ପୁରୀ: ସେ ସମସ୍ତର ଶୁଣାଣି କରନ୍ତି।ହେଲେ ଆଜି ତାଙ୍କ ଶୁଣାଣି ହେବ। ଭକ୍ତ ପାଇଁ ଭଗବାନ ଏବେ କାଠ ଗଡ଼ାରେ। ସେ ବଡ଼ ଦାଣ୍ଡକୁ ଆସିବେନା ନାଇଁ ?ଭକ୍ତଂକୁ ଦର୍ଶନ ଦେବେ ନା ନାହିଁ? ଭକ୍ତ ଭଗବାନଙ୍କ ଅପୁର୍ବ ମିଳନ ହେବ ନା ନାହିଁ ? ଏମିତି ଅନେକ ପ୍ରଶ୍ନକୁ ନେଇ ଲାଗି ରହିଛି ଦ୍ବନ୍ଦ। ହେଲେ ଆଜି ଅପରାହ୍ନ ସୁଦ୍ଧା ଏସବୁର ଉତ୍ତର ମିଳିଯିବ। କାରଣ ଆଜି ଦିନ ୧୧ ଟାରେ ଜାଗାର ବଡ଼ ଦାଣ୍ଡ ବିଜେକୁ ନେଇ ହେବ ଶୁଣାଣି। ମାମଲାରେ ପକ୍ଷଭୁକ୍ତ ପାଇଁ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ହେବ । ବିଚାରପତି ଜଷ୍ଟିସ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହାର ବିଚାର କରିବେ । ଦିନ ୧୧ଟାରେ ଏହାର ଶୁଣାଣି ରହିଛି । କୋର୍ଟ କି ନିଷ୍ପତ୍ତି ଶୁଣାଇବେ ତାଉପରେ କୋଟି କୋଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କ ନଜର ରହିଛି ।
ରଥଯାତ୍ରା ସପକ୍ଷରେ ପୂର୍ବ ରାୟର ପୁନର୍ବିଚାର ପାଇଁ ପ୍ରିମକୋର୍ଟରେ ୧୭ଟି ପିଟିସନ୍ ଫାଇଲ୍ ହୋଇଛି । ପୂର୍ବ ରାୟର ପୁନର୍ବିଚାର ସହ କରୋନା କଟକଣା ଭିତରେ ସାମାଜିକ ଦୂରତା ରକ୍ଷା କରି ରତଯାତ୍ରା ପାଇଁ ଅନମୁତି ଦେବାକୁ ପିଟିସନରେ ଦର୍ଶାଇଛନ୍ତି ଆବେଦନକାରୀ ।
ବିଶ୍ୱ ବିଧାତାଙ୍କର ଯାତ୍ରା ନିର୍ଧାରଣ ସୁପ୍ରିମକୋର୍ଟରେ..
- Advertisement -