ମହାମାରୀ ସମୟରେ ହୋଟେଲ ଶିଳ୍ପରେ ହେଉଛି ଦ୍ରୁତ ପରିଵର୍ତନ…

0
458

ଭୁବନେଶ୍ୱର : ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଏକ ଭର୍ଚୁଆଲ୍ ଲେକ୍‌ଚର ସିରିଜି୍‌ରେ ଆଲୋଚନା କରାଯାଇଛି।
ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ଦି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଏହି ଭର୍ଚୁଆଲ୍ ଲେକ୍‌ଚର ସିରିଜ୍ ଆୟୋଜିତ ହୋଇଯାଇଛି । କୋଭିଡ-୧୯ ମହାମାରୀ ସମୟରେ ବଂଚିବା ନିମନ୍ତେ ଜରୁରୀ ହୋଇପଡ଼ୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି “କନେକ୍ଟ ଟୁ ଲର୍ନ” ଶୀର୍ଷକ ଲେକ୍‌ଚର ସିରିଜ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଲେକ୍‌ଚରର ବିଷୟବସ୍ତୁ ଥିଲା “ କ୍ୟାରିୟର ପ୍ରୋଗ୍ରେସନ ଇନ୍ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀ” ଅର୍ଥାତ୍ ହୋଟେଲ୍ ଶିଳ୍ପରେ କ୍ୟାରିୟରରେ ଅଗ୍ରଗତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବର୍ତ୍ତମାନ ପରିସ୍ଥିତିରେ ହୋଟେଲ୍ ଶିଳ୍ପ ସହିତ ଛାତ୍ରଛାତ୍ରୀମାନଙ୍କୁ ଖାପ ଖୁଆଇବା । ଏହି ସିରିଜରେ ବକ୍ତା ଭାବେ ତାଜ୍ ହୋଟେଲସ ରିସୋର୍ଟସ୍ ଆଣ୍ଡ ପ୍ୟାଲେସେସ୍‌ର ଲର୍ନିଂ, ଡେଭଲମେଣ୍ଟ ଆଣ୍ଡ ଏମ୍ପଲୟୀ ଏନ୍‌ଗେଜ୍‌ମେଂଟ ବିଭାଗର ସହ ଉପ-ସଭାପତି ଶ୍ରୀମତି ଶିରିଷା ଚନ୍ଦନା ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ କିଭଳି ହୋଟେଲ ଶିଳ୍ପ କ୍ଷେତ୍ରରେ ନିୟମିତ ଢ଼ଙ୍ଗରେ ଉନ୍ନତମାନର କ୍ୟାରିଅର କରିହେବ ସେ ଦିଗକୁ ଗୁରୁତ୍ୱାରୋପ କରିଥିଲେ । ସାମାଜିକ ଦୂରତା ବର୍ତ୍ତମାନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱୂର୍ଣ୍ଣ ପ୍ରସଙ୍ଗ ।ତେଣୁ ଆମ ଗ୍ରୁପ ଏ ଦିଗରେ ବେଶ
ଯତ୍ନବାନ ଅଛି । ଲୋକଙ୍କ ସଂସ୍ପର୍ଶରେ କମ୍ ଆସି କିଭଳି କାର୍ଯ୍ୟ କରାଯାଇପାରିବ ତାହା ବର୍ତ୍ତମାନ ଜରୁରୀ । ଆମ ହୋଟେଲ୍ ଗୁଡ଼ିକରେ ଚେକ୍‌-ଇନ୍ ଏବଂ ଚେକ୍‌-ଆଉଟ୍ ପ୍ରକ୍ରିୟାଗୁଡ଼ିକ କିଭଳି ଡିଜିଟାଲ ମାଧ୍ୟମରେ କର।।ଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଇଛି । ଲବି, ରେଷ୍ଟରାଣ୍ଟ ଏବଂ ବାଂକ୍ୱେ୍‌ଟ ହଲ୍‌ର ଡିଜାଇନ୍‌ଗୁଡ଼ିକୁ ପରିର୍ବତନ କରାଯାଇଥିବା ବେଳେ ଆମ ଅତିଥିମାନେ ସେମାନଙ୍କ ପ୍ରକ୍ରିୟା ଖାଦ୍ୟଗୁଡ଼ିକ ଆଇକନିକ୍ ତାଜ୍ ରେଷ୍ଟୁରାଂଟ୍‌ସରୁ ଅର୍ଡର କରିାରିବେ ସେହି ବ୍ୟବସ୍ଥା କରାଯାଇଛି ।ଉଦୟପୁରସ୍ଥିତ ୱଣ୍ଡର୍ ସିମେଂଟ ଲିମିଟେଡ୍‌ର ଫୁଡ୍ ଆଣ୍ଡ ବେଭରେଜେସ୍‌ର ଜେନେରାଲ୍ ମ୍ୟାନେଜର ଶ୍ରୀ ସୀତାରମ ଚନ୍ଦ୍ର ମୂର୍ତି ଏବଂ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ, କ୍ୟାଟରିଂ,
ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ୍ ନ୍ୟୁଟ୍ରିସନ୍‌ର ଅଧ୍ୟକ୍ଷ ପ୍ରଫେସର ଶାରଦା ଘୋଷ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ନିଜ ମତବ୍ୟକ୍ତ କରିଥିଲେ ।