ବଦଳୁଛି ନୂଆପଡ଼ା ସମୀକରଣ: ଭୋଟର ନିରବ, ଗ୍ରାଉଣ୍ଡରେ ବଢୁଛି ବିଜେଡି

- Advertisement -

ନୂଆପଡା ଉପ ନିର୍ବାଚନ ନଭେମ୍ୱର ୧୧ ତାରିଖରେ ଅନୁଷ୍ଠିତ ହେବ। ମତଦାନକୁ ଆଉ ୧୪ ଦିନ ବାକି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନୂଆପଡା ରାଜନୀତି ସେତେ ଉଷ୍ମ ହେବାରେ ଲାଗିଛି। ଗ୍ରାଉଣ୍ଡରେ ପ୍ରଚାର ଓ ସମୀକରଣ ମଧ୍ୟ ବଦଳୁଛି। ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତି ସମର୍ଥନ ଲଗାତର ବଢ଼ିବଢ଼ି ଚାଲିଛି । ନୂଆପଡା, ଖରିଆଳ, କୋମନାରେ ବିଜେଡି ଜୋରଦାର ପ୍ରଚାର କରିବା ସହ ନବୀନ ପଟ୍ଟନାୟକ ରାଜନୈତିକ ଆଭିମୁଖ୍ୟ ନେଇ ନୂଆପଡ଼ାବାସୀଙ୍କୁ ବୁଝାଉଛନ୍ତି ବିଜେଡି ନେତା ଓ କର୍ମୀମାନେ। ଫଳରେ ଗ୍ରାଉଣ୍ଡରେ ବିଜେଡି ବଳ ଗୋଟାଇବା ସହ ବିଜେପି ଓ କଂଗ୍ରେସ ଠାରୁ ଅଧିକ ଶକ୍ତିଶାଳୀ ହେଉଛି । ନୂଆପଡ଼ାବାସି ୨୦୨୪ ନିର୍ବାଚନରେ ବିଜେଡିକୁ ଓ ନବୀନଙ୍କ ସେନାପତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ନୂଆପଡାବାସୀଙ୍କ ହୃଦୟରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ (ରାଜୁ) ଭାଇଙ୍କ ସ୍ଵତନ୍ତ୍ର ସ୍ଥାନ ରହିଛି। ତାଙ୍କର ସାମାଜିକ କାର୍ଯ୍ୟକ୍ରମକୁ ନୂଆପଡାବାସି କେବେ ଭୁଲିବେ ନାହିଁ ବୋଲି ବିଜେଡି ନେତାଏ କହିଛନ୍ତି । ତେଣୁ ବିଜେଡିର ଗଡ ତଥା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ନିର୍ବାଚନୀ ମଣ୍ଡଳରେ ପୁଣି ଶଙ୍ଖମୟ ହେବ ବିଜେଡି ନେତାଏ ଦମ୍ବୋକ୍ତି ପ୍ରକାଶ କରୁଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜେନ୍ଦ୍ର ଢୋଲକିଆ ଗଡରେ ପୁଣି କିପରି ବିଜେଡି ଭଲ ବ୍ୟବଧାନରେ ବିଜୟ ଲାଭ କରିବ ସେନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ସେନାପତି ଭାବେ ୧୦୦ ଅଧିକ ନେତାଙ୍କୁ ଦାୟିତ୍ଵ ଦେଇଛନ୍ତି । ବିଜେଡି ସରକାର ସମୟରେ ହୋଇଥିବା ବିକାଶ କାମ ଓ ନବୀନ ପଟ୍ଟନାୟକ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ନୂଆପଡ଼ାବାସୀଙ୍କୁ ବୁଝାଉଛନ୍ତି ନେତାମାନେ। ୧୬ମାସର ବିଜେପି ସରକାରରେ ଓଡ଼ିଶାର ବିକାଶ କିପରି ଠପ୍ ହୋଇଛି, ରାଜ୍ୟ ସ୍ବାର୍ଥ କିପରି ବାଧାପ୍ରାପ୍ତ ହୋଇଛି, ଆଇନ ଶୁଙ୍ଖଳା କିପରି ବିଗିଡିଯାଇଛି, ମହାନଦୀ ପାଣି କିପରି ଛତିଶଗଡ଼ ସରକାର ଛାଡୁନି, ଚାଷୀଙ୍କୁ ସାର ମିଳୁନି, କଟଣୀଚଟଣୀ କିପରି ବଢ଼ିଛି, ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି କିପରି ପ୍ରତାରଣାରେ ପରିଣତ ହୋଇଛି ଏପରି ବିଜେପି ସରକାରର ମାଳମାଳ ବିଫଳତାକୁ ନୂଆପଡ଼ା ଭୋଟରଙ୍କୁ ବୁଝାଉଛି ବିଜେଡି। ଯାହା ନୂଆପଡାବାସିଙ୍କର ସମର୍ଥନ ମଧ୍ଯ ଗାଁ ଗାଁରେ ରହୁଛି। ଯେଉଁଥି ପାଇଁ ଗ୍ରାଉଣ୍ଡରେ ବିଜେଡି ବଢ଼ିବାରେ ଲାଗିଛି। ଆରମ୍ଭରୁ ବିଜେଡିକୁ ହାଲକା ଭାବେ ନେଇ ଦୁଇ ଜାତୀୟ ଦଳ ନୂଆପଡ଼ାରେ ବିଜେଡି ହାହ୍ବା ବହିବା ପରେ ଚିନ୍ତାରେ ପଡିଛନ୍ତି । ଆଗକୁ ୩ ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ମାନେ ମଇଦାନକୁ ଓହ୍ଲାଇ ଘମାଘୋଟ ପ୍ରଚାର କରିବେ ନିଜ ପ୍ରାର୍ଥୀଙ୍କ ପାଇଁ। ତାରିଖ ଯେତିକି ପାଖେଇ ଆସୁଛି ଧୀରେ ଧୀରେ ନୂଆପଡା ରାଜନୀତି ରୋଚକ ମୋଡ ନେଉଛି।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles