ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ : ଆଇନ ମନ୍ତ୍ରୀ

- Advertisement -

ରାଜ୍ୟରେ ସାମ୍ବାଦିକ ସୁରକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆଇନ ବିଭାଗ ଏକ ଡ୍ରାଫ ପ୍ରସ୍ତୁତ କରିଛନ୍ତି । ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ପକ୍ଷରୁ ଏନେଇ ବାରମ୍ୱାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ଅବଗତ ଅଛନ୍ତି ବୋଲି ଅନୁଗୁଳ ସଭାଗୃହରେ ଅନୁଷ୍ଠିତ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଛନ୍ତି। ଦେଶର ୧୮ଟି ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ପେନସନ ଲାଗୁ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ବିଚାର କରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ ସଭାଗୃହରେ ଅନୁଷ୍ଠିତ ହୋଇଛି। ଏହି ବୈଠକକୁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।ସାମ୍ବାଦିକ ଏକ ସାଧନା। ସାମ୍ବାଦିକ ଏକ ବୃତ୍ତି ନୁହେଁ । ରାଜନୀତି ଓ ସାମ୍ବାଦିକ ଭିତରେ ସମନ୍ୱୟ ରହିଛି। ହାତରୁ ଖାଇ ନାଚିବାକୁ ଉଭୟ ନେତା ଓ ସାମ୍ବାଦିକ ନିଶା। ସରକାରଙ୍କ ବିରୋଧରେ ଯାହା ଲେଖିଲେ ବି ସାମ୍ବାଦିକଙ୍କ ଉପରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ସଭାପତି ପ୍ରସନ୍ନ ମହାନ୍ତି ଅଧକ୍ଷତା କରି ସାମ୍ବାଦିକ ମାନଙ୍କର ସାମାଜିକ ସୁରକ୍ଷା ଓ ନିରାପତ୍ତା ପ୍ରସଂଗରେ ସରକାର କାଳକ୍ଷେପଣ ନୀତି ଗ୍ରହଣ କଲେ ଓୟୁଜେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ବିଶେଷ କରି ଅନ୍ୟ ରାଜ୍ୟପରି ଓଡ଼ିଶାର ସାମ୍ବାଦିକଙ୍କ ପେନସନ ଲାଗୁ କରିବାକୁ ଓୟୁଜେ ଲଢେଇ ଜାରୀ ରଖିବ ବୋଲି କହିଛନ୍ତି । ଏହି ବୈଠକ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବ୍ରଜ କିଶୋର ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା, ଅନୁଗୁଳ ପୌର ପାରିକା ଅକ୍ଷୟ କୁମାର ସାମନ୍ତ ସାମିଲ ହୋଇଥିଲେ । ଜିଲ୍ଲା ସାମ୍ବାଦିକ ୟୁନିଅନ ସଭାପତି ଅଜିତ କୁମାର ଧର ପ୍ରଥମେ ସ୍ଵାଗତ ଭାଷଣ ଦେଇଥିଲେ ।

ଏହି ବୈଠକରେ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ବରିଷ୍ଠ ସାମ୍ବାଦିକ ଅଶୋକ ନନ୍ଦ, ଅକ୍ଷୟ ସାହୁ, ଅଭୟ ପତି, ଆଦିତ୍ୟ ମେକାପ୍, ପରୀକ୍ଷିତ ବିଶ୍ବାଳ, ଚିନ୍ମୟ ମହାପାତ୍ର , ଅଜୟ ସାହୁ, ଅରୁଣ କୁମାର ରାଉତରାୟ, କିଷାନ ରାଉତ , ଅମୂଲ୍ୟ ସ୍ଵାଇ, ପ୍ରସନ୍ନ ପାଇକରାୟ ପ୍ରମୁଖ ସାମିଲ ହୋଇଥିଲେ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles