ଜାତୀୟସ୍ତରରେ ଚମକିଲେ ପ୍ରଣବ…..

- Advertisement -

ଭୁବନେଶ୍ୱର : ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି )।  ନିଜର ନିଷ୍ଠା , ପରିଶ୍ରମ,  ବିକାଶମୂଳକ କାର୍ଯ୍ୟପନ୍ଥା ,ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ସବୁବେଳେ ଚେଷ୍ଟିତ ଥିବା ପ୍ରଣବ ଆଜି ଜାତୀୟସ୍ତରରେ ପରିଚିତ ହୋଇଛନ୍ତି l ଫ୍ରେମ ଇଣ୍ଡିଆ ଓ ଏସିଆ ପୋଷ୍ଟ ପକ୍ଷରୁ ସାରା ଦେଶର ବିଧାୟକମାନଙ୍କୁ ନେଇ କରାଯାଇଥିବା ସର୍ଭେରେ ଶ୍ରେଷ୍ଠ ୫୦ ବିଧାୟକ ତାଲିକାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ  ସ୍ଥାନ ପାଇଛି । ବିଧାୟକମାନଙ୍କ କାର୍ଯ୍ୟ ଦକ୍ଷତା , ଲୋକ ସମ୍ପର୍କ , ବିଧାନସଭାରେ ବିତର୍କ ଓ ଯୋଗାଯୋଗର ସାମର୍ଥ୍ୟ ଆଦି ମାନଦଣ୍ଡକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି । ଦେଶର ୪୧୨୩ ବିଧାୟକଙ୍କ ଭିତରୁ ଶ୍ରେଷ୍ଠ ୫୦ ଜଣ  ବିଧାୟକଙ୍କୁ  ବଛା ଯାଇଥିଲା । ଆଉ ଏହି ତାଲିକାରେ ଇଣ୍ଟେଟ କ୍ଷେତ୍ରରେ ସ୍ଥାନ ପାଇଛନ୍ତି ବିଜେଡିର ପ୍ରତିଭାଶାଳୀ ଓ କ୍ଷମତାଶାଳୀ ବିଧାୟକ ପ୍ରଣବ। ୨୦୦୯ରୁ କ୍ରମାଗତ ଭାବେ ଯାଜପୁର ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଆସୁଛନ୍ତି ସେ। ମନ୍ତ୍ରୀ ହୁଅନ୍ତୁ ଅବା ବିଧାୟକ ନିଜର କାର୍ଯ୍ୟ ଦକ୍ଷତା ଦେଖାଇଛନ୍ତି ସେ। ନୂତନ ଯାଜପୁରର ବିନ୍ଧାଣୀ ଭାବେ ପରିଚିତ ପ୍ରଣବ ନିଜର କାର୍ଯ୍ୟ ଦକ୍ଷତା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଯାଜପୁର ଜିଲ୍ଲାକୁ ବିକଶିତ ଜିଲ୍ଲା ଭାବେ ପରିଣତ କରିବା ହେଉ ଅବା ନୂତନ ଓଡିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନ  ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟାକୁ ସମାଧାନ କରିବା ଦିଗରେ ସେ ପୁରା ଜିଲ୍ଲାର ବିକାଶ ପୁରୁଷ ଭାବରେ ପରିଚିତ ହୋଇଛନ୍ତି। ସହରର ଗଳି କନ୍ଦି ଠାରୁ ଆରମ୍ଭ କରି ପୁରା ଜିଲ୍ଲାର ସାମୁହିକ ବିକାଶ କରିବାରେ ତାଙ୍କର ଦୃଢ଼ ନେତୃତ୍ୱ ସେ ପ୍ରତିପାଦିତ କରିଛନ୍ତି । କୁସୁମା ପୁଷ୍କରିଣୀକୁ ଜାତୀୟ ସ୍ତରର ପର୍ଯ୍ୟଟନ ମାନ୍ୟତା ଦେବା ପାଇଁ ନୂଆ ରୂପ ଦେବା, ଦଶାଶ୍ୱଘାଟର ବିକାଶ କରିବା , ଯାଜପୁରରେ ରିଂ ରୋଡ଼ କରି ରାସ୍ତା ପ୍ରଶସ୍ତ କରିବା , ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା, ପାର୍କ ନିର୍ମାଣ କରିବା , ହାଇଟେକ ବସ୍ ଷ୍ଟାଣ୍ଡ କରିବା ,୧୫ ବର୍ଷ ଭିତରେ ଯାଜପୁରର  ରୂପରେଖ ବଦଳାଇବାରେ ପ୍ରଣବଙ୍କ ନେତୃତ୍ୱ ଆଜି ସାରା ଦେଶରେ ଚର୍ଚ୍ଚାକୁ ଆସିଛି । ଏହାସହ ଯାଜପୁର ସହରକୁ କିପରି ରେଳ ସଂଯୋଗ କରାଯିବ ସେ ନେଇ ପ୍ରଣବ ନିଜର ଉଦ୍ୟମ ଜାରି ରଖିଛନ୍ତି । ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ସମସ୍ୟା ଦୂର କରିବାରେ ଅଗ୍ରଣୀ ଭୂମିକା ନେଇଛନ୍ତି । ଯାଜପୁର ସମେତ ସମ୍ପୂର୍ଣ୍ଣ ଓଡିଶାରେ ରକ୍ତ ଅଭାଵ ଦୂର କରିବା ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ,ସବୁଜ ଓଡ଼ିଶା ଗଠନ ଓ ବିଜେଡି ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ତ ସେ ସବୁବେଳେ ନିଜ କଥା ନ ଭାବି ନିଜ ଜୀବନକୁ ଲୋକଙ୍କ ହିତ ପାଇଁ ଉତ୍ସର୍ଗ କରିଦେଇଛନ୍ତି । ଖାସ ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳର ଦ୍ୱିତୀୟ ନେତା ଭାବେ ଗୁରୁ ଦାୟିତ୍ୱ ଦେଇଛନ୍ତି। ଏହା ସମ୍ଭବ ହୋଇ ପାରିଛି କେବେଳ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ । ଯେଉଁଥି ପାଇଁ ଆଜି ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ଭିତରେ ସେ ସ୍ଥାନ ପାଇଛନ୍ତି । ଯାହା କେବଳ ଯାଜପୁର ନୁହେଁ ସାରା ଓଡ଼ିଶାକୁ ଗର୍ବିତ କରିଛି। ନିର୍ବାଚନ ହେଉ ଅବା ମହାମାରି ସବୁବେଳେ ସେ ଲୋକଙ୍କ ଦୁଃଖ ବୁଝିବା ପାଇଁ ସେ ଆଗଭର ହୁଅନ୍ତି। ଭିଡ଼ ଭିତର ନେତା ଭାବେ ସେ ପୁରା ଓଡ଼ିଶାରେ ପରିଚିତ l ପ୍ରଣବ ନେତୃତ୍ୱ ନେବା ଦକ୍ଷତାଶୈଳୀ ଏବେ ଅନେକ ନେତାଙ୍କ ପାଇଁ ଆଦର୍ଶ ସାଜିଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି କଥା କମ କାମ ଅଧିକରେ ବିଶ୍ୱାସ ରଖନ୍ତି ସେ l ବିଶେଷକରି ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବା ଦକ୍ଷତା ଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜେଡି ସଂଗଠନ ସମ୍ପାଦକର ଗୁରୁ ଦାୟିତ୍ୱ ଦେଇଛନ୍ତି l ଯେଉଁଠି ପାଇଁ ଆଜି ଜାତୀୟସ୍ତରରେ ବି ପ୍ରଣବ ପରିଚିତ ହୋଇଛନ୍ତି l

ସେହିପରି ଏହି ସର୍ଭେରେ ଓଡ଼ିଶାର ଅନ୍ୟତମ ବିଧାୟକ ଭାବରେ କଂଗ୍ରେସ ବିଧାୟକ ତାରା ବାହିନୀପତି ସ୍ଥାନ ପାଇଛନ୍ତି । ସବୁବେଳେ ବିଧାନସଭାରେ ଲୋକଙ୍କ ସମସ୍ୟା କଥା ଉଠନ୍ତି ତାରା l ନିଜ ନିର୍ବାଚନୀ ମଣ୍ଡଳୀ ସହ ଓଡିଶା ବିଭିନ୍ନ ବଡ ବଡ ପ୍ରସଙ୍ଗରେ ସେ ନିଜର ସ୍ୱର ଶାଣିତ କରନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles