କରୋନା କବଳରେ ପାକିସ୍ତାନି କ୍ରିକେଟର ଶାହିଦ ଆଫ୍ରିଦି…

0
468

ଇସଲମାବାଦ: ଦିନେ କ୍ରିକେଟ ଷ୍ଟାଡିୟମରେ ମାରୁଥିଲେ ବିଶାଳ ବିଶାଳ ଛକା। ଆଉ ବୋଲିଙ୍ଗରେ ବିରୋଧୀ ଦଳର ବ୍ୟାଟିଙ୍ଗକୁ ଧରାଶାୟୀ କରୁଥିଲେ। ହେଲେ ଆଜି ସେ କରୋନା ମହାମାରିଠାରୁ ହାରିଗଲେ। ପାକିସ୍ତାନ ଅଲ୍‌ରାଉଣ୍ଡର କ୍ରିକେଟର୍ ଶାହିଦ ଆଫ୍ରିଦି ଏବେ କରୋନା କବଳରେ।ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।
ଏନେଇ ଆଜି ସେ ଟ୍ୱିଟର୍‌ରେ ଲେଖିଛନ୍ତି, “ ମୁଁ ଗୁରବାର ଠାରୁ ଅସୁସ୍ଥ ଅନୁଭବ କରୁଥିଲି। ମୋ ଶରୀରରେ ଅସମ୍ଭବ ଯନ୍ତ୍ରଣା ହେଉଥିଲା। ଏଥିପାଇଁ କରୋନା ଟେଷ୍ଟ କରାଇଥିଲି। ଏବେ ଦୁର୍ଭାଗ୍ୟବଶତଃ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ତୁରନ୍ତ ସୁସ୍ଥ ହେବା ପାଇଁ ଆପଣଙ୍କ ଆଶୀର୍ବାଦ ଦରକାର। ଇନ୍‌ଶା ଆଲ୍ଲାହ।” ଏହାପରେ ତାଙ୍କ ସମସ୍ତ ପ୍ରଶଂସକ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।