ମିଡ଼ିଆ ଏକାଦଶ ବିଜୟ: ପ୍ରଭାତମ୍ୟାନ ଅଫ ଦା ମ୍ୟାଚ

- Advertisement -

ସଚିବାଳୟ ସୁରକ୍ଷା ବାହିନୀ ସହ ମିଡ଼ିଆ ଏକାଦଶ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି | ଭୁବନେଶ୍ୱର ସ୍ଥିତ ସ୍ପେଶାଲ ସିକୁରିଟି ବାଟାଲିୟନ ପଡିଆ ରେ ମ୍ୟାଚ ଆୟୋଜିତ ହୋଇଯାଇଛି | 15 ଓଭର ବିଶିଷ୍ଟ ମ୍ୟାଚରେ ଟଚ ଜିତି ସଚିବାଳୟ ସୁରକ୍ଷା ବାହିନୀ ପ୍ରଥମେ ବ୍ୟାଟିଂ କରି 13 ଓଭର ରେ 103 ରନ କରି ଅଲ ଆଉଟ ହୋଇଥିଲା | ଜବାବ ରେ ମିଡ଼ିଆ ଏକାଦଶ 12 ଓଭର ରେ 109 ରନ କରି ବିଜୟ ଲାଭ କରିଛି | ମିଡ଼ିଆ ଏକାଦଶ ତରଫ ରୁ ଶେଖ ଓ ପ୍ରଭାତ ଙ୍କ ସହାଭାଗିତା ମ୍ୟାଚ କୁ ବିଜୟ ଲାଭ କରିଥିଲା | ପ୍ରଭାତ 19 ରନ ସହ 2 ଉଇକେଟ ହାସଲ କରି ମ୍ୟାନ ଅଫ ଦା ମ୍ୟାଚ ହୋଇଥିବା ବେଳେ | ମିଡ଼ିଆ ଏକାଦଶ ଅଧିନାୟକ ଜଗଦୀଶ 21 ରନ କରିଥିଲେ | ମିଡ଼ିଆ ଏକଦାଶ ତରଫ ରୁ ବିଭୁ 3 ଟି, ପିଣ୍ଟୁ 2 ଟି, ପ୍ରଭାତ 2 ଟି, ସାରଦା 2 ଟି ଓ ସୀମା ଗୋଟିଏ ଉଇକେଟ ହାସଲ କରିଥିଲେ | କର୍ମ ମୟ ଜୀବନ ମଧ୍ୟରୁ ସମୟ କାଢି ସାମ୍ବାଦିକ ଓ ସଚିବାଳୟ ସୁରକ୍ଷା ବାହିନୀ ଏକ ବନ୍ଧୁତ୍ୱ ପୂର୍ଣ୍ଣ ସମୟ ବିତାଇ ଥିଲେ | ଉଭୟ ଟିମ ର ସହଯୋଗ ରେ ଏଭଳି ମ୍ୟାଚ ଜାରି ରଖିବା ପାଇଁ ଉପସ୍ଥିତ ଅତିଥି ମାନେ କହିଥିଲେ |  ବରିଷ୍ଠ ସାମ୍ବାଦିକ ଯଯାତି ମହାନ୍ତି,

ହରିହର ଚାନ୍ଦ, ସୁଜିତ ବିଶୋଇ, ବିଶ୍ୱ ରଂଜନ ମହାପାତ୍ର, ଚିନ୍ମୟ ମହାପାତ୍ର, ଦୁଷ୍ମନ୍ତ ବେହେରା, ସୌମ୍ୟ ରଂଜନ ସାହୁ, ବିବ୍ରତନ ପଣ୍ଡା, ଦିବ୍ୟ ଜ୍ୟୋତି  ମହାନ୍ତି, ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles