ଫେରିଲେ ନବୀନ, କ୍ରେଜ ଅତୁଟ

0
106

ମୁମ୍ବାଇରୁ ସୁସ୍ଥ ହୋଇ ଓଡିଶା ଫେରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ।ଲୋକପ୍ରିୟ ନେତା ଓଡିଶା ଫେରିବା ଖବର ପ୍ରସାରିତ ହେବା ପରେ ଓଡିଶାବାସୀଙ୍କ ଭିଡ ଜମିଲା ଭୁବନେଶ୍ବର ବିମାନବନ୍ଦରରେ। ନିଜର ପ୍ରିୟର ନେତାଙ୍କୁ ଶୁଭେଚ୍ଛା ଜଣାଇବାକୁ ବିମାନ ବନ୍ଦରରୁ ନବୀନ ନିବାସ ଯାଏ ଲୋକଙ୍କ ଭିଡ। ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ କର୍ମୀଙ୍କ ଭିଡ଼। ଜୁନ ୨୨ରେ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଆଜି ଫେରିଛନ୍ତି ନବୀନ ।

୨୪ ବର୍ଷ ଧରି ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ କାମ କରି ବିଭିନ୍ନ ‘କ୍ଷେତ୍ରରେ ଓଡିଶାକୁ ଶୀର୍ଷୀରେ ପହଞ୍ଚାଇଛନ୍ତି ନବୀନ ପଟ୍ଟନାୟକ। ଆଜି ବି ଓଡିଶାବାସୀଙ୍କ ହୃଦୟରେ ନବୀନ ସ୍ବତନ୍ତ୍ର ସ୍ଥାନ ଅଧୀକାର କରିଛନ୍ତି। ବିଜେଡି ଭବିଷ୍ୟତ ଓ ଦଳ ପୁଣିଥରେ କ୍ଷମତାକୁ ଫେରିବାର ଏକମାତ୍ର ପୁଞ୍ଚି ହେଉଛନ୍ତି ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନରେ ବିଜେଡି କ୍ଷମତାରୁ ଗଲା ପରେ ବର୍ଷେ ଭିତରେ ନବୀନଙ୍କ ଲୋକପ୍ରିୟତା କମିବା ପରିବର୍ତ୍ତେ ଦୁଇ ଗୁଣିତ ହୋଇଛି । ନବୀନ ଅସୁସ୍ଥ ଏପରି ମି୍ଥ୍ୟା ଖବର ଭାଇରାଲ କରି ବିରୋଧୀ ବିଜେଡିର ଜନ ସମର୍ଥନକୁ ଛଡାଇ ନେବାକୁ ପ୍ରୟାସ ଜାରୀ ରଖିଛନ୍ତି ବାରମ୍ବାର ବିଜେଡି ନେତା ଅଭିଯୋଗ କରିଛନ୍ତି । ଏହାରି ଭିତରେ ନବୀନ ମୁମ୍ବାଇରୁ ସୁସ୍ଥ ହୋଇ ପୁଣିଥରେ ଓଡିଶାବାସୀଙ୍କ ସେବା କରିବାକୁ ଅଣ୍ଟା ଭିଡିଛନ୍ତି। ଯାହା ଦୁଇ ଜାତୀୟ ଦଳ ପାଇଁ ଚିନ୍ତାର କାରଣ ସାଜିଛି। କାରଣ ଓଡିଶାରେ ଘରେ ଘରେ ନବୀନଙ୍କ ପ୍ରତି ଛୁଆ ଠାରୁ ବଢା ଯାଏ ଗୋଟେ ଇମୋସନ ରହିଛି । ନବୀନ ରାଜନୀତିରେ ଯେତେ ସକ୍ରୀୟ ହେଉଛନ୍ତି, ବିଜେଡି ତୃଣମୂଳସ୍ତରରେ ସେତେ ମାତ୍ରାରେ ସଶକ୍ତ ହେଉଛନ୍ତି । କାରଣ ୨୦୨୪ ନିର୍ବାଚନରେ ଓଡିଶାବାସୀ ବିଜେଡି ସର୍ବାଧୀକ ଭୋଟ ଦେଇ ନିଜର ପ୍ରଥମ ପସନ୍ଦ ବାଛିଥିବା ବେଳେ ସଂଖ୍ୟା ଖେଳରେ ବିଜେଡି ଶାସକ ଦଳରୁ ବିରୋଧୀ ଦଳ ଆସନରେ ବସିଛି । ବର୍ଷେ ଭିତରେ ବିଜେପି ସରକାର ଯେପରି ଜନ ଆକ୍ରୋଶର ଶିକାର ହୋଇଛି ଓ ବିଭିନ୍ନ ଘଟଣାରେ ବଦନାମ ହୋଇଛି ତାହା ନବୀନଙ୍କ ଲୋକପ୍ରିୟତା ବୃଦ୍ଧି କରିବାରେ ବେଶ ସହାୟକ ହୋଇଛି ।କାରଣ ଶାସକ ଦଳରେ ଥିବା ବେଳେ ଯେମିତି , ବିରୋଧୀ ଦଳରେ ମଧ୍ୟ ଠିକ ସେମିତି। କଥା କମ, କାମ ଅଧିକ। ସବୁବେଳେଓଡିଶାବାସୀଙ୍କ ସେବାରେ ନିଜକୁ ଓ ନିଜ ଦଳକୁ ଉତ୍ସଗୀକୃତ କରିଛନ୍ତି ନବୀନ ପଟ୍ଟନାୟକ। ଖାସ ସେଥିପାଇଁ ଓଡିଶାବାସୀଙ୍କ ପ୍ରିୟତ ନେତା ସାଜିଛନ୍ତି ନବୀନ ପଟ୍ଟନାୟକ ।