ବିବାଦୀୟ ନେତାଙ୍କୁ ନୂଆପଡ଼ା ଦାୟିତ୍ୱ

- Advertisement -

ନୂଆପଡ଼ାର ଉପ ନିର୍ବାଚନ ପାଇଁ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ସରିବା ପରେ ୩ପ୍ରମୁଖ ଦଳ ନିଜ ଦଳ ସପକ୍ଷରେ ଭୋଟରଙ୍କ ସମର୍ଥନ ପାଇଁ ଦିନରାତି ଏକ କରିଛନ୍ତି । ଯୋଦ୍ଧା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସେନାପତିଙ୍କୁ ଉପ ନିର୍ବାଚନ ଦାୟିତ୍ୱ ଦେଇଛନ୍ତି । ନୂଆପଡା ବ୍ଲକ ଓ ଦୁଇଟି ଏନଏସି ପାଇଁ ସେନାପତି ମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୫୨ ଜଣ ପରେ ୩୩ ଜଣ ନେତାଙ୍କୁ ନିର୍ବାଚନୀ ଦାୟିତ୍ୱ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଦଳର ବରିଷ୍ଠ ନେତା, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ , ଛାମୁଆ ସଂଗଠନ ର କର୍ମକର୍ତ୍ତା ମାନଙ୍କୁ ଦାୟିତ୍ୱ ଦେଇଚ୍ଛ୍ଚନ୍ତି। ୪୦ଜଣ ଷ୍ଟାର ପ୍ରଚାରକଙ୍କୁ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି । ଦାୟିତ୍ୱ ପାଇଥିବା ନେତାଙ୍କ ମଧ୍ୟରେ କିଛି ବିବାଦୀୟ ନେତା ଅଛନ୍ତି । ସେମାନେ ହେଲେ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପରି ନେତା। ସେହିପରି ଶାସକ ବିଜେପି ମଧ୍ୟ ସେନାପତି ମାନଙ୍କୁ ଦାୟିତ୍ୱ ଦେବା ସହ ୮ଜଣ ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି । ନୂଆପଡା ଉପନିର୍ବାଚନ ୮ ଟି ଜୋନ ଜଗିବେ ୮ ମନ୍ତ୍ରୀ । ଜୟଜଂଘା ପାଇଁ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଦିଆଯାଇଛି ଦାୟିତ୍ୱ ଦିଆଯାଇଛି । କୋନାଭଇରା ପାଇଁ ବିଭୁତି ଭୂଷଣ ଜେନା । ଯୋଗେଶ୍ୱର ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ମିଳିଲା ଦାୟିତ୍ୱ । ନୂଆପଡ଼ା ଏନଏସି ଜଗିବେ ମୁକେଶ ମହାଲିଙ୍ଗ ଙ୍କୁ ଦାୟିତ୍ଵ ଦିଆଯାଇଛି। ଏହି ମନ୍ତ୍ରୀମାନେ ବହୁ ସମୟରେ ବିବାଦରେ ରହିଛନ୍ତି । ସେହିପରି ବିବାଦୀୟ ବରିଷ୍ଠ ନେତା ଜୟ ନାରାୟଣ ମିଶ୍ରଙ୍କୁ ମଧ୍ୟ ଦଳ ଉପ ନିର୍ବାଚନର ଗୁରୁ ଦାୟିତ୍ବ ଦେଇଛି। କଂଗ୍ରେସ କିନ୍ତୁ ଏ ସବୁ କ୍ଷେତ୍ରରେ ବାଛି ବିଚାରି ନିଷ୍ପତ୍ତି ନେଇଛି। ବିବାଦୀୟ ବହୁ ନେତାଙ୍କୁ ନୂଆପଡ଼ା ନିର୍ବାଚନ ରେ ଦୂରେଇ ରହିଛି। ସେ ରମେଶ ଜେନା ହୁଅନ୍ତୁ କି କିଛି ଯୁବ କଂଗ୍ରେସ୍ ନେତ୍ରୀ କି ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କୁ।
ପ୍ରଚାର ଯେତେବେଳେ ଜମିବ ବିବାଦୀୟ ନେତାମାନେ ଦଳର ଭୋଟ ବଢାଇବେ ନା କମାଇବେ ତାହା ଉପରେ ସଭିଙ୍କ ନଜର।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles