ଖୋଲିନି ରାଜ୍ୟସଭା କାର୍ଡ : ଚର୍ଚ୍ଚାରେ ଅନେକ ନେତା

- Advertisement -

ମାର୍ଚ୍ଚ 16ରେ ହେବ ରାଜ୍ୟସଭା ନିର୍ବାଚନ l ଚାରୋଟି ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଲାଗି ନୋମିନେସନ ଶେଷ ତାରିଖ ମାର୍ଚ୍ଚ 5 ତାରିଖ | ପ୍ରାର୍ଥୀପତ୍ର ଯାଞ୍ଚ ତାରିଖ ମାର୍ଚ୍ଚ 6, ପ୍ରାର୍ଥୀପତ୍ର ପ୍ରତ୍ୟାହାର 9 ତାରିଖ ଏବଂ 16 ତାରିଖରେ ରାଜ୍ୟସଭା ପାଇଁ ଭୋଟ ଏବଂ ସେହିଦିନ ହିଁ ଗଣତି ହେବ l ଏନେଇ ନିର୍ବାଚନ କମିଶନ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିବା ପରେ ରାଜ୍ୟସଭା ନିର୍ବାଚନ ନେଇ ଉଷ୍ମତା ବୃଦ୍ଧି ପାଇଛି ଓଡ଼ିଶାରେ l ରାଜ୍ୟସଭା ଗଣିତ କହୁଛି ଖାଲି ପଡୁଥିବା 4ଟି ଆସନ ମଧ୍ୟରୁ 2ଟି ବିଜେପି ଓ ଗୋଟିଏ ବିଜେଡି ଦଖଲ କରିବା ନିଶ୍ଚିତ l ତେବେ 4ର୍ଥ ଆସନ କିଏ ଦଖଲ କରିବ ତାହା ସବୁଠାରୁ ଚର୍ଚ୍ଚାର ବିଷୟ l ବିଜେପି ବିଜେଡିକୁ 4ର୍ଥ ଆସନ ଛାଡିବ ନା ବିଜେଡି ବିଜେପିକୁ ପୁଣି ଛାଡିବ ତାହାକୁ ନେଇ ରାଜନୈତିକ ଚର୍ଚ୍ଚା ଲାଗିରହିଛି l ଅନ୍ୟପଟେ ସଂଖ୍ୟା ନଥାଇ କଂଗ୍ରେସ ରାଜ୍ୟସଭା ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡିଛି l ତେବେ ବିଜେପି ଓ ବିଜେଡିରୁ ରାଜ୍ୟସଭାକୁ ନେଇ କେଉଁ ନା ସବୁ ଚର୍ଚ୍ଚାରେ ଅଛି ନଜର ପକାନ୍ତୁ l

ବିଜେପି : ରାଷ୍ଟ୍ରୀୟ ସଭାପତି ନିତିନ ନବୀନ, ବିଜେପି ଓଡିଶା ପ୍ରଭାରୀ ବିଜୟ ସିଂହପାଲ ତୋମାର, ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବରିଷ୍ଠ ବିଜେପି ନେତା ବିଶେଶ୍ୱର ଟୁଡୁ, ସମୀର ମହାନ୍ତି,ବସନ୍ତ ପଣ୍ଡା,ଗୋଲକ ମହାପାତ୍ର ନାଁ ଚର୍ଚ୍ଚାରେ ରହିଛି l

ବିଜେଡି : ସୁଜାତା ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ, ସଂତୃପ୍ତ ମିଶ୍ର, ଦେବୀ ପ୍ରସାଦ ମିଶ୍ର ନାଁ ଚର୍ଚ୍ଚାରେ ରହିଛି l

ସ୍ୱାଧୀନ : ଡି. ଆର ପଟନାୟକ, ଦିଲ୍ଲୀପ ରାୟଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି l ତେବେ ଏଯାଏ ଉଭୟ ବିଜେଡି ଓ ବିଜେପି ରାଜ୍ୟସଭା କାର୍ଡ ଖୋଲିନାହାନ୍ତି l

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles