ବିଧାନସଭାରେ ଏଲ ଆଣ୍ଡ ଟି ଝଡ଼: ମୁହାଁମୁହିଁ ଶାସକ ଓ ବିରୋଧୀ…

0
233

() ସରକାର ଗଣିବେ ୧୦୦ କୋଟିର ତଣ୍ଡ,କି ବିଚିତ୍ର କଥା କାନ ଶୁଣିଲା,ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା” ଶୀର୍ଷକ ମୁଲତବୀ ପ୍ରସ୍ତାବ ଦେଇଥିଲା ବିଜେପି…ଯାହାକୁ ବାଚସ୍ପତି ଗ୍ରହଣ କରି ନାହାନ୍ତି।

ପ୍ରଶ୍ନକାଳରେ ହଟଗୋଳ ପରେ ଶୁନ୍ୟକାଳରେ ମୁଲତବୀ ନୋଟିସ ଗ୍ରହଣ ନ ହେବାକୁ ନେଇ ବିରୋଧୀ ଶାସକ ମୁହାଁମୁହିଁ । ସରକାରୀ ସମ୍ପତି ଏଲଆଣ୍ଡଟି କମ୍ପାନୀ ବ୍ୟାଜ୍ୟାପ୍ତି କରିବା ସହ ବକେୟା ଥିବା 20 କୋଟି ଟଙ୍କା 120 କୋଟି ରେ ପହଁଚିବା ପ୍ରସଙ୍ଗରେ ଉଭୟ ବିରୋଧୀ ସରକାରଙ୍କୁ ଘେରିଛନ୍ତି ।

ବାଚସ୍ପତି ରୁଲିଂ….

ସୁପ୍ରିମକୋର୍ଟରେ ଏ ପ୍ରସଙ୍ଗରେ ରିଭ୍ୟୁ ପିଟିସନ ଦାଖଲ ହୋଇଥିବାରୁ ରୁଲ 60 ( vii ) ଅନୁସାରେ ଆଲୋଚନା ପରିସର ଭୁକ୍ତ ହେବ ନାହିଁ | ସେଥିପାଇଁ ଏହି ବିଷୟକୁ ଆଲୋଚନା ପାଇଁ ଅଣା ଯାଉନାହିଁ ବୋଲି ଗୃହରେ ସୂଚନା ଦେଲେ ବାଚସ୍ପତି…

ହେଲେ ବିଜେପି ତାକୁ ଗ୍ରହଣ କରି ନାହିଁ | ବିଜେପି କହୁଛି ସବଯୁଡ଼ିସ ନାହିଁ, ହାଇ କୋର୍ଟରେ ଗ୍ରହଣ ହୋଇ ନାହିଁ | ତେଣୁ ଏହାକୁ ଗ୍ରହଣ କରି ଆଲୋଚନା କରନ୍ତୁ ବୋଲି କହିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ… l

ବାଚସ୍ପତିଙ୍କ ରୁଲିଂ କୁ ବିଜେପି ଗ୍ରହଣ କରି ନାହିଁ | ବିଜେପି କହୁଛି ସବଯୁଡ଼ିସ ନାହିଁ, ହାଇ କୋର୍ଟରେ ଗ୍ରହଣ ହୋଇ ନାହିଁ | ତେଣୁ ଏହାକୁ ଗ୍ରହଣ କରି ଆଲୋଚନା କରନ୍ତୁ ବୋଲି କହିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ… l ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି 2004 ରୁ 2022 ପର୍ଯ୍ୟନ୍ତ ସରକାର ଏହି ଘଟଣା କୁ ସରକାର ଗୁରୁତର ସହ ନେଲେନି । ସରକାର ଙ୍କ ସମ୍ପତି କେମିତି ଘରୋଇ କମ୍ପାନୀ ସିଜ କଲା । ସରକାରଙ୍କ ଗୁପ୍ତ ତଥ୍ୟ ରହିଥିବା କମ୍ପ୍ୟୁଟର ଉକ୍ତ କମ୍ପାନୀ ନେଇ ଯାଇଛି । ତେଣୁ ସେହି କମ୍ପାନୀ କୁ ବ୍ଲାକ ଲିଷ୍ଟ କରାଯାଉ । ଯେଉଁ ଅଧିକାରୀ ଏଥିପାଇଁ ଦାୟୀ ତାଙ୍କ ସମ୍ପତି ବାଜ୍ୟାପ୍ତ କରଯାଉ ।

ଅନ୍ୟପଟେ ବିଜେଡିର ଜବାବ…

ଗୃହରେ ବାଚସ୍ପତିଙ୍କ ରୁଲିଂ ସୁପ୍ରିମ ହେବା ଦରକାର । ଅନ୍ୟ ଫୋରମ ରହିଛି ଏହି ଆଲୋଚନା କରିବା ପାଇଁ । ବର୍ତ୍ତମାନ ଏହି ପ୍ରସଙ୍ଗ ଆଲୋଚନା ହେଲେ କେସ ଉପରେ ପ୍ରଭଵ ପଡ଼ିବ।