ନୂଆପଡାରେ ନୂଆଦଳର ପ୍ରବେଶିକା ପରୀକ୍ଷା
ଓଡିଶାରେ ଗଠନ ହେବ ନୂଆ ଆଞ୍ଚଳିକ ଦଳ । ୨୦୨୪ ନିର୍ବାଚର ୨ମାସ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗିରହିଛି। ବିଜେପି, ବିଜେଡି ଓ କଂଗ୍ରେସକୁ ଛାଡି ଗଠନ ହେବ ବିକଳ୍ପ ରାଜନୈତିକ ଦଳ। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଅସନ୍ତୋଷ ନେତା ଓ ଓଡିଶାରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ନୂଆ ଆଂଚଳିକ ଦଳ ସାମ୍ନାକୁ ଆସିବ । ଏଥିନେଇ ଜୋରଦାର ହୋଇଛି ପ୍ରକ୍ରିୟା । ବିଜେଡି ବିକଳ୍ପ ଭାବେ ଏହି ଆଞ୍ଚଳିକ ଦଳ ମୁଣ୍ଡ ଟେକିବ ବୋଲି ଚର୍ଚ୍ଚା ହେଉଛି । ବିଜୁ ଜନତା ଦଳକୁ ଛାଡି ଦେଲେ ଓଡିଶାରେ କୌଣସି ଆଞ୍ଚଳିକ ଦଳ ସଫଳ ହୋଇନାହିଁ । ଏବେ ପୁଣିଥରେ ନୂଆ ଆଞ୍ଚଳିକ ଦଳ ହେବା ପାଇଁ ଭିତିରିଆ ନେତାମାନେ ଯେଉଁ ପାଗ ଭିଡୁଛନ୍ତି ତାହାର ମୂଳଦୂଆ ନୂଆପଡାରେ ପଡିବ । ଚର୍ଚ୍ଚା ହେଉଛି ନୂଆପଡାରେ ବିଜୁ ଲୋକଦଳ ନାଁରେ ଜଣେ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ ଆଞ୍ଚଳିକ ଦଳ ଗଠନ କରିବାକୁ ଅଣ୍ଟା ଭିଡିଛନ୍ତି। ବିଜେଡି , ବିଜେପି ଓ କଂଗ୍ରେସର ବିକଳ୍ପ ଭାବେ ଏହି ପ୍ରାର୍ଥୀ ଭଭା ହେବେ। ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ଅଣ୍ଟା ଭିଡୁଥିବା ରାଜ୍ୟ ରାଜନୀତିର ଅନେକ ରାଜନେତାମାନେ ଏକାଠି ହୋଇ ପରୋକ୍ଷରେ ଏହି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ।
ନୂଆପଡା ଉପ ନିର୍ବାଚନରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ବିଜୁ ଲୋକଦଳ( ବିଏଲଡି) ତାହାର ପ୍ରାର୍ଥୀ ଚୟନ କସରତ ଶେଷ କରିଛି । ଉପ ନିର୍ବାଚନରେ ବିଏଲଡି ପ୍ରାର୍ଥୀ କେତେ ଭୋଟ ପାଉଛି ତାହା ହିଁ ବିଜୁ ଲୋକଦଳର ସମ୍ପଦ ହେବ ବୋଲି ନୂଆ ଆଞ୍ଚଳିକ ଦଳ ପାଇଁ ଅଣ୍ଟା ଭିଡୁଥିବା ନେତାଏ ଚିନ୍ତା କରିଛନ୍ତି । ଖୋଲାଖୋଲି ଭାବେ କହିଲେ ଆଞ୍ଚଳିକ ଦଳ ଗଠନ ପୂର୍ବରୁ ଏହା ପ୍ରବେଶିକା ପରୀକ୍ଷା । ଯଦି ଉପ ନିର୍ବାଚନର ପ୍ରବେଶିକା ପରୀକ୍ଷାରେ ପ୍ରାର୍ଥୀ ଭଲ ପ୍ରଦର୍ଶନ କରିବ। ତେବେ ୨୦୨୭ ପଂଚାୟତ ନିର୍ବାଚନରେ ପରେ ଓଡିଶାର ବିଜୁ ଲୋକଦଳ( ବିଏଲଡି) ରାଜନୈତିକ ଦଳ ଭାବେ ଛିଡାହେବ ଓଡିଶା ରାଜନୀତିରେ । ଯଦି ତାହା ନହୁଏ ତେବେ ବିଜେଡିର ବିକଳ୍ପ ନାହିଁ ତାହା ବି ପ୍ରମାଣିତ ହେବ ନୂଆପଡା ଉପ ନିର୍ବାଚନରେ । ତେବେ କିଏ ହେବ ସେ ପ୍ରାର୍ଥୀ ତାହାକୁ ନେଇ ରାଜ୍ୟ ରାଜନୀତିରେ ନାନା ଚର୍ଚ୍ଚା ଓ ଆଲୋଚନା ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy