ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ବ୍ଲାକଆଉଟ

- Advertisement -

ଧର୍ମେନ୍ଦ୍ର ପ୍ରଧାନ l ଓଡିଶା ରାଜନୀତିର ବଡ ଚେହେରା l ୨୦୧୯ ପରଠୁ ସେ ଓଡିଶା ବିଜେପିର ପୋଷ୍ଟର ବୟ l ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ରାଜନୈତିକ ଋଣକୌଶଳ ଯୋଗୁଁ ଓଡ଼ିଶାରେ ବିଜେପିର ଶକ୍ତି ବୃଦ୍ଧି ପାଇବା ସହ ୨୦୨୪ ରେ ବିଜେପି ଏକୁଟିଆ ଶାସନ ଡୋରୀ ଧରିଲା l ବିଜେପି ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା କିଛି କମ୍ ନୁହେଁ l ୨୦୧୯ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ରିଚାଜ୍ୟ କରିଥିଲେ ଓଡ଼ିଶା ବିଜେପି ସଙ୍ଗଠନକୁ ତୃଣମୂଳ ସ୍ତରରୁ ତାହା ୨୦୨୪ରେ ପାୱାର ପ୍ଲସ ଭାବେ କାମ ଦେଲା ବିଜେପିକୁ ଓଡ଼ିଶାରେ ଏକାକୀ ସରକାର ଗଢିବାରେ l 2019 ଲୋକସଭା ନିର୍ବାଚନରେ ବିଜେପି ମୋଟ ଭୋଟର 38.4 ପ୍ରତିଶତ ଥିବା ବେଳେ 2014 ନିର୍ବାଚନରେ 21.9 ପ୍ରତିଶତ ଥିଲା l ସେହିପରି ବିଧାନସଭା ନିର୍ବାଚନରେ ଦଳ 2019 ରେ ମୋଟ ଭୋଟର 32.5 ପ୍ରତିଶତ ହାସଲ କରିଥିବା ବେଳେ 2014 ତାହା 18.2 ପ୍ରତିଶତଥିଲା l ୧୮ ପ୍ରତିଶତ ଭୋଟ ୨୦୨୪ରେ ୪୦ ପ୍ରତିଶତରେ ପହଞ୍ଚିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିଶ୍ରମକୁ ପୁରା ଓଡିଶା ମାନିଛି l ଖାସ ସେଥିପାଇଁ ସମସ୍ତେ ଭାବୁଥିଲେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ହେଲେ ସମୟଚକ୍ରରେ ସବୁକିଛି ବଦଳିଗଲା l ଓଡ଼ିଶାରେ ବିଜେପି ସରକାର ଗଠନର ସମୟ ଅବଧି ଯେତେ ଯେତେ ବଢ଼ିବାରେ ଲାଗିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ରାଜନୀତିରେ ସକ୍ରିୟତା ସେତେ କମିବାରେ ଲାଗିଛି l ପାୱାର କରିଡରରୁ ଚା ଖଟି ଯାଏ ଚର୍ଚ୍ଚା ହେଉଛି ଓଡିଶାରେ ବିଜେପି ସରକାରରେ ଧର୍ମେନ୍ଦ୍ର ପ୍ରଧାନ ଦବଦବା ଆଉ ନାହିଁ l ଏକ ରକମର କେନ୍ଦ୍ରମନ୍ତ୍ରୀଙ୍କୁ ଓଡିଶାରେ ଶାସନରୁ ଦୂରେଇ ରଖିଛି ବିଜେପି l ବିଜେପିର ଶୀର୍ଷ ନେତୃତ୍ୱ କାହିଁକି ଏପରି ନିଷ୍ପତ୍ତି ନେଲେ ତାହା କାହାକୁ ଜଣା ନାହିଁ l ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହଠାତ୍ ଓଡିଶା ରାଜନୀତିରୁ ବ୍ଲାକଆଉଟ୍ ହେବା ରହସ୍ୟ କଣ ତାହାକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା l ଅନେକ ରାଜନୈତିକ ସମୀକ୍ଷକଙ୍କ ମତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦିଷ୍ଟ ଗୋଷ୍ଠୀ ରହିଥିବାରୁ ବିଜେପି ଶୀର୍ଷ ନେତୃତ୍ୱ ଏହାକୁ ସହଜରେ ହଜମ କରିପାରିନାହାନ୍ତି l ଏପରିକି ଦୁଇଟି ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ସବୁ କ୍ଷମତା ଦେଇଥିଲେ ମଧ୍ୟ ଓଡ଼ିଶାରେ ବିଜେପି ୨୦୧୪ ଓ ୨୦୧୯ରେ ଆଶାଧିକ ସଫଳତା ପାଇଲା ନାହିଁ l ତେଣୁ ୨୦୨୪ ପାଇଁ ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଭିନ୍ନ ରଣନୀତି ଆପଣାଇଲା l ଏଥିରେ ଦଳ ସଫଳ ହେଲା ଓ ଏକାକୀ ଶାସନ ଡୋରୀ ଧରିଲା l ହୁଏତ ଏ କାରଣ ଯୋଗୁଁ କେନ୍ଦ୍ରମନ୍ତ୍ରୀଙ୍କ ପାୱାରକୁ ଓଡିଶା ରାଜନୀତିରେ ଟିକିଏ କମାଇ ଦିଆଯାଇଛି l ସେ ଯାହା ବି ଚର୍ଚ୍ଚା ହେଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ଓଡ଼ିଶାରେ ବିଜେପି ଶକ୍ତିଶାଳୀ ହୋଇ ତିଷ୍ଠି ରହିବା ମୁସ୍କିଲ ପାଠ l ହେଲେ ବେଶ କିଛି ମାସ ହେବ ବିଜେପି ସଂଗଠନ ଓ ସରକାର ଯେମିତି ଚାଲିଛି ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି କେନ୍ଦ୍ରମନ୍ତ୍ରୀ ବିଜେପି ରାଜନୀତିରୁ ବ୍ଲାକଆଉଟ ହୋଇଛନ୍ତି l ତାହା କେତେ ସତ କେତେ ମିଛ, ବିଜେପି ରାଜନୀତିକୁ ଅତି ନିକଟରୁ ଦେଖୁଥିବା ଲୋକେ ବିଚାର କରିବେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles