ବ୍ରଜରାଜନଗର ଉପ ନିର୍ବାଚନକୁ ନେଇ ସୁବାସ ସିଂ ଙ୍କ ପ୍ରତିକ୍ରିୟା….

0
290

() ବ୍ରଜରାଜନଗର ଉପ ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ ବିଜେଡି ନୂଆ ଇତିହାସ ସୃଷ୍ଟି କରିବେ। ଉପ ନିର୍ବାଚନ ପୂର୍ବରୁ ଦୁଇଟି ନିର୍ବାଚନ ଯଥା ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ୫୬ ହଜାର ୩୦୦ ଭୋଟରେ ବିଜୟୀ ହୋଇଥିଲା। ଯାହା କି ଗ୍ରାଉଣ୍ଡରେ ବିଜେଡିର ସଂଗଠନକୁ ଦର୍ଶାଉଛି। ୬୦ ବର୍ଷ ଭିତରେ ବିଜେଡି ସେଠାରେ କେବେ ଜିତି ନଥିଲା। କିନ୍ତୁ ୨୦୧୯ ରେ ସ୍ୱର୍ଗତ କିଶୋର ମହାନ୍ତି ୧୧ ହଜାର ଭୋଟରେ ଜିତିଥିଲେ। ତା ପରେ ଦଳ ସେଠାରେ ନୂଆ ରୂପରେ ସାମ୍ନାକୁ ଆସିଛି। ପ୍ରଚାର ସମୟରେ ବିଜେଡିକୁ ଅଦ୍ଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଛି। ତେଣୁ ବିଜେଡି ଏକ ବଡ଼ ବ୍ୟବଧାନରେ ସେଠାରେ ବିଜୟୀ ହେବା ନିଶ୍ଚିତ।