ଯାଜପୁର : ଭବପ୍ରସାଦ ଦାସ। ଏନସି କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି। ଆଜି କଲେଜର ୭୫ବର୍ଷ ପୂର୍ତ୍ତି ତଥା ପ୍ଲାଟିନମ ଜୁବଲି ଅବସରରେ ଏଠାରେ ପଢୁଥିବା ସମସ୍ତ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ସେ ସର୍ବଦା କଲେଜ ପାଖରେ ଋଣୀ ବୋଲି କହିଛନ୍ତି। କାରଣ ଏହି ଶିକ୍ଷା ଅନୁଷ୍ଠାନ ହିଁ ତାଙ୍କୁ ପ୍ରଥମେ ନେତୃତ୍ୱ ନେବାର ଦିଗ ଦେଖାଇଥିଲା। ଏହି କଲେଜରୁ ସେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ସେଥିପାଇଁ ସେ କଲେଜର ଉନ୍ନତି ପାଇଁ ସବୁବେଳେ ଚେଷ୍ଟା କରୁଥିବା କହିଛନ୍ତି।
ଭବପ୍ରସାଦ ଦାସ ଏନ ସି କଲେଜରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ପରେ ଯାଜପୁର ପୌର ପାଳିକାର ଅଧ୍ୟକ୍ଷ ହୋଇଥିଲେ l ଜଣେ ଯୁବ ନେତା ତଥା ସୁସଂଗଠକ ଭାବରେ ତାଙ୍କର ବେଶ ଖ୍ୟାତି ମଧ୍ୟ ରହିଛି ଯାଜପୁରରେ । ସେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଓ ଜିଲ୍ଲାପାଳଙ୍କ ବାରମ୍ବାର ଏନସି କଲେଜ ଉପରେ ଆଲୋଚନା କରି କଲେଜ ଉନ୍ନତିକରଣ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି l ଏବେ କଲେଜକୁ କିପରି ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିବ ସେଥିପାଇଁ ଯେ ପ୍ରୟାସ ଜାରୀ ରଖିଛନ୍ତି l ଯାଜପୁର ବିଧାୟକଙ୍କ ସହଯୋଗରେ କଲେଜ ପରିସରରେ ନୂଆ ବିଜ୍ଞାନ ବିଭାଗ, ବାଣିଜ୍ୟ ବିଭାଗର କୋଠା ନିର୍ମାଣ ହୋଇସାରିଛି। ନିଜେ ବିଧାୟକ କହିଛନ୍ତି ଆଉ 2ବର୍ଷ ଭିତରେ କଲେଜର ନକ୍ସା ବଦଳିଯିବ l ପୁରାତନ ଛାତ୍ର ଛାତ୍ରୀ ଓ କଲେଜ କର୍ତୃପକ୍ଷଙ୍କ ସହ ବହୁବାର ଆଲୋଚନା କରି ବିଧାୟକ ପ୍ରଣବ ପ୍ରକାଶ ଦାସ କଲେଜକୁ ନୂଆ ରୂପ ଦେବା ସହ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି l ଆଜି କଲେଜର ପ୍ଲାଟିନମ ଜୁବଲିରେ ସେ ତାଙ୍କ କଲେଜ ସମୟର ଅନୁଭୂତିକୁ ମନେ ପକାଇବା ସହ କଲେଜର ଉନ୍ନତିରେ ଯୋଗଦାନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏନସି କଲେଜକୁ ଯେଉଁ ସ୍ବପ୍ନ ଦେଖିଛନ୍ତି ଓ କଲେଜର ନୂଆ ରୂପ କେମିତି ହେଵ ତାହାର ଫୋଟୋ ଦେଇଛନ୍ତି l ଯାଜପୁର ବିଧାୟକଙ୍କ ଉଦ୍ୟମକୁ ସେ ପ୍ରଶଂସା କରିବା ସହ ବିଧାୟକ ଯେଉଁ ବାର୍ତ୍ତା ଦେଇଛନ୍ତି ଆମ କଲେଜକୁ ଆମେ ଗଢିବା ତାହାକୁ ସଫଳ କରିବାକୁ ଆସିବାକୁ ଭଵ ପ୍ରସାଦ ଅଣ୍ଟା ଭିଡିଛନ୍ତି l
ନୂଆ ରୂପ ନେବାକୁ ଯାଉଛି ଏନସି କଲେଜ :ଭବପ୍ରସାଦ ଦାସ
- Advertisement -