ୍ଵାରା ଆଦୃତ କିପରି ହୋଇପାରିବ ସେଥିଲାଗି କାର୍ଯ୍ୟ ଜାରି ରଖିବେ l
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy