ଶ୍ରୀମନ୍ଦିରକୁ ବାହୁଡିବେ ଶ୍ରୀଜିଉ 

- Advertisement -

ଜନ୍ମ ବେଦିରେ ବଡ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ସାଆନ୍ତେ ଲାଲୀଳାଖେଳା କଲେ। ଅତୀତର ସ୍ମୃତିକୁ ମନେପକାଇ କେତେ କଣ ଭଲମନ୍ଦ ଆଲୋଚନା କଲେ। ମାଉସୀ ମା ସହ ସମୟ କାଟିଲେ। ତାହାରି ଭିତରେ ଭକ୍ତଙ୍କୁ ମନ ଖୋଲି ଦର୍ଶନ ବି ଦେଲେ। ଜନ୍ମବେଦିରେ ମହାଆନନ୍ଦରେ ସମୟ କାଟିଛନ୍ତି ଜଗତକର୍ତ୍ତା। ରାତି ପାହିଲେ ବାହୁଡା଼ ଯାତ୍ରା। ଶ୍ରୀମନ୍ଦିରକୁ ବଡ ଭାଈ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ବାହୁଡିବେ ସାଆନ୍ତେ। ମନ ନାହିଁ ଯିବାକୁ ଜନ୍ମବେଦିରୁ। ହେଲେ ସେ ମଣିମା ପା, ମାନବୀୟ ଲୀଳା କରୁଛନ୍ତି । ସମୟ ଅନୁସାରେ ସବୁ କାମ କରନ୍ତି । ତେଣୁ ଆଡପ ମଣ୍ଡପରେ ଚଳିତବର୍ଷ ଶେଷ ଦର୍ଶନ ଦେଇ ଶ୍ରୀଜିଉ ଏବେ ଜନ୍ମ ଜନ୍ମବେଦିରୁ ରତ୍ନବେଦୀକୁ ଯିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସଂସାର ସମ୍ପର୍କର ଯାତ୍ରା ହେଉଛି ରଥଯାତ୍ରା। ଦାୟିତ୍ୱ କଣ ଜଣେ ସଂସାରୀ ମଣିଷର ତାହା ବି ବୁଝନ୍ତି ସାଆନ୍ତେ । ସେ ପା ମଣିଷ ଦିଅଁ । ଧର୍ମପତ୍ନୀ ଜଗତର ମା ‘ମା’ ଲକ୍ଷ୍ମୀଙ୍କୁ ଦେଉଳରେ ଏକା ଛାଡ଼ି ମହାପ୍ରଭୁ ପା ଜନ୍ମବେଦିକୁ ଭାଇ ଓ ଭଉଣୀ ସହ ଆସିଥିଲେ ମାନବୀୟ ଲୀଳା କରିବା ପାଇଁ। ମା ଲକ୍ଷ୍ମୀଙ୍କୁ ଏକୁଟିଆ ଛାଡି ମହାପ୍ରଭୁ ରଥରେ ଏକୁଟିଆ ଆସିଥିବାରୁ ମା ଲକ୍ଷ୍ମୀ ରାଗିଛନ୍ତି ସାଆନ୍ତେଙ୍କ ଉପରେ। ରାଗ ଏମିତି ଯେ ସାଆନ୍ତଙ୍କ ରଥକୁ ହେରାପଞ୍ଚମୀ ଦିନ ଭାଙ୍ଗିଛନ୍ତି ମା ଲକ୍ଷ୍ମୀ। ତେଣୁ ଘରଣୀକୁ ଆଉ ବେଶୀ ଦିନ ଦେଉଳରେ ଛାଡ଼ି ସାଆନ୍ତେ କେମିତି ରହିପାରିବେ ଜନ୍ମବେଦିରେ। ତେଣୁ ଇଚ୍ଛା ନଥିଲେ ବି ସାଆନ୍ତେ ପୁଣିଥରେ ଦେଉଳକୁ ଫେରିବାକୁ ବାହାରିଛନ୍ତି। ସେ ପା ମନୁଆ ଠାକୁର, ମନକୁ ବୁଝାଇ ଜନ୍ମମାଟି ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସହ ସାଆନ୍ତେ ନିଜମନକୁ ମନେଇବାରେ ଲାଗିଛନ୍ତି ଜନ୍ମ ବେଦିରେ। ବ୍ୟାକୁଳ ହେଉଛି ମନ ଦୁଇଟି କଥାକୁ ନେଇ। ଛାଡିବେ ଜନ୍ମବେଦୀ, ଆସିବେ ରତ୍ନବେଦୀ। ସାଆନ୍ତେ ଜାଣିଛନ୍ତି ଆପଣ ଆପଣଙ୍କର ଏହି ମାନବୀୟ ଲୀଳା ଦେଖିବା କଣ ସମସ୍ତଙ୍କର ଭାଗ୍ୟରେ ଅଛି କି? ଇଚ୍ଛା ଥାଇ ବି ଲକ୍ଷ ଲକ୍ଷ ସାଲବେଗ ଆସିପାରିନାହାନ୍ତି । ଯିଏ ଯେ ଯେଉଁଠି ପାରିଛି ତମକୁ ଡାକିଛି ଓ ଦେଖିଛି। ସାଆନ୍ତେ ଆପଣ ତ ବିଶ୍ଵକର୍ତ୍ତା। ପୁରା ବିଶ୍ଵର ଭଲମନ୍ଦ କଥା ଜାଣନ୍ତି। ଦୁଃଖ ଓ ସୁଖ ରହିବ ଜୀବନରେ। ହେଲେ ସଭିଙ୍କର ଇଚ୍ଛା ସାଆନ୍ତେଙ୍କୁ ପେଟପୂରା ଦେଖିବି ଓ ମନ ବୁଝିଲା ଯାଏ ଗପିବେ ଚକା ଚକା ଆଖିକୁ ଦେଖି। ତମେ କାଳେ ସଭିଙ୍କ ଠାକୁର। ସମସ୍ତେ ତମର, ତମେ ସଭିଙ୍କର। ଭଲରେ ଭଲରେ ଆପଣ ରତ୍ନବେଦିକୁ ଯାଆନ୍ତୁ। ସୁନାବେଶ ଦର୍ଶନ ଦେଇ ସଭିଙ୍କୁ ମନରେ ଆନ୍ଦନ ଭରି ଦିଅନ୍ତୁ ସାଆନ୍ତେ।

ଜୟ ଜଗନ୍ନାଥ

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles