ଜାତୀୟ ଗଣ ମାଧ୍ୟମରେ ଚର୍ଚ୍ଚାରେ ଓଡ଼ିଶା:କରୋନା ମୁକାବିଲା ପାଇଁ ନବୀନଙ୍କୁ ପ୍ରଂଶସା…..

- Advertisement -

ଭୁବନେଶ୍ୱର : କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ଗତ ଶନିବାର ଦିନ ରାଜ୍ୟବାସୀ ‘ବନ୍ଦେ ଉତ୍କଳ ଜନନୀ ‘ ସଙ୍ଗୀତ ଗାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ସମସ୍ତେ ଓଡ଼ିଆ ଏହି ସଙ୍ଗୀତ ଗାନ କରିଥିଲେ। ଯାହାକୁ ନେଇ ଜାତୀୟ ଗଣ ମାଧ୍ୟମରେ ରାଜ୍ୟକୁ ପ୍ରଶଂସା  କରାଯାଇଛି।
କରୋନା ବିରୁଦ୍ଧରେ ଜିତିବା ପାଇଁ ଏକ ମାତ୍ର ଔଷଧ ହେଉଛି ସଂକଳ୍ପ ଶକ୍ତି। ଯେଉଁ ସଂକଳ୍ପ ଶକ୍ତି ବଳରେ ଆଜି ଅନ୍ୟ ରାଜ୍ୟ ତୁଳନାରେ କରୋନା ମୁକାବିଲରେ ଓଡ଼ିଶାର ସ୍ଥିତି ବହୁତ ଭଲ ଅଛି। ଫଳ ସ୍ୱରୂପ ଚିକିତ୍ସିତ ବ୍ୟକ୍ତିଙ୍କ ଅପେକ୍ଷା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ରାଜ୍ୟରେ ଅଧିକ। ଯେଉଁଥି ପାଇଁ କି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଆଜି ପ୍ରଶଂସା ଯୋଗ୍ୟ ହୋଇପାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ମୁଖ୍ୟ କାରଣ। ଏବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାମୁହିକ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା । ଯାହାକି ଦେଶ ପାଇଁ ଆଉ ଏକ ଉଦାହରଣ ସୃଷ୍ଟି କରିଛି। ରାଜ୍ୟବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିରଖିବାରେ ଏହି ସଙ୍ଗୀତ ବେଶ ସହାୟକ ହୋଇଛି। ଏହା ଏବେ ଜାତୀୟ ଗଣ ମାଧ୍ୟମରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମହାମାରୀ କରୋନା ବିରୁଦ୍ଧରେ ମହୋଶୋଧି କହିଲେ ମଧ୍ୟ ଭୁଲ୍ ହେବନାହିଁ। ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନବୀନଙ୍କୁ ପ୍ରଶଂସା କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles