ନାଲିବତୀ ପାଇଁ ଡାହାମିଛ କହିଛନ୍ତି ପ୍ରୀତି ଘଡାଇ

- Advertisement -

ବିଜେଡ଼ି ନେତା ପ୍ରୀତି ରଞ୍ଜନ ଘଡାଇଙ୍କ ପୋଲ ଖୋଲିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଯାଜପୁରକୁ ମାଓବାଦୀ ଆସିବା ନେଇ ମିଛ ପ୍ରଚାର କରୁଛନ୍ତି ପ୍ରୀତି ରଞ୍ଜନ । ଦିଲ୍ଲୀ ଗସ୍ତ ବେଳେ ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଥିଲେ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ । ଗୃହ ମନ୍ତ୍ରୀଙ୍କ ପାଖରେ ସବୁ ରାଜ୍ୟ ଓ ପ୍ରତି ଜିଲ୍ଲା ଟିକନିକ ଖବର ଅଛି । ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ତୀକ୍ଷଣ ନଜର ରଖିଛନ୍ତି । ଯାଜପୁରକୁ ମାଓବାଦୀ ଆସିବା କଥା ଡାହା ମିଛ ବୋଲି କହିଲେ ଗୃହ ମନ୍ତ୍ରୀ । ଅନ୍ୟ କିଛି ଉଦ୍ଦେଶ୍ୟ ରଖି ପ୍ରୀତି ଘଡାଇ ଏଭଳି କହୁଥିବା ବୋଲି ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ । 10 ବର୍ଷ ତଳୁ ସୁକିନ୍ଦା ଅଞ୍ଚଳରେ ମାଓବାଦୀ ନାହାନ୍ତି । ମାଓବାଦୀଙ୍କ ନାଁରେ ମିଛ ପ୍ରଚାର କରି ପୋଲିସ ଠାରୁ ପାଇଲଟ ଗାଡ଼ି ପାଇବା ଆଶା ରଖି ଥାଇପାରନ୍ତି ପ୍ରୀତି ରଞ୍ଜନ ଘଡାଇ । ନିଜକୁ ପାୱାର ଫୁଲ ଦେଖାଇବାକୁ ପ୍ରୀତି ରଞ୍ଜନଙ୍କ ଏଭଳି ଉଦ୍ଦେଶ୍ୟ ବୋଲି ଆଶଙ୍କା କରିଛନ୍ତି ସମବାୟ ମନ୍ତ୍ରୀ । କାରଣ ପ୍ରୀତି ରଞ୍ଜନଙ୍କ ପୂର୍ବରୁ ତାଙ୍କ ବାପା ମଧ୍ୟ ଏଭଳି କରିଥିଲେ । ପ୍ରୀତି ରଞ୍ଜନ ଘଡାଇ ନିଜ ସୁବିଧା ଓ ସ୍ବାର୍ଥ ପାଇଁ ସବୁ କିଛି କରିପାରିବେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଏନେଇ ପ୍ରୀତି ଘଡାଇଙ୍କ ପ୍ରତିକ୍ରିୟା ମିଳିନାହିଁ।

 

 

 

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles