୨୯ରୁ ମେଫେୟାରରେ ଦାଣ୍ଡିଆ ରାସ୍‌ ଲାଇଭ୍ ମ୍ୟୁଜିକ୍ ସହ ମିଳିବ ଖାଦ୍ୟ

- Advertisement -

ଏଂଟରଟେନ୍ ଇଭେଂଟ ଆଣ୍ଡ ପ୍ରମୋସନ୍ସ ଓ ହୋଟେଲ ମେଫେୟାର ସହଭାଗିତାରେ ଆସନ୍ତା ସେପ୍ଟେମ୍ବର ୨୯ରୁ ଜୟଦେବ ବିହର ସ୍ଥିତ ହୋଟେଲ ମେଫେୟାର ଲାଗୁନରେ ନବରାତ୍ରି ମହୋତ୍ସବ – ଦାଣ୍ଡିଆ ରାସ୍ ଆୟୋଜନ ହେବ । ଏହା ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ । ଏହି ଚାରି ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲରେ ଆକର୍ଷଣୀୟ ନୃତ୍ୟ, ଲାଇଭ ମ୍ୟୁଜିକ୍‌, ଲୋକପ୍ରିୟ ଡିଜେ, ବ୍ୟାଣ୍ଡ ଓ ବିଭିନ୍ନ ରାଜ୍ୟର ଲୋକପ୍ରିୟ ଖାଦ୍ୟ ମିଳିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଏହି ଅବସରରେ ସଂସ୍ଥାର ମ୍ୟାନେଜିଂ ପାର୍ଟନର ସରୋଜ ମାଲିଆ କହିଛନ୍ତି ଯେ ଏହି ମହୋତ୍ସବରେ ବଲିଉଡ୍ ଓ ଓଲିଉଡ୍ କଳାକାର, ଗାୟକ ସାମିଲ ହେବେ । ଲୋକପ୍ରିୟ ଡିଜେ ତାଳେ ତାଳେ ଦର୍ଶକ ମତୁଆଲା ହେବେ । ଟିକେଟ୍ ମୂଲ୍ୟ ୧୫୦୦ଟଙ୍କା ରହିଛି । ଯେଉଁଥିରେ ମନୋରଞ୍ଜନ ସହ ଖାଦ୍ୟ ଉପଲବ୍ଧ ରହିଛି । ସେଫ୍ ସନ୍ତୋଷ ସାହୁ କହିଥିଲେ ଯେ, ଏହି ମହୋତ୍ସବରେ ଦର୍ଶକମାନଙ୍କ ପାଇଁ ୩୦ରୁ ୪୦ ପ୍ରକାର ଆସୀମିତ ଖାଦ୍ୟ ରହିଛି । ଓଡିଆ ସହ ରାଜସ୍ଥାନୀ, ବେଙ୍ଗଲୀ, ଗୁଜୁରାଟିର ପ୍ରସିଦ୍ଧ ଖାଦ୍ୟ ମିଳିବ । ଏଫ ଅଣ୍ଡ ବି ଏଜିଏମ୍ ଅରୁନଭ୍ ଦେ କହିଛନ୍ତି ଏହି ହୋଟେଲରେ ପ୍ରଥମେ ଦାଣ୍ଡିଆ ଆରମ୍ଭ ହୋଇଥିଲା । ଏହା ସବୁଠୁ ନିରାପଦ ସ୍ଥାନ । ସଂସ୍ଥାର ଅନ୍ୟତମ ପାର୍ଟନର ରାଣା ବିଶ୍ୱାଳ କହିଛନ୍ତି ଯେ ଦାଣ୍ଡିଆ ସହ ପିଲାଙ୍କୁ ନେଇ ଟ୍ୟାଲେଂଟ ସୋ ଓ ମହିଳାମାନେ ରଙ୍ଗୋଲୀ ରେ ଭାଗ ନେଇପାରିବେ ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles