ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଶହେ ଟଙ୍କା ଫାଇନ ଦେଇଛନ୍ତି। ସେ କୋଭିଡ ୧୯ ନିୟମକୁ ଉଲଙ୍ଘନ କରିଛନ୍ତି ବୋଲି ଅନୁଭବ କରି ଏହି ଅର୍ଥ ଡିସିପିଙ୍କ ନିକଟକୁ ପଠାଇ ଦେଇଛନ୍ତି।
ଗତକାଲି ଭୁବନେଶ୍ବର ବିଜେପିର ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲି ସାଂସଦ ଅପରାଜିତା ଷଡଙ୍ଗୀ। ସେଠାରେ ତାଙ୍କ ସହ ବାବୁ ସିଂଙ୍କ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହାସହ ସେଠାରେ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ପରେ ସେ ଏହି ଫୋଟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯେଉଁଥି ପାଇଁ କି ତାଙ୍କୁ ଅନେକ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା। କାରଣ ସେଠାରେ କେହି ମାସ୍କ ପିନ୍ଧି ନଥିଲେ। ଓ ସାମାଜିକ ଦୂରତା ମଧ୍ୟ ମେଂଟେନ ହୋଇନ ଥିଲା। ପରବର୍ତ୍ତୀ ସମୟରେ ନିଜ ଭୁଲକୁ ସ୍ୱୀକାର କରିଥିଲେ ସାଂସଦ। ଏହାସହ ନିୟମ ଅନୁଯାୟୀ ଡିସିପିଙ୍କ ନିକଟ ଫାଇନ ବାବଦକୁ ୧୦୦ ଟଙ୍କା ପଠାଇଥିଲେ। ଏହି ପରିପ୍ରେକ୍ଷୀରେ ସେ ସମସ୍ତଙ୍କୁ ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା ସହ ସବୁ ନିୟମ ମାନି ସୁରକ୍ଷିତ ରହିବାକୁ ଆହ୍ୱାନ ଦେଇଥିଲେ।
ଭୁବନେଶ୍ୱର ବିଜେପିରେ ଦୁଇ ଦିନ ଧରି ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ବାବୁ ସିଂ ଭୁବନେଶ୍ୱର ସଭାପତି ହେଲା ପରେ ବିଜେପିର ପୁରୁଣା ତଥା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ଇସ୍ତଫା ପତ୍ର ପ୍ରତ୍ୟାହୃତ କରିଥିଲେ। ଏହାର କିଛି ସମୟ ପରେ ଅପରାଜିତା ଷଡ଼ଙ୍ଗୀ ଜଗନ୍ନାଥଙ୍କ ଘରକୁ ପହଞ୍ଚି ଥିଲେ। ଜଗନ୍ନାଥଙ୍କ ମନ ଭଞନ ପାଇଁ।ସେହି ସମୟରେ ସେଠାରେ ଅନ୍ୟ ଦଳୀୟ କର୍ମୀଙ୍କ ଗହଳି ମଧ୍ୟ ହୋଇଥିଲା।ଯେଉଠିକି ମାସ୍କ ଓ ସାମାଜିକ ଦୂରତା ନ ଥିବାର ଦେଖାଯାଇଥିଲା । ପରେ ଏଥିପାଇଁ ଅନେକ ଲୋକ ତାଙ୍କୁ ସମାଲୋଚନା କରିଥିଲେ। ଏବେ ସାଂସଦ ନିଜ ଭୁଲ୍ ମାନିବା ସହ ଫାଇନ ମଧ୍ୟ ଦେଇଛନ୍ତି।
ନିଜ ଭୁଲ୍ ସ୍ୱୀକାର କଲେ ଅପରାଜିତା : ଦେଲେଶହେ ଟଙ୍କା ଫାଇନ
- Advertisement -