ନୂଆପଡ଼ାରେ ୫୦ହଜାର ଭୋଟରେ ଜିତିବ ବିଜେପି: ସୁଜିତ କୁମାର

0
33

 ନୂଆପଡ ଉପ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆକଳନ । ନୂଆପଡାରୁ ଭୁବନେଶଣ୍ବର ଯାଏ ଚାଲିଛି ଭୋଟ ଚିନ୍ତା। କେଉଁ ଦଳ କେତେ ଭୋଟ ପାଇବ ଓ କିଏ ବିଜୟ ହେବ। ସେନେଇ ରାଜ୍ୟର ୩ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କରି ଛନ୍ତି। କାହା ସପକ୍ଷରେ ଯିବ ନୂଆପଡା । ନୂଆପଡାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଏଠାରେ ହେବାକୁ ଯାଉଛି ଉପ ନିର୍ବାଚନ । ତାରିଖ ଘୋଷଣା ପରେ ୩ ପ୍ରମୁଖ ଦଳ ଗଡ ଦଖଲ କରିବାକୁ ସଜବାଜ ଆରମ୍ଭ କରିଛନ୍ତି । ୨୦୨୪ ନିର୍ବାଚନ ପରେ ନୂଆପଡାରେ ହେବ ଉପ ନିର୍ବାଚନ।ପୁଣି ଭୋଟଙ୍କ ପାଖରେ ଅଗ୍ନିପରୀକ୍ଷା ଦେବେ ବିଜେପି , ବିଜେଡି ଓ କଂଗ୍ରେସ। କାହା ସପକ୍ଷରେ ଯିବ ନୂଆପଡା ଜନମତ । ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ୨୦୨୪ ନିର୍ବାଚନରେ ବିଜେଡି ନୂଆପଡା ଦଖଲ କରିଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଖଣ୍ଡ ଭୋଟ ପାଇଁ ବଡ ବିଜୟ ହାସଲ କରିଥିଲେ । ୧୦ ବର୍ଷ ଧରି ଲଗାତର ବିଜେଡି ଏହି ଆସନ ଦଖଲ କରିଛି। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୂ ପରେ ନୂଆପଡାରେ ଉପ ନିର୍ବାଚନ ହେବାକୁ ଯାଉଛି। ବିଜେଡି ଏକ ଟିମ ଗଠନ କରି ନୂଆପଡା ଦଖଲ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।
ନୂଆପଡା ଉପ ନିର୍ବାଚନ ମଧ୍ୟ ଦୁଇ ଜାତୀୟ ଦଳ ପାଇଁ ଅଗ୍ନିପରୀକ୍ଷାର ବେଳେ । ୨୦୧୯ ଓ ୨୦୨୪ରେ ବିଜେଡି ନୂଆପଡା ଦଖଲ କରିଥିବାରୁ ଦୁଇ ଜାତୀୟ ଦଳ ପାଇଁ କିପରି ବିଜେଡିର ଗଡରେ ଧଶେଇ ପଶିବାକୁ ଉଦ୍ୟମ କରିଛନ୍ତି । ନୂଆପଡାବାସୀ ଉପ ନିର୍ବାଚନରେ ବିଜେପିର ବଡ ବିଜୟ ହେବ ବୋଲି ଆକଳନ କରିଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର। ୨୦୨୪ ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ଥିବା ଜାଣି ମଧ୍ୟ ସୁଜିତ୍ କୁମାର ବିଜେପି ଉପ ନିର୍ବାଚନରେ ୫୦ହଜାର ଭୋଟରେ ବିଜୟ କରିବ ବୋଲି ଭବିଷ୍ୟତ ବାଣୀ ଦେଇଛନ୍ତି । ସାଂସଦ ସୁଜିତ କୁମାର କହିଛନ୍ତି ଯେ
ଆସନ୍ତା ୧୬ତାରିଖରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ। ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ସମେତ ଅନେକ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ। ଜୟ ଢୋଲକିଆଙ୍କ ପ୍ରାର୍ଥୀତ୍ବ ନେଇ ଦଳରେ କୌଣସି ଦ୍ଵନ୍ଦ ନାହିଁ। କେବଳ ଘୋଷଣା ବାକି ରହିଛି। ଆଜି କିମ୍ବା ଆସନ୍ତାକାଲି ଭିତରେ ପ୍ରାର୍ଥୀ ଘୋଷଣା ହେବ। ବିଜେପି ପ୍ରାର୍ଥୀ 50 ହଜାରରୁ ଅଧିକ ମାର୍ଜିନରେ ଜିତାଇବା ପାଇଁ ଉଦ୍ୟମ ହେଉଛି। 16 ତାରିଖରେ କଂଗ୍ରେସ ଓ ବିଜେଡିରୁ ପ୍ରାୟ 2 ହଜାର କର୍ମୀ ନାମାଙ୍କନ ଦିନ ବିଜେପିରେ ମିଶିବେ। ଜୟ ଙ୍କ ମିଶ୍ରଣ କୁ ନେଇ ଦଳ ଭିତରେ ଦେଖାଦେଇଥିବା ଅସନ୍ତୋଷ ଖୁବଶୀଘ୍ର ଦୂର ହେବ ବୋଲି ସୁଜିତ କୁମାର କହିଛନ୍ତି । ସାଧାରଣ ନିର୍ବାଚନରେ କଂଗ୍ରେସ ମାତ୍ର ୧୫, ୫୦୧ ଖଣ୍ଡ ଭୋଟ ପାଇଥିଲା ଏପରି ସ୍ଥିତିରେ ବିଜେପି ହିଁ ଭଲ ପ୍ରଦର୍ସନ କରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ନୂଆପଡା ଆସନରୁ ଚାରିଥର ଜିତିଥିଲେ । ତେଣୁ ନୂଆପଡାବାସୀ ଉପ ନିର୍ବାଚନରେ ଢୋଲକିଆ ପରିବାରକୁ ସମର୍ଥନ କରିବେ ବୋଲି ସାଂସଦ ସୁଜିତ୍ କୁମାର କହିଛନ୍ତି । ବିଜେଡି ଗଡରେ ଏଥର ବିଜେପି ବିଜୟ ଧ୍ବଜା ଉଡାଇବାକୁ ଜୋରଦାର ଅଣ୍ଟା ଭିଡିଛି ।