ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅନୁରୋଧ କଲେ  ପ୍ରଣବ..

0
454
  • ପୁରୀ: ରଥଯାତ୍ରା ପାଇଁ  ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଅଛନ୍ତି। ଏହାସହ ଜଗତର ନାଥ ଜଗନ୍ନାଥ ରାଜ୍ୟକୁ କରୋନା ମହାମାରୀ ଦାଉରୁ ରକ୍ଷା କରନ୍ତୁ ବୋଲି କହିଛନ୍ତି।
    ଏହାସହ ରଥଯାତ୍ରାକୁ ନେଇ ଲାଗି ରହିଥିବା ସମସ୍ତ କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟିଲା। କାଲି ସକାଳୁ ମହାପ୍ରଭୁ ବଡ଼ ଦାଣ୍ଡରେ ରଥରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ।କୋଭିଡ ୧୯ ନିୟମ ଅନୁସାରେ ସମ୍ପୂର୍ଣ୍ଣ ରଥଯାତ୍ରା କରାଯିବ।ତେଣୁ ଏଥର ଭକ୍ତ ବିହୀନ ରଥଯାତ୍ରା ଅନୁଷ୍ଠିତ ହେବ।ସେଥିପାଇଁ ସମ୍ପୁର୍ଣ୍ଣ ପୁରୀ ସହରକୁ ସଟ୍ ଡାଉନ ଘୋଷଣା କରାଯାଇଛି। ତେଣୁ ଉଭୟ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ସମସ୍ତେ ନିଜ ଘରେ ରହିବାକୁ ଅନୁରୋଧ କରିଛନ୍ତି । କେହି ଘରୁ ନ ବାହାରି ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ କହିଛନ୍ତି।