ପୃଥ୍ୱୀରାଜ ଓ ସୁରଜଙ୍କ ପଲାଭାରୀ
ଆଇନ ମନ୍ତ୍ରୀ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ସଂସ୍କୃତି ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବାଦ ପଡିବେ ନାହିଁ।
ବିଜେପି ସରକାରରେ ଏହି ଦୁଇମନ୍ତ୍ରୀଙ୍କ ଦବଦବା ବି କିଛି କମ୍ ନୁହେଁ। ବିଜେପି ଅନ୍ଦରମହଲର ଚର୍ଚ୍ଚା ଅନୁସାରେ ଉଭୟଙ୍କ ମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଦଳର କିଛି ବିଧାୟକ ଅସନ୍ତୋଷ ଜାହିର କରିଛନ୍ତି ଦଳର ଶୀର୍ଷ ନେତୃତ୍ଵଙ୍କ ପାଖରେ।କାଳେ ବିଧାୟକ କଥା ବି ମନ୍ତ୍ରୀମାନେ ଶୁଣୁନାହାନ୍ତି। ଖୋଲାଖୋଲି ବିଧାୟକ ମାନେ କହୁଛନ୍ତି ଯେ ଦୁଇମନ୍ତ୍ରୀଙ୍କ ଅହଂକାର କାଳେ ବହୁତ ବଢିଯାଇଛି। ଫଳରେ ଦଳୀୟ କର୍ମୀ କି ବିଧାୟକଙ୍କୁ ସେମାନେ ପଚାରୁନାହାନ୍ତି।
ହେଲେ ଉଭୟ ମନ୍ତ୍ରିମଣ୍ଡଳର ଶକ୍ତିଶାଳୀ ମନ୍ତ୍ରୀ। ତେଣୁ ସଂପ୍ରସାରଣ ସମୟରେ ବାଦ ନୁହେଁ, ବରଂ ଉଭୟଙ୍କ ଠାରୁ ଶକ୍ତିଶାଳୀ ବିଭାଗ କାଡିନେବାକୁ ବିଜେପିର ଶୀର୍ଷ ନେତୃତ୍ଵ କସରତ ଆରମ୍ଭ କରିଛନ୍ତି ।ଆଇନ ମନ୍ତ୍ରୀ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ସଂସ୍କୃତି ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଭାଗ୍ୟ କଣ ହେବ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି। ଦୁଇ ମନ୍ତ୍ରୀ ରିପୋର୍ଟ କାର୍ଡରେ ଯାହା ମାର୍କ ପାଆନ୍ତୁ, ନିଜର ପାରିବାପଣ ଓ ଦଳରେ ଦବଦବା ଯୋଗୁଁ ମନ୍ତ୍ରୀପଦ ବଜାୟ ରଖିବେ ଏଥିରେ ସନ୍ଧେହ ନାହିଁ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy