ଭୁବନେଶ୍ୱର : ଏବେ ଦିଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱର ଯାଏଁ କଂଗ୍ରେସ ମୁଖିଆ ପରିବର୍ତ୍ତନକୁ ନେଇ ଲାଗିରହିଛି ଚର୍ଚ୍ଚା। ଏନେଇ ଆସନ୍ତା କାଲି ନୂଆଦିଲ୍ଲୀରେ ସିଡବ୍ଲୁସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ସେଥିରେ ଅନ୍ତରୀଣ ଅଧକ୍ଷା ସୁନିଆ ଗାନ୍ଧୀ ଇସ୍ତଫା ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏପଟେ ରାଜ୍ୟରେ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ ପାଇଁ ଚର୍ଚ୍ଚା କିଛି କମ୍ ନୁହେଁ। ମାଳ ମାଳ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ପରିବର୍ତ୍ତନ କରିବାକୁ ଖୁଲମଖୁଲା ଦାବି ରଖୁଛନ୍ତି। ସେପଟେ ଆଜି ସନ୍ଧ୍ୟାରେ ତାରା ବାହିନୀପତିଙ୍କ ଘରେ ଦଳର ଅନେକ ପୁରୁଖା ନେତା ଏକାଠି ହୋଇଛନ୍ତି। ତାରା ଏବେ ସଭପତିରେ ରେସରେ ଥିବାରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁମାନ କରାଯାଇ ପାରେ।
ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସର କେଉଁ ନେତା କଣ କହୁଛନ୍ତି ଆସନ୍ତୁ ଜାଣିବା। ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି କୋଭିଡ଼୍ ୧୯ ଯୋଗୁଁ ବର୍ତ୍ତମାନ କୌଣସି ରାଜନୈତିକ ଦଳ ସକ୍ରିୟ ଭାବେ କାମ କରି ପାରୁ ନାହାନ୍ତି ।ଏବେ କରୋନା ମୁକାବିଲା ସମସ୍ତଙ୍କ ପାଇଁ ପ୍ରାଥମିକତା ।କିନ୍ତୁ ନିର୍ବାଚନ, ଉପନିର୍ବାଚନ ପରି ଘଟଣା ଆସିଲେ ସମସ୍ତେ ସ୍ୱାଭାବିକ ସକ୍ରିୟ ହେବେ।ଆସନ୍ତା କାଲି ସିଡବ୍ଲୁସି ବୈଠକରେ ଦଳକୁ ମଜବୁତ କରିବା ପାଇଁ ଆଲୋଚନା ହେବ। ବର୍ତ୍ତମାନ ଦଳକୁ ସକ୍ରିୟ କରିବା ପାଇଁ ତୃଣମୂଳ ସ୍ତରରୁ ପରିବର୍ତ୍ତନ ପାଇଁ ଦାବି ହେଉଛି । ଓଡ଼ିଶାରେ କଣ ହେବ ଆସନ୍ତା କାଲି ବୈଠକ ପରେ ଜଣା ପଡିବ। କଂଗ୍ରେସ ରାଜ୍ୟରେ ପାଞ୍ଚ ଥର ହାରି ଥିବାରୁ ଓଡିଶା ଉପରେ ଗୁରୁତ୍ୱ ଦିଆ ଯାଉଛି ।
ସମନ୍ଵୟର ଅଭାବରୁ ଆଜି ରାଜ୍ୟ କଂଗ୍ରେସର ଏ ସ୍ଥିତି । ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ଦଳ ପାଇଁ ଗୋଟିଏ ବଡ଼ ପରୀକ୍ଷା । ଏଥିରେ ସଙ୍ଗଠିତ ହୋଇ ଲଢିଲେ ଆମେ ନିଶ୍ଚିତ ବିଜୟ ହେବ।
