ସୌର୍ଯ୍ୟ ଚକ୍ର ସହ ଦେବାଶିଷଙ୍କ ପରିବାରକୁ ଭବ୍ୟ ସ୍ୱାଗତ କଲେ ବିଧାୟକ ରମେଶ ସାଏ…..

0
289

() ସେପ୍ଟେମ୍ବର ୯,୨୦୨୦ କଳାହାଣ୍ଡିର ମଦନପୁରର ରାମପୁର ଠାରେ ମାଓ ଅପରେସନରେ ପ୍ରାଣ ବଳି ଦେଇଥିଲେ ଅନଗୁଳ ଜିଲ୍ଲା ଅଙ୍ଗପଡା ଗାଁର ବିର ଯବାନ ଦେବାଶିଷ ସେଠୀ। ସେଦିନ ସାରା ଜିଲା ଦୁଃଖରେ କାନ୍ଦିଥିଲା। ଆଉ ଆଜି ସାରା ଅଞ୍ଚଳ ଖୁସିରେ କାନ୍ଦୁଛି। କାରଣ ତାଙ୍କୁ ମରଣୋତ୍ତର ସୌର୍ଯ୍ୟ ଚକ୍ର ସମ୍ମାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଯାହା କି ତାଙ୍କ ବାପା ମା ଗ୍ରହଣ କରିଛନ୍ତି। ଆଉ ଏତିକି ବେଳେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଏ ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ କରିଛନ୍ତି ଭବ୍ୟ ଆୟୋଜନ। ମରଣୋତ୍ତର ସୌର୍ଯ୍ୟ ଚକ୍ର ସହ ଯେତେବେଳେ ଗାଁକୁ ପହଞ୍ଚିଥିଲେ ଦେବାଶିଷଙ୍କ ବାପା ମା ତାଙ୍କୁ ବିଧାୟକଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଇଥିଲା । ଶହ ଶହ ଲୋକ ଏକ ଶୋଭାଯାତ୍ରାରେ ତାଙ୍କୁ ତାଙ୍କ ଘର ଯାଏଁ ନେଇଥିଲେ। ଏହାପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ବିଧାୟକ ଦେବାଶିଷଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି।