ତିନିଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ମଣିମାଙ୍କ ଅପେକ୍ଷାରେ ପୁରାଜଗତ। ରଥ,ପଥ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଚଳଚଞ୍ଚଳ ଶ୍ରୀକ୍ଷେତ୍ର।ବଡଦାଣ୍ଡରୁ ସରଦାବାଲି ଯାଏ ମଣିମାଙ୍କୁ ସ୍ବାଗତ କରିବା କେତେ କଣ ସାଜସଜା । ଝୋଟିରେ ସଜେଇ ହୋଇଛି ବଡଦାଣ୍ଡ।ମଣିମା ବଡଦାଣ୍ଡକୁ ଓହ୍ଲାଇବା ଖୁସିରେ ସଭିଁଏ ବିଭୋର।ବଡଭାଇ ବଳଭଦ୍ର, ସାନ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମାନବୀୟ ଲୀଳାଖେଳା କରିବାକୁ ମଣିଆ ୯ଦିନ ଧରି ଶ୍ରୀମନ୍ଦିରରୁ ବାହାରି ଆସିବେ । ଗହଳଚହଳ ପକାଇ ମଣିମା ଭକ୍ତଙ୍କ ଗ୍ରହଣରେ ମାନବୀୟ ଲୀଳାଖେଳା କରିବେ । ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହ ମଣିମା ବି ଧୀରେଧୀରେ ସୁସ୍ଥ ହୋଇଛନ୍ତି।କେବଳ ମଣିମା ନୁହନ୍ତି, ମଣିମାଙ୍କୁ ଦେଖିବା ପାଇଁ ପୁରୀକୁ ଛୁଟୁଛି ଭକ୍ତମାନଙ୍କ ଶୁଅ। ଧୀରେଧୀରେ ଶ୍ରୀକ୍ଷେତ୍ରରେ ଜମିଲାଣୀ ଭକ୍ତଙ୍କ ଭିଡ । ଭକ୍ତି ଭାବରେ ବନ୍ଧା କାଳିଆ ଠାକୁର ସଭିଁଙ୍କ ମନକୁ କିଣିନେବ ତାର ଚକାଚକା ଦୁଇ ନୟନରେ। ରଥଯାତ୍ରାର ଅନୁଭୂତି ଓ ଅନୁଭବ ବି ବେଶ ନିଆରା। ଯିଏ ଯାଇଛି ସେ ଜାଣିଛି ମଣିମାଙ୍କ ମହିମା । ମଣିମା ଦୁଆରେ ଯେତେ ଭିଡ, ମଣିମା ସେତେ ଖୁସି। ଭକ୍ତଙ୍କୁ ନଦେଖବା ଯାଏ ମଣିମା ସିଂହଦ୍ବାରରୁ ସରଦାବାଲି ଯାଏ ଯିବାକୁ ଅମଙ୍ଗ ହୁଅନ୍ତି । ସେଥିପାଇଁ ସମସ୍ତେ କହନ୍ତି ମୋ କାଳିଆ ଆସୁଛି । ସଭିଁଙ୍କୁ ଦେଖିବା ପରେ ସେ ମାଉସୀ ଘରକୁ ଯିବ । ସଂସାରର ସବୁ କିଛି ବୁଝୁଥିବା କାଳିଆ ଭକ୍ତଙ୍କ ଦେଖି ଭକ୍ତଙ୍କ ଦୁଃଖ ଦୂରକରେ । ବର୍ଷକୁ ଥରେ ମଣିମା ରଥରେ ବସି ସଂସାର ରଥକୁରେ ଥିବା ସବୁ ବାଧାବିଘ୍ନକୁ ଦୂରେଇ ଦେଇଥାଆନ୍ତି। ରଥରେ ମଣିମାଙ୍କୁ ଦର୍ଶନ କରିବା ଭାଗ୍ୟରେ ଥିଲେ ମିଳେ। ସଭିଁଏ ଚାହାନ୍ତି ମଣିମାଙ୍କୁ ରଥରେ ଦର୍ଶନ କରିବା ପାଇଁ ।ଚର୍ମ ନୟନ ସହ ଦିବ୍ୟ ନୟନର ମିଳନ ପରେ ଜଳଜଳ କରି ଆଖିରେ ଝରିପଡେ ଲହୁର ଧାରା । ସେ ଲୁହଧାରା ଆନନ୍ଦର । ରଥଯାତ୍ରା ପୁରା ବିଶ୍ବରେ ଭକ୍ତିଭାବ ଉତ୍ସବ ଭାବେ ପାଳନ ହୋଇଥାଏ । କାଳିଆ କେବଳ ମୋର ଓ ମୁଁ କେବଳ କାଳିଆର। ଯିଏ କାଳିଆକୁ ଦେଖେ ସେ କହେ ମୋ କାଳିଆ ଆସୁଛି । ଦୁନିଆର ଦାମୀଗାଡି ହେଉଛି କାଳିଆ ରଥ । ବିଶ୍ବନିଅନ୍ତା ସେ ଗାଡିରେ ବସି ବିଶ୍ବକୁ ଦେଖନ୍ତି।
ଜୟ ଜଗନ୍ନାଥ
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy