ମିଳିତ ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ସୋଆ ଏବଂ ଇଗ୍‌ନୁ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

- Advertisement -

 ବିଜ୍ଞାନ କ୍ଷେତ୍ରରେ ମିଳିତ ଭାବରେ ଦୂରଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ୭ଟି ଶିକ୍ଷା କାର୍ଯ୍ୟକ୍ରମ ପ୍ରବର୍ତନ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଇନ୍ଦିରା ଗାନ୍ଧି ନ୍ୟାସ୍‌ନାଲ୍ ଓପନ୍ ୟୁନିଭର୍ସିଟି (ଇଗ୍‌ନୁ) ମଧ୍ୟରେ ଏକ ବୁଝମଣା ସ୍ୱାକ୍ଷରିତ ହୋଇଯାଇଛି । ସୋଆରେ ଇଗ୍‌ନୁ ପକ୍ଷରୁ ଏକ ଲର୍ଣ୍ଣର ସପୋର୍ଟ ସେଂଟର (ଏଲ୍‌ଏସ୍‌ସି) ଆରମ୍ଭ କରାଯାଇ ଏହି ଶିକ୍ଷା କାର୍ଯ୍ୟକ୍ରମ ସମ୍ପାଦନ କରାଯିବ ବୋଲି ବୁଝାମଣାରେ ଦର୍ଶାଯାଇଛି । ସମାଜରେ ଶିକ୍ଷାର ସୁଯୋଗକୁ ବିସ୍ତୃତ କରିବା ଲକ୍ଷ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି । ବୁଝାମଣା ଅନୁଯାୟୀ ଏହି ଏଲ୍‌ଏସ୍‌ସି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ଆରମ୍ଭ କରାଯିବାର ଯୋଜନା ରହିଥିବା ବେଳେ ପ୍ରାଥମିକ ସ୍ତରରେ ଅର୍ଗାନିକ ଫାର୍ମିଂ, ବି କିପିଙ୍ଗ୍ ଓ ପୋଲ୍‌ଟ୍ରି ଫାର୍ମିଂରେ ସାର୍ଟିଫିକେଟ ପ୍ରୋଗ୍ରାମ ପ୍ରଦାନ କରାଯିବ । ସେହିପରି ହର୍ଟିକଲ୍‌ଚର୍ ଏବଂ ଡାଇରୀ ଟେକ୍ନୋଲଜିରେ ଡିପ୍ଲୋମା ପ୍ରୋଗ୍ରାମ୍ ଏବଂ ଏଗ୍ରିବିଜିନେସ ଓ ଏଗ୍ରିକଲ୍‌ଚରାଲ୍ ପଲିସିରେ ପୋଷ୍ଟ ଗ୍ରାଜୁଏଟ୍ ସାର୍ଟିଫିକେଟରେ ପାଠ୍ୟକ୍ରମ ରହିବ । ଆଗାମୀ ଦିନରେ ଏହି ପାଠ୍ୟକ୍ରମଗୁଡ଼ିକ ବୃଦ୍ଧି ପାଇବାର ଯୋଜନା ରହିଛି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଇଗ୍‌ନୁର ନିର୍ଦ୍ଦେଶକ (ଆର୍‌ଏସ୍‌ଡି) ଡକ୍ଟର ମନୋରମା ସିଂ ବୁଝାମଣାରେ ସ୍ୱାକ୍ଷର କରିଥିଲେ । ବୁଝାମଣା ଅନୁଯାୟୀ ସୋଆ ପକ୍ଷରୁ ଏହି କାର୍ଯ୍ୟକ୍ରମ ନିମନ୍ତେ ସ୍ଥାନ, କ୍ଲାସ ରୁମ୍‌, ଲାବୋରେଟୋରୀ ଏବଂ କମ୍ପ୍ୟୁଟର ସୁବିଧା ପ୍ରଦାନ କରାଯିବ । ସେହିପରି ଇଗ୍‌ନୁ ଶିକ୍ଷାର୍ଥୀମାନଙ୍କୁ ସୋଆରେ ଲାଇବ୍ରେରୀର ସୁବିଧା ମଧ୍ୟ ପ୍ରଦାନ କରାଯିବା ସହ ଆବଶ୍ୟକୀୟ ସରଞ୍ଜାମ ଏବଂ କମ୍ପ୍ୟୁଟର, ପ୍ରିଂଟର, ସ୍କାନର ଏବଂ ଇନ୍‌ଟରନେଟ ସୁବିଧା ପ୍ରଦାନ କରାଯିବ । ଏହି ଅବସରରେ ଏଠାରେ ଗୁରୁବାର ସୋଆର କୁଳପତି ପ୍ରଫେସର ନନ୍ଦ ଏବଂ ଇଗ୍‌ନୁର ଭୁବନେଶ୍ୱର ସ୍ଥିତ ଆଂଚଳିକ କେନ୍ଦ୍ରର ଯୁଗ୍ନ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ପାଣିଗ୍ରାହୀ ସ୍ୱାକ୍ଷରିତ ବୁଝାମଣା ପତ୍ର ଆଦାନ ପ୍ରଦାନ କରିଥିଲେ ।

ଏହି ଅବସରରେ ଇଗ୍‌ନୁର ଭୁବନେଶ୍ୱର ସ୍ଥିତ ଆଂଚଳିକ କେନ୍ଦ୍ରର ଉପନିର୍ଦ୍ଦେଶକ ଡକ୍ଟର ବିମଳ ଚନ୍ଦ୍ର ନନ୍ଦ ଏବଂ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles