ଭୁବନେଶ୍ୱର : ବ୍ଯସ୍ତ ରାଜନୈତିକ ଜୀବନରୁ ବାହାରି ସମୁଦ୍ରର ନୀଳ ଜଳରାଶିରେ ବୁଲିଲେ ବାଚସ୍ପତି, ବିଧାଯ଼କ ଓ ବିଧାୟକମାନେ l 132ଜଣ ବିଧାୟକ ୩ଟି ସ୍ୱତନ୍ତ୍ର ବସରେ ପାରାଦ୍ୱୀପ ଯାଇଛନ୍ତି l ପାରାଦ୍ୱୀପ ବନ୍ଦରରେ ବୁଲାବୁଲି କରିବା ସହ ନୌସେନାର ଯୁଦ୍ଧ ଜାହାଜରେ ଯୁଦ୍ଧ କୌଶଳ ଦେଖିବେ ଏବଂ ଯୁଦ୍ଧ ଶିଖିବେ. ଏଭଳି କିଛି ବିଶେଷ କାର୍ଯ୍ୟକ୍ରମ ପାଇଁ ସକାଳ ସାଢେ ଛଅଟାରୁ ପାରାଦ୍ବୀପ ଅଭିମୁଖେ ଯାତ୍ରା କରିଛନ୍ତି 132 ଜଣ ବିଧାୟକ l ସକାଳ 9ଟାରେ ପାରାଦ୍ୱୀପରେ ପହଂଚି ନୌସେନାର ତିନୋଟି ଯୁଦ୍ଧ ଜାହାଜରେ ଗଭୀର ସମୁଦ୍ରକୁ ଯାତ୍ରା କରିଛନ୍ତି l. ସମୁଦ୍ର ମଧ୍ଯକୁ ପାଖାପାଖି 100 କିଲୋମିଟର ପର୍ଯ଼୍ଯନ୍ତ ଯାତ୍ରୀ କରିବେ ବିଧାଯ଼କ ମନ୍ତ୍ରୀମାନେ. ଏହି ସମୁଦ୍ର ଯାତ୍ରା ମଧ୍ଯରେ ନୌସେନାର ଯୁଦ୍ଧ ସରଂଜାମ, ଯୁଦ୍ଧ କୌଶଳ ଏବଂ କିଭଳି ଯୁଦ୍ଧ ସମଯ଼ରେ ଯୁଦ୍ଧ ଜାହାଜରେ ହେଲିକ୍ଯାପ୍ଟର ଆଦି ଉଡାଣ କରେ ଏ ସବୁକୁ ଦେଖିବେ ବିଧାଯ଼କ. ଆଇନ ପ୍ରଣଯ଼ନ କାର୍ଯ୍ଯ଼ କରୁଥିବା ଗଣତନ୍ତ୍ରର ଏହି ପ୍ରମୁଖ ନେତାମାନେ ଯୁଦ୍ଧ କୌଶଳ ଦେଖିବା ସହ କିଛି ବିଶେଷ ଅନୁଭବ ନେବେ ବୋଲି କୁହାଯାଇଛି l
ଦିନ 9ଟାରୁ 4ଟା ପର୍ଯ୍ଯ଼ନ୍ତ ଯୁଦ୍ଧ ଜାହାଜ ମଧ୍ଯରେ ସମଯ଼ ବିତାଇବେ ସମସ୍ତ ବିଧାଯ଼କ ମନ୍ତ୍ରୀ. ଏପରିକି ଜାହାଜ ମଧ୍ଯରେ ଜଳଖିଆ ସହିତ ମଧ୍ଯାହ୍ନ ଭୋଜନ ଆଦି ସମସ୍ତ ବ୍ଯବସ୍ଥା କରାଯାଇଛି. ନୌସେନାର ଅଧିକାରୀମାନଙ୍କ ସହ ସମସ୍ତେ ଖାଦ୍ଯ ଗ୍ରହଣ କରିବା ସହ ବୁଲିବାର ମଜା ନେବେ. ପ୍ରଥମଥର ପାଇଁ ସମସ୍ତ ବିଧାଯ଼କଙ୍କୁ ନେଇ ଏଭଳି ଆଯ଼ୋଜନ କରାଯାଇଥିବାରୁ ସବୁ ଦଳର ବିଧାଯ଼କମାନେ ବେଶ ଖୁସି l ବିଭିନ୍ନ ସମଯ଼ରେ କିଛି ବିଧାଯ଼କ ଏବଂ ମନ୍ତ୍ରୀ ଭିନ୍ନ ଭିନ୍ନ ଭାବେ ସମୁଦ୍ର ବୁଲିବାର ମଜା ନେଇଥିଲେ ମଧ୍ଯ ଯୁଦ୍ଧ ଜାହାଜରେ ଏଭଳି ଏକା ସାଙ୍ଗରେ ସମସ୍ତ ବିଧାଯ଼କ ସମୁଦ୍ର ବୁଲିବାର ଅନୂଭୂତି ପ୍ରଥମ. ଏପରିକି ରାଜନୈତିକ କ୍ଷେତ୍ରରେ ପରସ୍ପର ପରସ୍ପର ବିରୋଧରେ ବଯ଼ାନ ଦେଉଥିଲେ ମଧ୍ଯ ଏଭଳି ଆଯ଼ୋଜନ ସମସ୍ତଙ୍କୁ ଏକାଠି କରିବାର ସୁଯୋଗ ଆଣି ଦେଇଛି. ବର୍ଷ ଶେଷ ରେ ବିଧାୟକ ମାନଙ୍କର ଏପରି ଏକତ୍ରିତ ହେବା ଏକ ସଂଯୋଗ l