ଏହାସହ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି,ଲୋକେ ଯେତେବେଳେ ଚିନ୍ତା କରିବେ ପରିବର୍ତ୍ତନର ଆବଶ୍ୟକତା ଅଛି, ସେତେବେଳେ ହାଇ କମାଣ୍ଡ ତା ଉପରେ ଚିନ୍ତା କରିବେ । ଆସନ୍ତା ଉପ ନିର୍ବାଚନ ପାଇଁ କଂଗ୍ରେସ ଦଳ ଆପତତଃ ପ୍ରାର୍ଥୀ ସ୍ଥିର କରି ସାରିଛି । ଶୁଣା ଯାଉଅଛି ପ୍ରାର୍ଥୀ ଶକ୍ତିଶାଳୀ ଓ ବିଜୟୀ ହେବେ ।ସେହିପରି ଓଡ଼ିଶା କଂଗ୍ରେସରେ ନେତୃତ୍ବର ଅଭାବ ଆଜି ନୁହେଁ । ଜାନକୀ ବଲ୍ଲଭ ପଟ୍ଟନାୟକ ଯିବା ପରେ ଏକ ଶୂନ୍ଯ ସ୍ଥାନ ସୃଷ୍ଟି ହୋଇଛି। ସେହି ଶୂନ୍ୟସ୍ଥାନ ପୂରଣ ପାଇଁ କୌଣସି ନେତା ଆଗଭର ହେଉ ନାହାଁନ୍ତି।ଓଡ଼ିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ଏଆଇସିସି ସଭାପତି ନିଷ୍ପତ୍ତି ନେବେ।ଏବେ କାର ସଭାପତି କୋଭିଡ ପାଇଁ ଆଶାନୁରୂପ ଭାବେ ଆକ୍ଟିଭ୍ ନୁହେଁ ।ନିରଞ୍ଜନ ବାବୁଙ୍କୁ ହଟାଇବାର ନାହିଁ, ସେ ଇସ୍ତଫା ଦେଇ ଦେଇଛନ୍ତି। ହାଇ କମାଣ୍ଡ ଏ ଉପରେ ଦୃଷ୍ଟି ଦେବା ଦରକାର ।
ଅନ୍ୟପଟେ ପିସିସି ସଭାପତି ପରିବର୍ତନ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ତଥା ସିଡବ୍ଲୁସି ସଦସ୍ଯ ରାମଚନ୍ଦ୍ର ଖୁଣ୍ଟିଆଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି । ଯେ କୌଣସି ରାଜ୍ୟର ପିସିସି ସଭାପତି ପରିବର୍ତ୍ତନ ନିଷ୍ପତ୍ତି ଏଆଇସିସି ଅଧ୍ୟକ୍ଷଙ୍କ କ୍ଷମତା ପରିସରଭୁକ୍ତ। ଆସନ୍ତାକାଲି ସିଡବ୍ଲୁସି ବୈଠକ ପରେ ଏଆଇସିସି ଓ ପିସିସି ସଂଗଠନ ପରିବର୍ତ୍ତନ ଉପରେ ବିଚାର କରାଯାଇପାରେ। ଓଡ଼ିଶାର ସାଙ୍ଗଠନିକ ପରିବର୍ତ୍ତନ ହେଲେ କିମ୍ବା ନ ହେଲେ ଉପନିର୍ବାଚନ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଓଡ଼ିଶାର ପରିବର୍ତ୍ତନ ସମ୍ପର୍କରେ ପ୍ରଭାରୀ ଜିତେନ୍ଦ୍ର ସିଂ ନିଷ୍ପତ୍ତି ନେଇ ପାରିବେ। ଓଡ଼ିଶାର ବ୍ଲକ୍, ଜିଲା ଓ ପିସିସି କମିଟି ଗଠନ ବିଳମ୍ବ ହୋଇଛି ଓ ସଂଗଠନ ସ୍ଥାଣୁ ହୋଇଥିବା ସ୍ୱୀକାର କଲେ ରାମ ଖୁଣ୍ଟିଆ। ତୁରନ୍ତ ଗଠନ ହେବା ଦରକାର।
ନିରଞ୍ଜନ ହଟିବେ, ନା ତାଙ୍କୁ ହଟାଇଦିଆଯିବ……..
- Advertisement -