୬ ତାରିଖ ରେ ଶଙ୍ଖ ଫୁଙ୍କିବେ ପ୍ରଦୀପ ମାଝୀ…

- Advertisement -

( ) ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦଳରୁ ଇସ୍ତଫା ଦେବା ପରେ ନିକଟରେ ସେ ବିଜେଡିରେ ଯୋଗ ଦେଉଥିବା ସୂଚନା ଦେଇଥିଲେ । ମିଳିଥିବା ସୂଚନା ମୁତାବକ ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ । ଏହି ମିଶ୍ରଣ ପର୍ବ ନିଜ ନିର୍ବାଚନ ମଣ୍ଡଳୀ ନବରଙ୍ଗପୁରରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦେବାର ଖବର ମଧ୍ୟ ଶୁଣିବାକୁ ମିଳୁଛି। ପ୍ରଦୀପଙ୍କ ସହିତ ତାଙ୍କର ନିକଟତମ ସହଯୋଗି ଏବଂ ବିଜେଡିର ସ୍ଥାନୀୟ ବିଧାୟକ , ଏମ୍‌ପି ଓ ଦଳୀୟ ନେତାଙ୍କ ଉପସ୍ଥିତିରେ ପ୍ରଦୀପ ନିଜର ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି ଅକ୍ଟୋବର ୨୨ରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିଲେ । ଦଳରେ ଆଉ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳୁନଥିବାରୁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଇସ୍ତଫା ପତ୍ରରେ ଲେଖିଥିଲେ । ଦଳରେ ଥିଲା ବେଳେ ତାଙ୍କୁ ଜନ ସାଧାରଣଙ୍କଠାରୁ ଅନେକ ଭଲ ପାଇବା ମିଳିଛି। ତେବେ କିଛି କିଛି ଲୋକଙ୍କ ଯୋଗୁଁ ଦଳ ଏବେ ନିଜର ବିଶ୍ୱସନୀୟତା ହରାଉଛି। ଏହାକୁ ଫେରିପାଇବାକୁ ହେଲେ କଂଗ୍ରେସକୁ ବହୁତ ସମୟ ଲାଗିବ ବୋଲି ପ୍ରଦୀପ ତାଙ୍କ ଚିଠିରେ ଲେଖିଥିଲେ । ନବରଙ୍ଗପୁରରୁ ସେ ୨୦୦୯ରୁ ୨୦୧୪ ଯାଏଁ ସାଂସଦ ଥିଲେ । ରାଜ୍ୟ କଂଗ୍ରେସର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବି ଥିଲେ ପ୍ରଦୀପ ମାଝି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles